Advertisment

ମୂର୍ତ୍ତି ଉଚ୍ଚତା ନେଇ ନିଷ୍ପତ୍ତି ହୋଇପାରିଲାନି, ୨ ଦିନ ସମୟ ନେଲେ ସରକାର

ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତା କେତେ ରହିବ, ସେ ନେଇ କୌଣସି ନିଷ୍ପତ୍ତି ଆଜି ନିଆଯାଇ ପାରିଲା ନାହିଁ । ପୁଣି ୨ ଦିନ ସମୟ ନେଇଛନ୍ତି ରାଜ୍ୟ ସରକାର।

author-image
Minati Mishra
ଅଦ୍ୟତନ ହୋଇଛି
undefined

durga puja idol

କଟକ: ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତା କେତେ ରହିବ, ସେ ନେଇ କୌଣସି ନିଷ୍ପତ୍ତି ଆଜି ନିଆଯାଇ ପାରିଲା ନାହିଁ । ପୁଣି ୨ ଦିନ ସମୟ ନେଇଛନ୍ତି ରାଜ୍ୟ ସରକାର। ୨ ଦିନ ଭିତରେ ଏ ନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି କଟକ ପୂଜା କମିଟିର ପ୍ରଭାତ ତ୍ରିପାଠୀ  ।

Advertisment

କଟକରେ ଦୁର୍ଗା ମୂର୍ତ୍ତିକୁ ନେଇ ରାଜନୀତି ବେଶ ଜୋର ଧରିଥିଲା। ପ୍ରଶାସନର କଟକଣାକୁ ନେଇ ବିଜେପି, କଂଗ୍ରେସ ବିରୋଧ କରିଥିଲେ। ଏହି କଟକଣା ପ୍ରତିବାଦରେ କଟକରେ ଆସନ୍ତା ୧୩ ତାରିଖ ଦିନ ବନ୍ଦ ଡାକରା ଦେଇଛି ବିଜେପି। ସେହିପରି ନିୟମର ପୁନର୍ବିଚାର ପାଇଁ ରାଜଧାନୀରେ ବି ବିଭିନ୍ନ ପୂଜା କମିଟି ଦାବି କରିଥିଲେ। ଏମିତିକି କେତେକ ପୂଜା କମିଟିର ସଦସ୍ୟ ପୋଲିସ କମିଶନରଙ୍କୁ ଭେଟି ମଧ୍ୟ ଦାବି ଜଣାଇଥିଲେ। ନିୟମ ପରିବର୍ତ୍ତନ ନହେଲେ ସେମାନେ ମଧ୍ୟ ଭୁବନେଶ୍ୱର ବନ୍ଦ ଡାକରା ପାଇଁ ପ୍ରସ୍ତୁତ ହେଉଥିବା ଭସାଣ କମିଟି ପକ୍ଷରୁ ଚେତବାନୀ ଦିଆଯାଇଥିଲା । 

ଏ ନେଇ କମିଟି ପକ୍ଷରୁ ଦୁର୍ଗାଙ୍କ ମୂର୍ତ୍ତି ମାତ୍ର ୪ଫୁଟ୍ ଉଚ୍ଚରେ ସୀମିତ ରହିଲେ କେଉଁ ଉପାୟରେ କରୋନା ସଂକ୍ରମଣ କମିବ ବୋଲି ପ୍ରଶ୍ନ କରାଯାଇଥିଲା। ସେପ୍ଟେମ୍ବର ଗାଇଡଲାଇନରେ ସିନେମା ହଲ୍‌ରୁ ମଲ୍ ଯାଏଁ, ସବୁକିଛି ଖୋଲିଥିବାବେଳେ ଦୁର୍ଗାପୂଜା ଉପରେ ଏଭଳି କଟକଣା କାହିଁକି ବୋଲି ସେମାନେ ପ୍ରଶ୍ନ ଉଠାଇଥିଲେ। ସେହିପରି ବିଧାନସଭାରେ ମଧ୍ୟ ଉଠିଥିଲା ଏହି ପ୍ରସଙ୍ଗ। ମୂର୍ତ୍ତି ଉଚ୍ଚତା ଓ ଦର୍ଶନ କଟକଣା ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବି କରି ହୋହଲ୍ଲା କରିବା ପରେ ପୂଜା ଗାଇଡଲାଇନ୍‌ର ପୁନର୍ବିଚାର ହୋଇପାରେ ବୋଲି ବାଚସ୍ପତି କହିଥିଲେ। 

Advertisment

 ଅନ୍ୟପକ୍ଷେ ମୂର୍ତ୍ତି ରାଜନୀତି ତାତି ଜୋର ଧରିବାରୁ ଆଜି ବସିଥିଲା ଶାନ୍ତି କମିଟି ବୈଠକ। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ଓ କଟକ ପୂଜା କମିଟି ମଧ୍ୟ ବୈଠକ ହୋଇଥିଲା । ଲୋକସେବା ଭବନରେ ଏହି ବୈଠକ ହୋଇଥିଲା । ଏଥିରେ ମୁଖ୍ୟ ଶାସନ ସଚିବ, ଏସଆରସିଙ୍କ ସହିତ କଟକ ବିଭିନ୍ନ ପୂଜା କମିଟିର ସଦସ୍ୟ ଭାଗ ନେଇଥିଲେ । ବୈଠକ ପରେ ପ୍ରଭାତ ତ୍ରିପାଠୀ କହିଛନ୍ତି, ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ନେଇ ୨ ଦିନ ଭିତରେ ନିଷ୍ପତ୍ତି ନେବେ ରାଜ୍ୟ ସରକାର ।

ପୂଜା ଆଉ ପ୍ରାୟ ମାସେ ସମୟ ଅଛି ।  ତେଣୁ ଆବଦ୍ଧ ପୂଜା କରାଯିବ କି ନାହିିଁ, କରୋନାକୁ ଦେଖି ସେତେବେଳେ ନିଷ୍ପତ୍ତି ନିଆଯିବ।  କିନ୍ତୁ ସରକାରଙ୍କ ପକ୍ଷରୁ ଏ ସଂପର୍କରେ କିଛି ସୂଚନା ମିଳିପାରିନାହିଁ। ତେବେ ମିଳିଥିବା ଶେଷ ଖବରରୁ ଜଣାଯାଇଛି,  ପାର୍ବଣରେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ପାଇଁ ସରକାର ରାଜି ଥିବା ସୂଚନା ମିଳିଛି।  ଏଥିରେ କୌଣସି ସମସ୍ୟା ନାହିଁ ବୋଲି ସରକାର କହିଥିବା ଜଣାପଡ଼ିଛି। ତେବେ ଦୁଇ ଦିନ ଭିତରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ସରକାର ।  ସରକାରଙ୍କ ସହିତ କଟକ ବିଭିନ୍ନ ପୂଜା କମଟିିର ବୈଠକ ପରେ ଏ ସୂଚନା ଦେଇଛନ୍ତି କଟକ ମହାନଗର ଶାନ୍ତି କମିଟିର ସଂପାଦକ ପ୍ରଭାତ ତ୍ରିପାଠୀ।

Durga Puja Cuttack Durga Puja
Advertisment
Advertisment