• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଇଣ୍ଟରନେଟ୍ ଦୁନିଆରେ ଅନେକ ସମୟରେ କିଛି ଭିଡିଓ ଛାଇ ଯାଏ। ଏହି ଭିଡିଓଗୁଡିକ ମଧ୍ୟରୁ କେତେକ ଏତେ ଭିନ୍ନ ହୋଇଥାଏ ଯେ ସମସ୍ତଙ୍କ ଧ୍ୟାନ ସେଗୁଡିକ ଉପରେ ଲାଖି ରହେ। ଆଜିକାଲି ସେହିଭଳି ଏକ ଭିଡିଓ ସମସ୍ତଙ୍କ ହୃଦୟ ଜିତିବାର କାରଣ ପାଲଟିଛି। ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ ଭାଇରାଲ ହେଉଥିବା ଏହି ଭିଡିଓରେ ରେଷ୍ଟୁରାଣ୍ଟ ଭିତରେ ଜଣେ କର୍ମଚାରୀ ଗୀତର ସ୍ୱରରେ ନାଚୁଥିବା ଦେଖିବାକୁ ମିଳେ। କିନ୍ତୁ ଏହି ଭିଡିଓରେ ଏମିତି କିଛି ଖାସ୍ ଅଛି, ଯାହା ଉପରେ ଲୋକଙ୍କ ଧ୍ୟାନକୁ ଆକର୍ଷଣ କରୁଛି।

ଏହି ଭିଡିଓରେ ରେଷ୍ଟୁରାଣ୍ଟ ଭିତରେ ସଫା କରୁଥିବା ଜଣେ ମହିଳା କର୍ମଚାରୀ ନାଚୁଥିବା ଦେଖାଯାଉଛି। କିନ୍ତୁ ଠିକ ସେହି ସମୟରେ ରେଷ୍ଟୁରାଣ୍ଟର ମାଲିକ ଭିତରକୁ ପ୍ରବେଶ କରନ୍ତି। ନାଚରେ ମସଗୁଲ୍ ଥିବା ଏହି ମହିଳା ଶ୍ରମିକ ପୁରା ଉତ୍ସାହରେ ଥିଲେ। ଫଳରେ ମାଲିକଙ୍କ ପ୍ରବେଶକୁ ମଧ୍ୟ ଜାଣି ପାରି ନଥିଲେ।

ଆପଣ ନିଶ୍ଚିତ ଭାବୁଥିବେ ଯେ ବସଙ୍କ ତରଫରୁ ମହିଳାଙ୍କ ଉପରେ ଗୁଡାଏ ଗାଳି ପଡିଥିବ, ନଚେତ ତାଙ୍କ ଦରମା କଟାହୋଇଥିବା ବା କାମରୁ ବିଦାକରି ଦିଆଯାଇଥିବ। କିନ୍ତୁ ଏପରି କିଛି ହୋଇ ନ ଥିଲା। ମାଲିକ ମଧ୍ୟ ଗୋଟିଏ କଡରେ ଠିଆ ହୋଇ ମହିଳା କର୍ମାଚାରୀଙ୍କ ନାଚକୁ ଉପଭୋଗ କରନ୍ତି। ସେ କିଛି ନ କରି କେବଳ ନିଜ ଜାଗାରେ ଚୁପ୍‌ଚାପ୍ ଠିଆ ହୋଇ ତାଙ୍କୁ ଭଲ ଭାବେ ଦେଖୁଥାନ୍ତି।

ଏହି ଭିଡିଓରେ ଆହୁରି ଦେଖିବାକୁ ମିଳେ ଯେ ଟ୍ୟୁନ୍‌ରେ ନାଚୁଥିବା ମହିଳା ହଠାତ୍ ଯେତେବେଳେ ବୁଲି ପଡନ୍ତି ତାଙ୍କ ଆଖି ମାଲିକଙ୍କ ଉପରେ ପଡିଯାଏ। ଏହା ପରେ ସେ ଡରିଯାଆନ୍ତି ଆଉ ତାଙ୍କ ନାଚ ବନ୍ଦକରି ଦିଅନ୍ତି। ଏହା ପରେ ମାଲିକ ସେହି ମହିଳା ଶ୍ରମିକଙ୍କ ନୃତ୍ୟକୁ ଖୁବ୍ ପ୍ରଶଂସା କରି ଉଚ୍ଚ ସ୍ୱରରେ କରତାଳି ଦେବା ଆରମ୍ଭ କରିଦିଅନ୍ତି।

ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍ ହେଉଛି। ଖବର ଲେଖିବା ବେଳକୁ ଏହି ଭିଡିଓକୁ ଏକ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏହି ସମୟରେ ଅନେକ ଉପଭୋକ୍ତା ଏହି ଭିଡିଓରେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। କିଛି ଉପଭୋକ୍ତା କହିଛନ୍ତି ଯେ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ଜଣକ ଏହି ରେଷ୍ଟୁରାଣ୍ଟର ମାଲିକ ଥିଲେ, ଯଦିଓ ଅନ୍ୟମାନେ ସେହି ବ୍ୟକ୍ତିଙ୍କୁ ରେଷ୍ଟୁରାଣ୍ଟ ଗ୍ରାହକ ବୋଲି କହୁଛନ୍ତି।