ମାତ୍ର ୨ ଟଙ୍କାରେ ଫୁଲକୋବି.. ଗୋଟା ଗୋଟା ଅତି କମରେ ଦେଢ କିଲୋ ହେବ.. କିନ୍ତୁ ବିକ୍ରି ହେଉଛି ମାତ୍ର ୨ ଟଙ୍କାରେ..
ଏକଦା ସର୍ବବୃହତ୍ ଝୋଟ ଉତ୍ପାଦନକାରୀ ରାଜ୍ୟ ଥିଲା ଓଡ଼ିଶା । ହେଲେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ଚାଷରୁ ଚାଷୀମାନେ ମୁହଁ ଫେରାଇ ନେଉଛନ୍ତି । ଝୋଟ ବା ନଳିତା ଚାଷ କରୁଥିବା ଚାଷୀମାନେ ଏବେ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଏଥିସହିତ ଝୋଟର ଅଭାବୀ ବିକ୍ରି ରାଜ୍ୟର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ।
କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ ।
ଦର୍ଶକ ବନ୍ଧୁ ଚାଷୀ ବାରମାସୀ ଖଟି ଖଟି ଯାହା ନ ପାଉଛି ବେପାରୀ କେବଳ ହାଟ ବଜାରରେ ବିକ୍ରି କରି ତା ଠାରୁ ଅଧିକ ଲାଭ ଉଠାଉଛନ୍ତି। ଏଇ କଥା ପ୍ରାୟ ସମସ୍ତେ କୁହନ୍ତି। ଆଉ ଏବେ ଦେଖନ୍ତୁ ଏଠି ଏ ଦୃଶ୍ୟ। କୋବି ଆପଣ କଟକ ଭୁବନେଶ୍ୱରରେ କେତେ ଟଙ୍କାରେ କିଣୁଛନ୍ତି? ଏଠି ବିଲରେ ପୋକ ଲାଗିଯାଉଛି। ଛନଛନିଆ ପତ୍ରଲଗା କୋବି ଗୋଟାକୁ ୪ ରୁ ୫ ଟଙ୍କା। ଏ ଚାଷୀ ଭାଇଙ୍କୁ ଉଦ୍ଧାର କରିବ କିଏ?
ବାତ୍ୟା ଖବର ଶୁଣି ପରିବା ଚାଷୀ ମନରେ ଛନକା । ଅମଳ ପୂର୍ବରୁ ବାତ୍ୟା ଆସୁଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।
କୋହଲା ପାଗକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡ଼ିଲାଣି । ଅମଳ ହୋଇଯାଇଥିବା ଧାନ ଓ ମାଣ୍ଡିଆକୁ କେଉଁଠି ରଖିବେ ସେନେଇ ଚିନ୍ତାରେ କୋରାପୁଟ ଜିଲ୍ଲା ତଳ ଲିମକା ଗ୍ରାମର ଚାଷୀ । ଏ ସମ୍ପର୍କରେ ଲିମିକା ଗାଁର ଚାଷୀଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତନିଧି ସୂର୍ଯ୍ୟ ନାରାୟଣ ପଣ୍ଡ ।