• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମୁଁ ମାନସିକ ଓ ଶାରିରୀକ ଭାବେ ସଂପୂର୍ଣ୍ଣ ଅସୁସ୍ଥ ହୋଇପଡ଼ିଛି

  • ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ମୁଁ ଛୁଟିରେ ରହିଛି

  • ଅସୁସ୍ଥ ଥାଇ ବି ସାଙ୍ଗସାଥିଙ୍କ ଜରିଆରେ ମୁଁ ଭଡ଼ା ଘର ଖୋଜୁଛି

ଆସିକା : ଡାକ୍ତର ସୁମିତଙ୍କ ପାରିବାରିକ ବିବାଦ ନାଟକୀୟ ମୋଡ଼ ନେଇଛି । ସୁମିତ କୁଆଡ଼େ ପଳାଇଥିବା ନେଇ ତପସ୍ୱିନୀଙ୍କ ଅଭିଯୋଗରେ ଜବାବ ରଖିଛନ୍ତି ସ୍ୱାମୀ ସୁମିତ୍ । ଅଡିଓ ରିଲିଜ୍ ଜରିଆରେ ସେ ନିଜର ଜବାବ ରଖିଛନ୍ତି । ସେ ବର୍ତ୍ତମାନ ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ବୋଲି କହିଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ବିଶ୍ରାମ ନେଇଛନ୍ତି । ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ମୁଁ ଛୁଟିରେ ରହିଛନ୍ତି । ପଳାଇ ଯାଇଥିବା କିମ୍ବା ଅପହରଣ କରିଥିବା ପରି ଖବର ପ୍ରଘଟ ହେଉଥିବା ବେଳେ ଏହା ସମ୍ପୂର୍ଣ୍ଣ ମିଛ ।

ଜନସାଧାରଣଙ୍କ ସାମ୍ନାରେ ମିଥ୍ୟା ତଥ୍ୟ ରଖାଯାଉଛି ।  ପରିବାର ବିରୋଧରେ ମିଛ ଅଭିଯୋଗ କରାଯାଉଛି । ଫଳରେ ମାନସିକ ଭାବରେ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଥବା କିହଛନ୍ତି ଡାକ୍ତର ସୁମିତ । ଅସୁସ୍ଥତା ଭିତରେ ସାଙ୍ଗ ଓ ପରିବାରକୁ ଜଣାଇ ଘର ଖୋଜା ଚାଲିଛି । ଖୁବ ଶୀଘ୍ର ଘର ମିଳଯାଇପାରେ । ହେଲେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ପରିବାର ତଥା ତାଙ୍କର ପ୍ରତିଷ୍ଠାକୁ ତଳେ ପକାଇବା ପାଇଁ ଅପଚେଷ୍ଟା ଚଳାଇଛନ୍ତି । ତପସ୍ୱିନୀଙ୍କ ସହ ୭ ଦିନ କାଳ ରହିବା ଭିତରେ ସଂପର୍କ କିଛି ବି ବଢ଼ିନି, କିଛି ବି ଠିକ୍ ହୋଇନି ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

ତେବେ ସେ ଏସବୁ ପାଇଁ ତପସ୍ୱିନୀଙ୍କୁ ହିଁ ସିଧାସଳଖ ଦାୟୀ କରିଛନ୍ତି । ତପସ୍ୱିନୀଙ୍କ ଯୋଗୁଁ ଅସୁବିଧା ଭୋଗିବାକୁ ପଡ଼ୁଛି । ସ୍ୱାସ୍ଥ୍ୟବସ୍ଥା ଭଲନଥିବାରୁ ତାଙ୍କ ଉପସ୍ଥିତିରେ ବିଶ୍ରାମ ନେବା ସମ୍ଭବପର ହୋଇପାରୁନି । ଅସୁବିଧା ସମ୍ପର୍କରେ କୋର୍ଟଙ୍କୁ ଏକଥା ସେ ଜଣାଇଛନ୍ତି । ତପସ୍ୱିନୀ ମୋତେ ପୂରା ବରବାଦ କରିଦେଲେଣି ଆଉ, କରି ଚାଲିଛନ୍ତି । ପବ୍ଲିକ ସିମ୍ପାଥି ଓ ପବ୍ଲିସିଟି ପାଇବା ପାଇଁ ସେ ଏମିତି କରି ଚାଲିଛନ୍ତି ବୋଲି ସେ କହୁଛନ୍ତି । 

ପରିବାର ଓ ମୋ ନାଁରେ ମିଡିଆରେ ବଦନାମ କରିବା ପରେ ମଧ୍ୟ କାହିଁକି ସାଥୀରେ ରହିବା ପାଇଁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ପରିବାର ପଛରେ ଏକ ବଡ଼ ଷଡ଼ଯନ୍ତ୍ର କରାଯାଉଛି । ସୁମିତ ପଳାଇଥିବା ନେଇ କିଛି ଦିନ ପୂର୍ବରୁ କଟାକ୍ଷ କରି ତପସ୍ୱିନୀ କହିଥିଲେ ଡାଇରିଆ କିମ୍ବା ମ୍ୟାଲରିଆ ହୋଇଛି ସେ ଆସି ପାରୁନାହାନ୍ତି । ଆଉ ଏହାର ଜବାବରେ ସୁମିତ କହିଛନ୍ତି, ମୋତେ ଯାହା ହୋଇଛି ଡାକ୍ତର ବୁଝୁଛନ୍ତି । ସେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।  ତପସ୍ୱିନୀ ନିଜକୁ ଏତେ ଶିକ୍ଷିତ କହୁଛନ୍ତି କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ନେଇ କାହାକୁ ଇଙ୍ଗିତ କରିବା ଠିକ୍ ନୁହେଁ ବୋଲି ଜାଣିନାହାନ୍ତି ବୋଧହୁଏ । 

ତପସ୍ୱିନୀ ହିସାବରେ ସବୁ କାମ ହୋଇପାରିବ ନାହିଁ । ତାକୁ ପଚାରିକି ସବୁ କାମ କରିବା ପାଇଁ ବାଧ୍ୟ ନୁହେଁ ବୋଲି ସୁମିତ କହିଛନ୍ତି । ମୋର ମୌଳିକ ଅଧିକାର ରହିଛି । ବିନା କାରଣରେ ଅପମାନିତ କରାଯାଉଥିବାରୁ ସେ ମର୍ମାହତ ବୋଲି କହିଛନ୍ତି ।