"ମୋ ପୁଅକୁ ବଂଚାଇଦିଅ : ମୋ ପୁଅକୁ ହରାଇବାକୁ ମୁଁ ଚାହୁଁନାହିଁ" ଟିକିଏ ଦୟାକର ଓ ମୋ ପୁଅର ଜୀବନ ବଂଚିଯାଉ....କୁନିପୁଅକୁ ବଂଚାଇବା ପାଇଁ ହାତଯୋଡ଼ି ସାହାଯ୍ୟ ମାଗୁଛି, କାନ୍ଦି କାନ୍ଦି ନିବେଦନ କରୁଛି ମାଆ...ଦେଖନ୍ତୁ କେମିତି କଷ୍ଟ ପାଉଛି ଏ କୁନିପୁଅ
ଓଡ଼ିଶାର କୁନିପୁଅ ରାଜଭୀରର ଜୀବନ ବଞ୍ଚେଇବାକୁ ଅପିଲ୍ କଲେ ନିଜେ ସୋନୁ ସୁଦ୍। ଆଜି ରାଜଭୀରର ବାପା ମାଆ ମୁମ୍ବାଇରେ ସୋନୁଙ୍କୁ ତାଙ୍କ ବାସଭବନରେ ଭେଟିବା ପରେ, ପିଲାଟିକୁ ସାହାଯ୍ଯ କରିବାକୁ ସେ ଅପିଲ୍ କରିଛନ୍ତି। କହିଛନ୍ତି ଏ ପିଲାଟିର ଦାୟିତ୍ୱ ଆମ ସମସ୍ତଙ୍କର। ତା ପାଇଁ ଯେଉଁ ଇଂଜେକ୍ସନ ଲାଗିବ ତାର ଦାମ ୧୬ କୋଟି ଟଙ୍କା।
ପୁରୀ ଶ୍ରୀମନ୍ଦିର ପାଇଁ ଶ୍ରୀମନ୍ଦିର ପ୍ରଶାସନ ସାନି ଗାଇଡଲାଇନ୍ ଜାରି କରିଛି। ଆଜି ଠାରୁ ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ ଶ୍ରୀମନ୍ଦିର ଖୋଲା ରହିବ।
ଆଜି ହେଉଛି ଧନୁ ସଂକ୍ରାନ୍ତି । ଏନେଇ କାରିଗରମାନେ ଲାଗିପଡିଛନ୍ତି ମୁଆଁ ପ୍ରସ୍ତୁତ କରିବାରେ । ଆଧୁନିକତା ଭିତରେ ଆଜି ବି ବଞ୍ଚି ରହିଛି ପରମ୍ପରା । ରାଜ୍ୟର ବିଭିନ୍ନ ସ୍ଥାନରେ ମୁଆଁ ବିକ୍ରି କରାଯାଏ ।
ଲକ୍ଡାଉନ୍ ହିରୋ ସୋନୁ ସୁଦ୍ଙ୍କୁ ଦେଖା କରି ରାଜଭୀର୍ଙ୍କ ପରିବାର ତାଙ୍କଠୁ ସହାୟତା ମାଗିଛନ୍ତି। ରାଜଭୀର୍ଙ୍କ ଚିକିତ୍ସା ପାଇଁ ୧୬ କୋଟି ଟଙ୍କା ଆବଶ୍ୟକ।
ଆଜି ଧନୁ ସଂକ୍ରାନ୍ତି.. ଓଡ଼ିଆଙ୍କ ଘରେ ପୂଜା ହୁଏ ଧନୁ ମୁଆଁ.. ସମୟ ବଦଳିବା ସହ ବଦଳିଛି ଲୋକଙ୍କ ପାଟିର ସ୍ୱାଦ.. ଆଧୁନିକତା ଭିତରେ ଆଜି ବି ବଞ୍ଚି ରହିଛି ପରମ୍ପରା.. କରୋନା କଟକଣା ଥିବାରୁ ଏଥର ମୁଆଁ ଅନଲାଇନରେ ବି ମିଳୁଛି.
