ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା କ୍ରିକେଟ ସହିତ ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ବେଶ୍ ଜଣାଶୁଣା । ରୋହିତ ଶର୍ମା କ୍ରିକେଟ୍ ପଡ଼ିଆରେ ବହୁତ ସରଳ ଦେଖାଯାଆନ୍ତି, କିନ୍ତୁ ପଡ଼ିଆ ବାହାରେ ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ବିଷୟରେ ବହୁତ ଚର୍ଚ୍ଚା ହୋଇଥାଏ । ଏକ ବିଳାସପୂର୍ଣ୍ଣ ଘରଠାରୁ ଆରମ୍ଭ କରି ସୌଖୀନ କାର୍ ଏବଂ ମହଙ୍ଗା ଘଣ୍ଟା ପର୍ଯ୍ୟନ୍ତ ରୋହିତ ଶର୍ମାଙ୍କ ପାଖରେ ରହିଛି ୭ଟି ମହଙ୍ଗା ଜିନିଷ ।
ଏମିତି ବି ଏକ ସମୟ ଥିଲା ଯେତେବେଳେ ଅଧିନାୟକ ରୋହିତ ଶର୍ମା ନିଜ ବାପା ମାଆଙ୍କ ସହ ଏକ ଛୋଟ ଘରେ ରହୁଥିଲେ । କିନ୍ତୁ କ୍ରିକେଟରେ ସଫଳତା ପାଇବା ପରେ ରୋହିତଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇଥିଲା । ଫଳରେ ସେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ରୋହିତଙ୍କ ଏହି ଘରର ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା । ରୋହିତ ଶର୍ମାଙ୍କ ଏହି ଘର ମୁମ୍ବାଇର ୱର୍ଲି ଅଞ୍ଚଳରେ ଅବସ୍ଥିତ ।
Also Read
ମୁମ୍ବାଇର ୱର୍ଲିରେ ଥିବା ଗୋଟିଏ ଘର ବ୍ୟତୀତ ରୋହିତ ଶର୍ମାଙ୍କର ଖଣ୍ଡାଲାରେ ଏକ ବଡ଼ ଅତିଥି ଗୃହ ମଧ୍ୟ ଅଛି । ଏହି ଗେଷ୍ଟ ହାଉସର ମୂଲ୍ୟ ମଧ୍ୟ ପ୍ରାୟ ୧୦ ରୁ ୧୫ କୋଟି ଟଙ୍କା ହେବ । ରୋହିତ ଏହି ଗେଷ୍ଟ ହାଉସକୁ ପ୍ରାୟତଃ ନିଜ ପରିବାର ସହିତ ଛୁଟି କଟାଇବାକୁ ଆସିଥା'ନ୍ତି ।
କ୍ରିକେଟରେ ଅଧିକ ରନ୍ ସଂଗ୍ରହ କରିବା ତାଙ୍କର ଲକ୍ଷ୍ୟ । କିନ୍ତୁ ମହଙ୍ଗା ଘଣ୍ଟା ପିନ୍ଧିବା ତାଙ୍କର ପସନ୍ଦ । ରୋହିତ ଶର୍ମାଙ୍କ ପାଖରେ ଅନେକ ମହଙ୍ଗା ଘଣ୍ଟା ରହିଛି । ତାଙ୍କ ପାଖରେ ଥିବା ସବୁଠାରୁ ମହଙ୍ଗା ଘଣ୍ଟା ହେଉଛି ହୁବଲଟ୍ ଫେରାରୀ ଯାହାର ମୂଲ୍ୟ ପ୍ରାୟ ୨୭ ଲକ୍ଷ ଟଙ୍କା ।
ହବୁଲଟ୍ ଫେରାରୀ ବ୍ୟତୀତ, ରୋହିତ ଶର୍ମା ମଧ୍ୟ ସମାନ ବ୍ରାଣ୍ଡର କ୍ଲାସିକ୍ କଲେକ୍ସନ ପିନ୍ଧନ୍ତି । ଏହି ଘଣ୍ଟାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଏହା ରୋହିତ ଶର୍ମାଙ୍କ ପାଖରେ ଥିବା ଦ୍ୱିତୀୟ ମହଙ୍ଗା ଘଣ୍ଟା ।
ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ସୌଖୀନ କାରକୁ ମଧ୍ୟ ପସନ୍ଦ କରନ୍ତି । ସେ କେବଳ ଗାଡ଼ି ପ୍ରତି ଆଗ୍ରହୀ ନୁହଁନ୍ତି, ସୁଯୋଗ ପାଇଲେ ନିଜେ ଗାଡ଼ି ଚଲାନ୍ତି । ତାଙ୍କ କାର ସଂଗ୍ରହରେ ସବୁଠାରୁ ମହଙ୍ଗା କାର ହେଉଛି Lamborghini URUS। ଏହି କାରର ମୂଲ୍ୟ ପ୍ରାୟ ୩ କୋଟି ୧୦ ଲକ୍ଷ ଟଙ୍କା ହେବ ।
ଲାମ୍ବୋର୍ଗିନିର ସହ BMW M5 କାର ମଧ୍ୟ ରୋହିତ ଶର୍ମାଙ୍କ ଗ୍ୟାରେଜରେ ରଖାଯାଇଛି । ରୋହିତଙ୍କୁ ପ୍ରାୟତଃ ଏହି କାରରେ ଯାତ୍ରା କରୁଥିବାର ଦେଖାଯାଇଛି । ଏହି କାରର ମୂଲ୍ୟ ପ୍ରାୟ ୧.୩୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।
Lamborghini ଏବଂ BMW ବ୍ୟତୀତ, ରୋହିତ ଶର୍ମାଙ୍କର ଏକ ମର୍ସିଡିଜ୍ କାର ମଧ୍ୟ ଅଛି । ରୋହିତଙ୍କ ମର୍ସିଡିଜ୍ GLS 350D ର ମୂଲ୍ୟ ପ୍ରାୟ ୯୫ ଲକ୍ଷ ଟଙ୍କା ।