Advertisment

ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି

ଚିକିତ୍ସା ଅବହେଳାରୁ ଆତ୍ମହତ୍ୟା ଉଦ୍ୟମ କରି ପରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା କୁଜଙ୍ଗର ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରିବାକୁ ବିଜେପି ଦାବି କରିଛି।

author-image
Rajalaxmi Sahoo
BJP Press Meet Over Dusmanta Das Death Case

BJP Press Meet Over Dusmanta Das Death Case

ଭୁବନେଶ୍ୱର: ଚିକିତ୍ସା ଅବହେଳାରୁ ଆତ୍ମହତ୍ୟା ଉଦ୍ୟମ କରି ପରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା କୁଜଙ୍ଗର ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରିବାକୁ ବିଜେପି ଦାବି କରିଛି। ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ଦାବି କରିଛନ୍ତି। ଯଦି ସବୁ ପ୍ରକାର ଚିକିତ୍ସା ଦିଆଯାଇଥିଲା, ତା’ହେଲେ ସବୁ ରାତି ଅଧରେ କାହିଁକି କଲେ ?  ରାତିରେ ପୋଷ୍ଟମର୍ଟମ କଲେ, ଗାଁକୁ ଶବ କାହିଁକି ନେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment

ସ୍ୱାସ୍ଥ୍ୟ ସେବାରେ ଦଳ, ଜାତି, ଧର୍ମ ନାହିଁ। ଏହା ଜଣକର ମୌଳିକ ଅଧିକାର। ରାଜ୍ୟ ସରକାର ଗର୍ବ ଅହଂକାର ଛାଡ଼ି ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରନ୍ତୁ ବୋଲି ବିଜେପି ନେତା ମନମୋହନ ସାମଲ ଦାବି କରିଛନ୍ତି।ଦୁଷ୍ମନ୍ତଙ୍କ ଝିଅ ନାଁରେ ୩୦ ଲକ୍ଷ ଓ ପରିବାର ସଦସ୍ୟଙ୍କୁ ୨୦ ଲକ୍ଷ ଟଙ୍କା ଦେବା ସହ ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାକୁ ବିଜେପି ଦାବି କରିଛି।

Advertisment

ଅନ୍ୟପକ୍ଷେ, ଦୁଷ୍ମନ୍ତ ମୃତ୍ୟୁ ମାମଲାରେ ଏସସିବି ମେଡିକାଲ କଲେଜ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଅଧୀକ୍ଷକ ପ୍ରଫେସର ଲୁସି ଦାସଙ୍କ ନେତୃତ୍ୱରେ ଗଠିତ ୭ ଜଣିଆ ଟିମ୍ ଏହାର ରିପୋର୍ଟ ସରକାରଙ୍କୁ ଦେଇଛନ୍ତି। ସୂଚନାଥାଉ କି, ବୁଧବାର ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସେହିଦିନ ରାତି ୧୨ଟାରେ ସ୍ୱତନ୍ତ୍ର ଭାବେ ଜଣେ ମାଜିଷ୍ଟ୍ରେଟ, ଡାକ୍ତରଙ୍କୁ ଡକାଯାଇ ଶବ ବ୍ୟବଚ୍ଛେଦ କରାଗଲା । 

Odisha Youth Death After Suicide Bid Dusmanta Das Death Case Dusmanta Das
Advertisment
Advertisment