ଏପଟେ ଶୀତ ହେଉଛି.. ସେପଟେ ପ୍ରକୃତି କୋଳରେ ଫୁଟୁଛି ପାଣି.. ଓଃ ଗାଧେଇଲେ ଯୋଉ ମଜା ଲାଗୁଛି.. ଶୀତରେ ଥରି ଥରି ଆସି ଫୁଟୁଥିବା ପାଣିରେ ବୁଡ଼ି ଗାଧେଇବାର ମଜା ନେଉଛନ୍ତି ପର୍ଯ୍ୟଟକ..କୋଭିଡ୍ କଟକଣା ପାଇଁ ଦୁଇ ବର୍ଷ ହେଲା ଆସିପାରୁ ନଥିଲେ.. ଏଇ ବର୍ଷ ମଜା ଆସିଗଲା..
ସମସ୍ତ ପ୍ରକଳ୍ପକୁ ସିଙ୍ଗଲ ଓ୍ୱିଣ୍ଡୋ ମଂଜୁରୀ ଦିଆଯାଇଛି.. ଏହି ୭ ପ୍ରକଳ୍ପରେ ମୋଟ ୫୧୧ କୋଟି ଟଙ୍କା ନିବେଶ କରାଯିବ.. ୬ ହଜାର ୪୦୨ ଜଣ ପାଇବେ ନିଯୁକ୍ତି..
ଦର୍ଶକ ବନ୍ଧୁ ଚାଷୀ ବାରମାସୀ ଖଟି ଖଟି ଯାହା ନ ପାଉଛି ବେପାରୀ କେବଳ ହାଟ ବଜାରରେ ବିକ୍ରି କରି ତା ଠାରୁ ଅଧିକ ଲାଭ ଉଠାଉଛନ୍ତି। ଏଇ କଥା ପ୍ରାୟ ସମସ୍ତେ କୁହନ୍ତି। ଆଉ ଏବେ ଦେଖନ୍ତୁ ଏଠି ଏ ଦୃଶ୍ୟ। କୋବି ଆପଣ କଟକ ଭୁବନେଶ୍ୱରରେ କେତେ ଟଙ୍କାରେ କିଣୁଛନ୍ତି? ଏଠି ବିଲରେ ପୋକ ଲାଗିଯାଉଛି। ଛନଛନିଆ ପତ୍ରଲଗା କୋବି ଗୋଟାକୁ ୪ ରୁ ୫ ଟଙ୍କା। ଏ ଚାଷୀ ଭାଇଙ୍କୁ ଉଦ୍ଧାର କରିବ କିଏ?
ଶ୍ରୀମନ୍ଦିର ପାଇଁ ସାନି ଗାଇଡଲାଇନ୍ ଜାରି କଲା ପ୍ରଶାସନ
ମୋ ଗେରସ୍ତଙ୍କ ନାଁ ନଟକ କାନ୍ଥ... ମୋ ବୋହୂ ଖଣ୍ଡେ ଯେ ଖାଲି ଜିନ୍ ପିନ୍ଧୁଛି... ଟିକେ ଦେଖ ମୋ ବୋହୂକୁ...
ଆଜିକାଲି ସମସ୍ତେ ମୋବାଇଲ୍ ବାଇଆ। ଲେଖାପଢ଼ା କଥା କହିଲେ ଆଜିକାଲିର ପିଲା କୁନ୍ଥେଇଲେ। କିନ୍ତୁ କଟକରେ ରହୁଥିବା ଜୟଶ୍ରୀ ଏଥିରୁ ଅଲଗା। ସେ ୬୦ ଦିନରେ ୬୦ଟି ଗପ ଲେଖି ପୁରସ୍କୃତ ହୋଇଛନ୍ତି। ଆସନ୍ତୁ ଭେଟିବା ଜୟଶ୍ରୀଙ୍କୁ ଏବଂ ଜାଣିବା କେମିତି ସେ ଏହା କରିପାରିଲେ।
ନୂଆବୋହୂଟି ମୁଣ୍ଡରେ ଏବେ ସବୁ ଦୁଃଖ କଷ୍ଟ। ସେ ପାଷାଣ ପାଲଟି ଗଲାଣି। ହାତ ପାତି ଘର ଚଳାଉଛି। କାରଣ ଘରର ୩ ଜଣ ମୁରବୀ ଏବେ ଶଯ୍ୟାଶାୟୀ। ରୋଗରେ ପଡ଼ିଛନ୍ତି ସ୍ୱାମୀ, ଶ୍ୱଶୁର ଓ ଶାଶୂ। କାହାର ହାତଟେକାକୁ ଏବେ ଏ ପରିବାର ଅପେକ୍ଷା କରିଛି।
ଇଲୋ ବୋଉ ! ହଇରେ ନାରଣ ଇଏ କି ଦୃଶ୍ୟ। ଆମ ପାପୁଲି ଦଳିଆ ନେତାଏ ଭଲ ଛିଣ୍ଡେଇ ଛିଣ୍ଡେଇ କବିତା ସବୁ ଲେଖିଛନ୍ତି। ଚାଲୁନ ଟିକେ ପଢ଼ିବା।
