Advertisment

ବିଧାନସଭା ନିକଟରେ ହାତ କାଟି ବିଷ ପିଇଦେଲେ ଯୁବକ

ଯାହାକୁ ଡରୁଥିଲେ ତାହା ହିଁ ଘଟିଲା। ବିଧାନସଭା ଆରମ୍ଭରୁ ପୋଲିସ ଓ ପ୍ରଶାସନକୁ ଘାରିଥିଲା ଆତ୍ମହତ୍ୟା ଉଦ୍ୟମ ଭୟ। କଡାକଡି ହୋଇଥିଲା କଟକଣା। ତଥାପି ଘଟିଲା। ବିଧାନସଭା ନିକଟରେ ପୁଣି ଅତ୍ମହତ୍ୟା ଉଦ୍ୟମ ହୋଇଛି।

author-image
Minati Mishra
ଅଦ୍ୟତନ ହୋଇଛି
odisha assembly

odisha assembly

ଭୁବନେଶ୍ୱର: ଯାହାକୁ ଡରୁଥିଲେ ତାହା ହିଁ ଘଟିଲା। ବିଧାନସଭା ଆରମ୍ଭରୁ ପୋଲିସ ଓ ପ୍ରଶାସନକୁ ଘାରିଥିଲା ଆତ୍ମହତ୍ୟା ଉଦ୍ୟମ ଭୟ। କଡାକଡି ହୋଇଥିଲା କଟକଣା। ତଥାପି ଘଟିଲା। ବିଧାନସଭା ନିକଟରେ ପୁଣି ଅତ୍ମହତ୍ୟା ଉଦ୍ୟମ ହୋଇଛି। ବିଧାନସଭା ଆଗରେ ଜଣେ ଯୁବକ ହାତ କାଟି, ବିଷ ପିଇଛନ୍ତି।  

Advertisment

ଆଜି ମଧ୍ୟାହ୍ନରେ ଘଟିଛି ଏହି ଘଟଣା। ସେପଟେ ବିଧାନସଭା ଭିତରେ ହଟ୍ଟଗୋଳ ଚାଲିଥିବାବେଳେ ଚିକିତ୍ସା ଅବହେଳା ଅଭିଯୋଗ କରି ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ନାମ ଦୁଷ୍ମନ୍ତ ଦାସ। ତାଙ୍କର ଘର କୁଜଙ୍ଗ ଅଞ୍ଚଳରେ ବୋଲି ସୂଚନା ମିଳିଛି। ସେ BSKY କାର୍ଡ ଗ୍ରହଣ ହେଉନଥିବା, SCBରେ ଚିକିତ୍ସା ହେଉନଥିବା ଅଭିଯୋଗ କରିଛନ୍ତି। ସଂପୃକ୍ତ ଯୁବକଙ୍କୁ ପୋଲିସ ଉଦ୍ଧାର କରିଛି ଏବଂ ହସ୍ପିଟାଲରେ ଭର୍ତ୍ତି କରାଇଛି। 

୨୦୨୦ ମାର୍ଚ୍ଚରେ ସଡ଼କ ଦୁର୍ଘଟଣାରେ ବାମ ଗୋଡ଼ରେ ଗଭୀର କ୍ଷତ ଯୋଗୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହେବା ସହ ଦୁଇ ଦୁଇ ଥର ଅପରେସନ ବି ହୋଇଥିଲେ ଦୁଷ୍ମନ୍ତ। ଏହାପରେ ୧୫ ଜୁଲାଇ ୨୦୨୦ରେ କରୋନା ସଂକ୍ରମଣର ଆଳ କରି ଘରକୁ ପଠାଇଦେଲେ। ତାପରେ ଘରେ ଥିବା ସମୟରେ ଅସୁସ୍ଥ ହେବାରୁ ପୁଣି ଥରେ ଏସବିକୁ ଯାଇଥିଲେ। କିନ୍ତୁ ତାଙ୍କର ଆଡମିଶନ୍ ହୋଇପାରିଲାନି। ଜଗତସିଂପୁର ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଗୁହାରି କରିବା ପରେ ସେ ଏସସିବିକୁ ପଠାଇଥିଲେ ବି ସେଠାରେ ପୁଣି ନିରାଶ ହେବାକୁ ପଡ଼ିଥିଲା। ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜୁ କୃଷକ କଲ୍ୟାଣ କାର୍ଡରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରାଇଭେଟ୍ ହସ୍ପିଟାଲ୍‌ରେ ଚିକିତ୍ସା ହୋଇପାରିବେ ବୋଲି କହିବା ପରେ ଗତ ଫେବ୍ରୁଆରୀ ୨ରେ ଘରୋଇ ହସ୍ପିଟାଲ୍‌ରେ ଆଡମିଶନ୍ ହୋଇଥିଲା ତାଙ୍କର।

Advertisment

କିନ୍ତୁ ସରକାରଙ୍କଠାରୁ ଲିଖିତ ଭାବେ ଆଣିବାକୁ କୁହାଯାଇଥିଲା। ତେବେ ଯିଏ ଯାହା କହିଲେ, ସେହି ଅନୁଯାୟୀ ସରକାରଙ୍କଠାରୁ ଏସସିବି ଯାଏଁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଗତ ଅଗଷ୍ଟ ୨୬ ତାରିଖରେ ଦୁଷ୍ମନ୍ତଙ୍କ ମା ରାଜ୍ୟ ସରକାରଙ୍କୁ ଚିଠି କରିଥିଲେ । ହେଲେ ଏଯାଏଁ କୌଣସି ସହାୟତା ନମିଳିବାରୁ ଆଜି ନିରାଶ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛନ୍ତି। ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିବାବେଳେ ଦୁଷ୍ମନ୍ତଙ୍କ ଅଭିଯୋଗ ନେଇ ରାଜ୍ୟ ସରକାର କିମ୍ବା ଏସସିବି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Odisha Assembly Session Youth Attempt To Suicide
Advertisment
Advertisment