/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639572701.jpg)
Cat cutely kiss pigeon
ପଶୁପକ୍ଷୀମାନେ ମଧ୍ୟ ପରସ୍ପରକୁ ଭଲ ପାଆନ୍ତି। ଆପଣଙ୍କ ପାଖପାଖରେ ହେଉ ବା ସୋସିଆଲ ମିଡିଆରେ ହେଉ ଏହାର ଉଦାହରଣ ଆପଣମାନେ ଅନେକ ଥର ଦେଖିଥିବେ। କିନ୍ତୁ ଆପଣ କେବେ ଦେଖିଛନ୍ତି କି କୌଣସି ଏକ ପଶୁ ତା’ର ଶିକାରକୁ ଭଲ ପାଇବାର? ଆପଣମାନେ ପ୍ରାୟ ଦେଖିଥିବେ ଯେ ଯିଏ ଯାହାକୁ ମାରିଖାଏ ତାକୁ ଯେତେବେଳେ, ଯେଉଁ ପରିସ୍ଥିତିରେ ଦେଖିଲେ ବି ଆକ୍ରମଣ କରିଥାଏ। ସେହିଭଳି ବିଲେଇର ଶିକାର ହେଉଛି ପାରା। ଯଦି ଏକ ବିଲେଇ ତା’ ଆଖ ପାଖରେ କୌଣସି ପାରାକୁ ଦେଖେ ତେବେ ସେ କେବେ ବି ଛାଡିବ ନାହିଁ। ତାଙ୍କୁ ଶିକାର କରିବାକୁ ଚେଷ୍ଟା କରିବା ନିଶ୍ଚିତ।
ଏବେ କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ବିଲେଇ ତା’ର ଶିକାର ବା ପାରାକୁ ଭଲ ପାଉଥିବା ଦେଖାଯାଉଛି। ଏହି ଭିଡିଓରେ ଦେଖାଯାଉଛି ଯେ ଏକ ପାରା ଛାତ ଉପରେ ବସିଛି ଏବଂ ଏକ ବିଲେଇ ଚୁପ୍ଚାପ୍ ତା’ ପାଖକୁ ଯାଇ ତାଙ୍କୁ ଚୁମ୍ବନ ଦେଉଛି। ଏହି ଭିଡିଓଟି ଖୁବ୍ ହୃଦୟସ୍ପର୍ଶୀ ହୋଇଥିବା ବେଳେ ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି।
ଭାଇରାଲ୍ ହେଉଥିବା ଏହି ଭିଡିଓ ଇନ୍ଷ୍ଟାଗ୍ରାମ୍ ପେଜ୍ରେ nature27_12 ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓରେ, ଆପଣ ଦେଖିପାରିବେ ଯେ ଏକ ଧଳା ପାରା ଛାତ ଉପରେ ବସିଛି ଏବଂ ଏକ ବିଲେଇ ଏହାଠାରୁ କିଛି ଦୂରରେ ଅଛି। କିଛି ସମୟ ପରେ ବିଲେଇଟି ଚୁପଚାପ୍ ପାଦ ଚିପିଚିପି ପାରା ପାଖକୁ ଯାଉଛି। ପ୍ରଥମେ ଏହାକୁ ଯିଏ ଦେଖିବ ସିଏ ଭାବିବ ବୋଧହୁଏ ବିଲେଇଟି ପାରାକୁ ଆକ୍ରମଣ କରିବାକୁ ଯାଉଛି। କିନ୍ତୁ କଥାଟି ସମ୍ପୂର୍ଣ୍ଣ ଓଲଟା। ଆଗକୁ ଦେଖିଲେ ଜଣାଯାଏ ଯେ ବିଲେଇଟି ପାରାର ନିକଟରର ହେବା କ୍ଷଣି ତା’ର ଥଣ୍ଟକୁ ସ୍ନେହରେ ଚୁମ୍ବନଟି ଦେଇଦଉଛି।
ଏହି ଭିଡିଓଟି ଦେଖି ଲୋକମାନେ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କାରଣ ପ୍ରାୟ ଲୋକ ଦେଖିଛନ୍ତି ଯେ ବିଲେଇ ପାରାକୁ ଶିକାର କରିବାର। ତେଣୁ ସେମାନେ ଏଭଳି ଚମତ୍କାର ଦେଖି ସହଜେ ବିଶ୍ୱାସ କରି ପାରୁ ନାହାନ୍ତି। ଏହି ବିଲେଇ ଓ ପାରାର ଅଦ୍ଭୁତ ଭଲ ପାଇବାର ଭିଡିଓ ପ୍ରକୃତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)