ବ୍ରିଜ୍ ଭୁଶୁଡ଼ିବା ମାମଲାରେ ୧୫ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ଦୁଇ ଜଣ ଇଞ୍ଜିନିୟରଙ୍କଠାରୁ ସଷ୍ଟୀକରଣ ମାଗିଛନ୍ତି ସରକାର ।
ଦୁର୍ଘଟଣା ପୂର୍ବରୁ ଠିକ ସମୟରେ ପ୍ରଶାସନକୁ ସୂଚନା ଦେବା ଯୋଗୁଁ ଫ୍ରାନସିସ୍ ସ୍କଟ୍ ବ୍ରିଜ୍ ଉପରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଫଳରେ ବଡ଼ କ୍ଷତିରୁ ଆମେ ବର୍ତ୍ତି ଯାଇଛୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।
ସାମ୍ନାକୁ ଆସିଲା ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ୍ । ବ୍ରିଜ୍ ଭୁଶୁଡ଼ିବା ସହ ନଦୀ ଗର୍ଭକୁ ଖସିପଡ଼ିଲେ ଲୋକେ । ବ୍ରିଜରେ ଥିବା ଗାଡ଼ି ସହ ଖସିପଡ଼ିଲେ ପ୍ରାୟ ୨୦ଜଣ ।
ସୁପୌଲର ବକୌରରୁ ମଧୁବନୀର ଭେଜା ଘାଟ ମଧ୍ୟରେ ନିର୍ମାଣ ହେଉଛି ଭାରତର ସବୁଠୁ ଲମ୍ବା ସଡ଼କ ବ୍ରିଜ୍ । ଆଜି କାମ ଚାଲିଥିବା ବେଳେ ହଠାତ୍ ବ୍ରିଜଟି ମଝିରୁ ଭାଙ୍ଗିଯାଇଥିଲା।
ଯାଜପୁର ଜିଲ୍ଲା ରସୁଲପୁର ନିକଟରେ ଆଜି ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ୧୬ ନମ୍ବର ଜାତୀୟ ରାଜପଥରେ ହଠାତ୍ ଧସିଯାଇଛି କୋଲକାତା-ଚେନ୍ନାଇ ରାସ୍ତାରେ ମାତ୍ର ୧୫ବର୍ଷ ତଳେ ନିର୍ମିତ ସ୍ଥାୟୀ ପୋଲ । ନିର୍ମାଣରେ ତ୍ରୁଟି ପାଇଁ ଏଭଳି ଅଘଟଣ ଘଟିଥିବା NHAI ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱୀକାର କରିଥିବାବେଳେ ଏକ୍ସପର୍ଟ କମିଟି ଏହାର କାରଣ ଖୋଜିବ ବୋଲି କହିଛନ୍ତି।
ନିରାପଦ ରାଜପଥରେ ଆସନ୍ନ ବିପଦର ସ୍ପଷ୍ଟ ଚିହ୍ନ, କିନ୍ତୁ ସୌଭାଗ୍ୟକୁ ଅଳ୍ପକେ ଟଳିଯାଇଛି ବଡ଼ ଦୁର୍ଘଟଣା
ନାବାଳିକା ଡ୍ରେନ୍ ପାଣିରେ ବୁଡ଼ି ଯାଉଥିବା ବେଳେ ସ୍ଥାନୀୟ ଲୋକ ଏହାଦେଖି ତାଙ୍କୁ ଉଦ୍ଧାର କରି ମେଡିକାଲ୍ ପଠାଇଥିଲେ । ନାବାଳିକା ଜଣକ ଗୁରୁତର ରହିଥିବାବେଳେ ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଏ ହୃଦୟ ବିଦାରକ ଘଟଣାକୁ କିଏ ଭୁଲି ପାରିବ ? ଆଉ ଯିଏ ଏହାକୁ ଆଖିସାମ୍ନାରେ ଦେଖିଛି ? ତା ଆଖିରୁ ତ ନିଦ ହଜିଯାଇଥିବ । ଆଖି ବନ୍ଦ କଲେ ବି ରହି ରହି ଦିଶି ଯାଉଛି ସେ ଦୃଶ୍ୟ। ଥରି ଯାଉଛି ହୃଦୟ।
ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି। ନଦୀରେ ୧୦୦ରୁ ଅଧିକ ଭାସି ଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ପୋଲ କାମ ଚାଲିଥିବା ବେଳେ ଆଜି ହଠାତ୍ ସାଇଡ୍ ଓ୍ବାଲ୍ ଭୁଶୁଡ଼ି ପଡ଼ିଥିଲା।
ନଦୀ ପାର ହେଉଥିଲା ଡମ୍ପର। ହଠାତ ଭୁଶୁଡି ପଡ଼ିଲା ପୋଲ। ନଦୀ ଭିତରେ ଖସିପଡ଼ିଲା ଡମ୍ପର। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ଘଟଣାସ୍ଥଳରୁ ଜଣକୁ ଉଦ୍ଧାର କରାଯାଇଛି।