/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741855163.jpg)
ଦୁଇ ପୁଅଙ୍କୁ ମାରିଥିଲା ବାପା
ନୟାଗଡ଼ ଫତେଗଡ଼ ଧାନଚାଙ୍ଗଡ଼ା ଗାଁରେ ୨ ନାବାଳକଙ୍କ ମୃତଦେହ ଉଦ୍ଧାର ମାମଲାରେ ବାପା ଗିରଫ । ଦ୍ବିତୀୟ ବିବାହ ପ୍ରସ୍ତାବକୁ ଦୁଇ ନାବାଳକ ପୁଅ ବାରଣ କରିବାରୁ ଦୁଇ ପୁଅଙ୍କୁ ହତ୍ୟା କରିବା ଅଭିଯୋଗରେ ବାପାକୁ ବାନ୍ଧିଛି ପୋଲିସ । ଡବଲ୍ ମର୍ଡର ନେଇ ପ୍ରେସମିଟରେ ସ୍ପଷ୍ଟ କଲେ ନୟାଗଡ଼ ଏସପି ।
ଅଧିକ ପଢ଼ନ୍ତୁ: ‘ଆସନ୍ତା ବର୍ଷ ସରିବ ଗୁଣ୍ଡିଚା ମନ୍ଦିର ରୋଷଘର କାମ’
କେବଳ ବାପା ନୁହେଁ ଏହି ହତ୍ୟାକାଣ୍ଡରେ ସହଯୋଗ କରିଥିବା ଜେଜେ ମାଆ ବି ଗିରଫ ହୋଇଛି । ଅଭିଯୁକ୍ତ ଦୁଇ ଜଣ ହେଲେ ବାପା ପ୍ରକାଶ ମହାନ୍ତି ଓ ଜେଜେ ମାଆ ସୋରି ମହାନ୍ତି । ପୁଅ ଦୁଇ ଜଣଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲା ବାପା । ପରେ ଆତ୍ମହତ୍ୟାର ରୂପ ଦେବାକୁ ମୃତଦେହକୁ ଝୁଲାଇ ଦେଇଥିଲା ।
ସୂଚନା ଅନୁସାରେ ଗତ ସୋମବାର ନୟାଗଡ଼ ଧାନଚାଙ୍ଗଡ଼ା ଗାଁରେ ଘରୁ ଉଦ୍ଧାର ହୋଇଥିଲା ୨ ପୁଅଙ୍କ ମୃତଦେହ । ୧୪ ବର୍ଷୀୟ ଆକାଶ ମହାନ୍ତି, ୧୧ ବର୍ଷୀୟ ବିକାଶ ମହାନ୍ତି । ମାଆ ଛେଉଣ୍ଡ ଦୁଇ ଭାଇ । ଜୀବନକୁ ଚିହ୍ନିବା ଆଗରୁ କଣ ଯେ ହେଲା ଏମାନଙ୍କ ଜୀବନ ସହ ସେକଥା କେବଳ ଭଗବାନଙ୍କୁ ହିଁ ଜଣା । କାରଣ ସୋମବାର ସକାଳୁ ସକାଳୁ ଦୁହିଁଙ୍କୁ ନେଇ ନୟାଗଡ଼ରେ ଖେଳିଯାଇଥିଲା ଚାଞ୍ଚଲ୍ୟ । ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା ଦୁଇ ଭାଇଙ୍କ ଝୁଲନ୍ତା ମୃତଦେହ ।
ଦୁଇ ନାବାଳକ ପୁଅଙ୍କର ମୃତ୍ୟୁକୁ ନେଇ ନାନା ଚର୍ଚ୍ଚା ଆଲୋଚନା ଭିତରେ ସିଧାସିଧା ହତ୍ୟା ଅଭିଯୋଗ ଆଣିଥିଲେ ମୃତକଙ୍କ ମାମୁଘର ଲୋକ । ମୃତକଙ୍କ ମାମୁଙ୍କ କହିବା ଅନୁସାରେ, ସ୍ତ୍ରୀଙ୍କ ମୃତ୍ୟୁ ପରେ ଦୁଇ ଛୁଆଙ୍କ ବାପା ପ୍ରକାଶ ମହାନ୍ତି ଦ୍ବିତୀୟ ବିବାହ କରିବାକୁ ଚାହୁଁଥିଲା । ଏଥିରେ ଦୁଇ ପିଲା କଣ୍ଟା ହେବାରୁ ସେମାନଙ୍କୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲା ।
ସୂଚନା ଅନୁସାରେ, ୩ ବର୍ଷ ତଳେ ପ୍ରକାଶ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ପ୍ରକାଶଙ୍କ ଦ୍ବିତୀୟ ବିବାହ ପାଇଁ ପ୍ରସ୍ତାବ ଆସିଥିଲା । ଏହାପରେ ପ୍ରକାଶଙ୍କ ଦୁଇ ପୁଅ ବେକରେ ଲୁଗା ବାନ୍ଧି ଝୁଲି ପଡ଼ିଥିବା ମୃତକଙ୍କ ଜେଜେ ମାଆ କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)