ସମୁଦ୍ରରୁ ମାଛ ଧରୁଥିଲେ, ତାକୁ ବଜାରରେ ବିକ୍ରି କରି ଚଳୁଥିଲେ ମହିଳା। ଦିନେ ହଠାତ ତାଙ୍କ ହାତରେ ଏମିତି ଜିନିଷ ପଡିଲା, ଯାହା ତାଙ୍କୁ କରିଦେଲା କୋଟିପତି।
ଯିଏ ଯାହାକୁ ଖାଏ, ସିଏ କ’ଣ କେବେ ତାଙ୍କୁ ପ୍ରେମ କରିପାରେ! କିନ୍ତୁ ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏଠି ଦେଖିବାକୁ ମିଳୁଛି ଯେ ଏକ ବିଲେଇ ଗୋଟିଏ ପାରାକୁ ପ୍ରେମ କରୁଛି ଆଉ ତାକୁ ଚୁମ୍ବନ ଦେଉଛି।
ଈଶ୍ୱର ଦେଇ ନାହାନ୍ତି ଆଖି, କିନ୍ତୁ ଦେଇଛନ୍ତି ମନବଳ। ଦୁନିଆ ସିନା ଦେଖି ପାରୁ ନାହାନ୍ତି ନିଜ ଆଖିରେ କିନ୍ତୁ ଦୁନିଆକୁ କ୍ୟାମେରାରେ ରଖିବାରେ ସେ ମାଷ୍ଟର। ତାଙ୍କର ଏହି ଇଛାଶକ୍ତି ତାଙ୍କୁ ଆଜି କରିଛି ପ୍ରଥମ ଦୃଷ୍ଟିହୀନ ମହିଳା ଫଟୋଗ୍ରାଫର୍।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ସମସ୍ତଙ୍କ ମନ କିଣୁଛି। ଏହି ଭିଡିଓରେ ରେଣ୍ଟୁରାଣ୍ଟ ଭିତରେ ସଫେଇ କରୁଥିବା ବେଳେ ଜଣେ ମହିଳା କର୍ମଚାରୀ ନାଚୁଥିବା ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଓଡ଼ିଶା। ରାଜ୍ୟର ଯେଉଁ କୋଣକୁ ଯାଆନ୍ତୁ ମନ ଲାଖିଗଲା ଭଳି ସ୍ଥାନ ରହିଛି। ହେଲେ ଓଡ଼ିଶା ସରକାର ଇକୋ ରିଟ୍ରିଟ୍ ନାଁରେ ଏଇ ଶୀତ ଦିନ ଆସିଲେ ତମ୍ବୁ ଟାଣି ଯେଉଁ ମହଙ୍ଗା ପ୍ୟାକେଜ୍ କରୁଛନ୍ତି । ତାକୁ ସାଧାରଣ ଲୋକେ ଗ୍ରହଣ କରି ପାରୁଛନ୍ତି ତ?
ଦୁଇ ଦଶନ୍ଧି ପୂର୍ବରୁ ସେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପୋଲିସ ବିଭାଗର ଭିନ୍ନ ଭିନ୍ନ ପଦବୀ ମୁଣ୍ଡାଇଛନ୍ତି । ଆଉ ଏବେ ୨୭ ବର୍ଷ ପରେ ସେ ରାଜ୍ୟର ପୋଲିସ୍ ଡିଜି ହୋଇ ଫେରୁଛନ୍ତି । ସେ ହେଉଛନ୍ତି ସୁନିଲ୍ ବଂଶଲ୍ । ଶୁଣନ୍ତୁ କଣ ଦେଲେ ପ୍ରତିକ୍ରିୟା
ଏଠି ପ୍ରଶ୍ନ ଓଡ଼ିଶାର ପ୍ରକୃତି କୋଳରେ ଆୟୋଜନ ହେଉଥିବା ଇକୋ-ରିଟ୍ରିଟ୍ର ମଜା ସାଧାରଣ ଓଡ଼ିଆ ପର୍ଯ୍ୟଟକଟିଏ ଆପଣାଇ ପାରିବ ତ? ତାସହ ବାହାରୁ ଆସୁଥିବା ମଧ୍ୟବିତ୍ତ ଟୁରିଷ୍ଟମାନେ ବି କଣ ଏତେ ଦାମରେ ଇକୋ-ରିଟ୍ରିଟ୍ର ମଜା ନେବାକୁ ଇଚ୍ଛା କରିବେ ?
