/odishatv-khabar/media/post_attachments/uploadimage/library/16_9/16_9_0/ATM_1741826005.jpeg)
ATM
ଏଥର ଟଙ୍କା ଭଳି ଏଟିଏମରୁ ବାହାରିବ ସୁନା ଏବଂ ରୂପା ଲକେଟ୍ । କଥାଟା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିତ । କିନ୍ତୁ ଖୁବ୍ଶୀଘ୍ର ଏଟିଏମରୁ ବାହାରିବ ସୁନା ଏବଂ ରୁପା ଲକେଟ୍ । ତିରୁମାଲା ତିରୁପତି ଦେବସ୍ଥାନମ୍ ତିରୁମାଲା ମନ୍ଦିରରେ ବିଶ୍ୱର ପ୍ରଥମ ସୁନା ଏବଂ ରୁପା ପେଣ୍ଡାଣ୍ଟ ଏଟିଏମ୍ ସ୍ଥାପନ ହେବ ।
ଏହି ଏଟିଏମରୁ ସୁନା ଏବଂ ରୁପା ଲକେଟ୍ ବାହାରିବାର ସୁବିଧା ଉପଲବ୍ଧ ହେବ । ଏହି ଏଟିଏମ୍ ମେସିନଗୁଡ଼ିକରୁ ଗ୍ରାହକମାନେ ନିଜେ ନିଜେ ଭଗବାନ ଭେଙ୍କଟେଶ୍ୱର ଏବଂ ଦେବୀ ଲକ୍ଷ୍ମୀଙ୍କ ପ୍ରତିଛବି ଥିବା ଲକେଟ୍ କ୍ରୟ କରି ପାରିବେ ।
ଏଥିପାଇଁ ଭକ୍ତ ଓ ଏଟିଏମ ମେସିନ ମଧ୍ୟରେ ତୃତୀୟ ବ୍ୟକ୍ତିଙ୍କର କୌଣସି ଆବଶ୍ୟକତା ରହିବ ନାହିଁ । ଅର୍ଥାତ୍ ଏଟିଏମରୁ ଯେମିତି ଟଙ୍କା ବାହାର କରିବା ସମୟରେ ଆମକୁ ତୃତୀୟ ବ୍ୟକ୍ତିଙ୍କର ସାହାଯ୍ୟ ନେବାକୁ ପଡ଼ୁନାହିଁ ