Advertisment

ଓଡିଶାର ଅଙ୍ଗନୱାଡି ସେଣ୍ଟରକୁ ଉଡାଇଦେବାକୁ ଆନ୍ଧ୍ରର ଧମକ !

ଖାଲି ଗଜପତି ନୁହେଁ କୋଟିଆରେ ବି ଆଜି ଆନ୍ଧ୍ର ପ୍ରଶାସନ ରାସନ ଅଭିଯୋଗ ଶୁଣାଣି କରିଛି। ଫାଟୁ ସେନେରୀ, ଫଗୁଣ ସେନେରୀ, ଗଞ୍ଜେଇ ପଦର, ଧୂଳିପଦର ଗାଁକୁ ନେଇ ଅଭିଯୋଗ ଶୁଣାଣି ହୋଇଥିଲା। ବିଜୟନଗରମ୍ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ସ୍ଥାନୀୟ ଆନ୍ଧ୍ର ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ହୋଇଛି କାର୍ଯ୍ୟକ୍ରମ।

author-image
Chandan Shishu
ଏସ୍‌. ଆପୋଲୋ ରାଜୁ

ଏସ୍‌. ଆପୋଲୋ ରାଜୁ

କୋରାପୁଟ: ଗଜପତିର ମାଣିକପାଟଣା, ବାଲେଶ୍ୱରର ଉଦୟପୁର ଓ କୋରାପୁଟର କୋଟିଆ। ଗଜପତି ଓ କୋଟିଆରେ ଆନ୍ଧ୍ର ଆଉ ଉଦୟପୁରରେ ପଶ୍ଚିମବଙ୍ଗ। ଗଜପତି ରାୟଗଡ଼ ବ୍ଲକ୍ ମାଣିକପାଟଣା ଗାଁରେ ଉଦ୍ଧତାମୀର ସୀମା ଟପିଛି ଆନ୍ଧ୍ର। ଏଠାରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ମାଣ ହୋଇ ବନ୍ଦ ଥିବା ଏକ ଅଙ୍ଗନଓ୍ବାଡି ସେଣ୍ଟରକୁ ପୁଣି ଥରେ ଖୋଲାଇଛନ୍ତି ଖୋଦ୍ ଆନ୍ଧ୍ର ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଏସ୍. ଆପୋଲୋ ରାଜୁ। ଖୋଲି ନାହାନ୍ତି ଖୋଲାଖୋଲି ଧମକ ବି ଦେଇଛନ୍ତି। ସେଣ୍ଟରକୁ ପୁଣି ଥରେ ବନ୍ଦ କରିବାକୁ ଚେଷ୍ଟା କଲେ ଓଡିଶା ସରକାରଙ୍କ ଦ୍ୱାରା ନିର୍ମିତ ହୋଇଥିବା ସେଣ୍ଟରକୁ ଉଡାଇଦେବି। ଆଉ ଯିଏ ବନ୍ଦ କରିବା ତାକୁ ଅଟକ ରଖାଯିବ।

Advertisment

ଏପରି ଧମକକୁ ନିନ୍ଦା କରିଛନ୍ତି ଗଜପତିର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା। ତେବେ ଖାଲି ଗଜପତି ନୁହେଁ କୋଟିଆରେ ବି ଆଜି ଆନ୍ଧ୍ର ପ୍ରଶାସନ ରାସନ ଅଭିଯୋଗ ଶୁଣାଣି କରିଛି। ଫାଟୁ ସେନେରୀ, ଫଗୁଣ ସେନେରୀ, ଗଞ୍ଜେଇ ପଦର, ଧୂଳିପଦର ଗାଁକୁ ନେଇ ଅଭିଯୋଗ ଶୁଣାଣି ହୋଇଥିଲା। ବିଜୟନଗରମ୍ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ସ୍ଥାନୀୟ ଆନ୍ଧ୍ର ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ହୋଇଛି କାର୍ଯ୍ୟକ୍ରମ।

ଦକ୍ଷିଣରେ ଆନ୍ଧ୍ର ଦାଦାଗିରି ଦେଖାଉଥିବା ବେଳେ ଉତ୍ତରରୁ ମାଡ଼ି ଆସିଲାଣି ପଶ୍ଚିମବଙ୍ଗ। ଅବାଧ ପ୍ରବେଶ କରି ଉଦୟପୁର ସୀମାନ୍ତରେ ଓଡିଶା ସୀମାକୁ ଅତିକ୍ରମ କରି ନିର୍ମାଣ କରୁଛି ୩୦ ଫୁଟ୍‌ର ପାଚେରୀ। ଦୀର୍ଘଦିନ ଧରି ଉଦୟପୁର ବେଳାଭୂମିକୁ ନିଜ ଅଧୀନକୁ ନେବାକୁ ବଙ୍ଗ ପ୍ରଶାସନର ଏ ଚେଷ୍ଚା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। ଏନେଇ ସ୍ଥାନୀୟ ଲୋକ ପ୍ରଶାସନକୁ ଖବର ଦେବାରୁ, ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟ ବନ୍ଦ ପାଇଁ ପଶ୍ଚିମବଙ୍ଗ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ସ୍ଥାନୀୟ ଅତିରିକ୍ତ ତହସିଲଦାର।

Advertisment

ଏବେ ସେହି ସ୍ଥାନ ଉପରେ ନଜର ରଖିବାକୁ ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଅତିରିକ୍ତ ତହସିଲଦାର। ତେବେ ପଶ୍ଚିମବଙ୍ଗର ଏଭଳି ଚେଷ୍ଟା ନୂଆ ନୁହେଁ ଗତବର୍ଷ ନଭେମ୍ବର ମାସରେ ମଧ୍ୟ ସାହାଜିବାଜିପୁର ଗାଁ ଅଞ୍ଚଳରେ ଜେସିବି ଲଗାଇ ଲୋକଙ୍କୁ ଉଚ୍ଛେଦ କରିବା ସହ  ସେଠାରେ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ଚେଷ୍ଟା କରିଥିଲା ବଙ୍ଗ ପ୍ରଶାସନ।

ରିପୋର୍ଟ: ସୂର୍ଯ୍ୟ ପଣ୍ଡା, ଅଜିତ୍ ଦାସ ଓ ଆଦର୍ଶ ଦାସ

Odisha Andhra-Odisha Border Kotia Issue
Advertisment
Advertisment