ରାଜସ୍ଥାନ ଜନ୍ମିତ ସୁନୀଲ ବଂଶଲ, ଓଡିଶା କ୍ୟାଡର ଆଇପିଏସ୍ । ଢେଙ୍କାନାଳ ଅତିରିକ୍ତ ଏସ୍ପି, ତାଳଚେର ଏସ୍ଡିପିଓ, ସମ୍ବଲପୁର ଅତିରିକ୍ତ ଏସ୍ପି, ରାଉରକେଲା ଚତୁର୍ଥ ବାଟାଲିୟନର କମାଣ୍ଡାଣ୍ଟ, ମୟୂରଭଂଜ ଏସ୍ପି ଏବଂ ସମ୍ବଲପୁର ଭିଜିଲାନ୍ସ ଏସ୍ପି ଭାବେ ସେ ଦକ୍ଷତାର ସହ କାମ କରିଛନ୍ତି ।
ନାଳ ସାଜିଛି କାଳ । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ନାଗପଡା ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ତଥା ଆଖପାଖ ୩ ଖଣ୍ଡ ଗାଁ ଲୋକଙ୍କ ପାଇଁ ଇନ୍ଦ୍ର ନଦୀର ନାଳ କାଳ ପାଲଟିଛି । ଏହି ନାଳ ପାଇଁ ଗାଁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଶଣୁନାହିଁ ପ୍ରଶାସନ ।
୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକା ପ୍ରଥମ ଡୋଜ୍ ଶତକଡା ୯୫ ଭାଗ ଏବଂ ଦ୍ୱିତୀୟ ଡୋଜ୍ ଶତକଡା ୬୫ ଭାଗ ଦିଆସରିଛି। ଖୁବ୍ ଶୀଘ୍ର ଏହି ଶତ ପ୍ରତିଶତ ଲୋକେ କରୋନା ଟିକା ନେଇଯିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଆମ ଦେଶରେ ଭାରତରେ ଭରି ରହିଛି ଅନେକ ଗୁଢ ରହସ୍ୟ । ଆଉ ସେ ସବୁ ରହସ୍ୟ ଆମକୁ ସବୁବେଳେ ଆକର୍ଷିତ କରିବା ସହ ଆଶ୍ଚର୍ଯ୍ୟ ବି କରିଥାଏ । ପ୍ରାକୃତିକ ପରିବେଶ, ଐତିହାସିକ ସଂରଚନା ଏ ସବୁ ପାଇଁ ଭାରତ ପୁରା ବିଶ୍ୱରେ ପ୍ରସିଦ୍ଧ । ସେହିଭଳି ଏକ ସ୍ଥାନ ହେଉଛି ଆନ୍ଧ୍ରପ୍ରଦେଶ ବିଶାଖାପଟନମରେ ଥିବା ବୋର୍ରା ଗୁମ୍ଫା । ଏହା ଭାରତର ପୂର୍ବତଟରେ ଅବସ୍ଥିତ ଓ ଅନନ୍ତଗିରି ପାହାଡର ଅଂଶ । ଏହାକୁ ଭାରତର ସବୁଠାରୁ ବଡ ଗୁମ୍ଫା ବୋଲି କୁହାଯାଏ । ଆଉ ଏହି ଗୁମ୍ଫାକୁ ନେଇ ରହିଛି ଅନେକ ରହସ୍ୟ, ଅନେକ ଲୋକକଥା । ତେବେ ଚାଲନ୍ତୁ ଜାଣିବା ସେହି ରହସ୍ୟ ଓ ଲୋକକଥା 'ବୋର୍ରା ଗୁମ୍ଫା'ର କାହାଣୀ ।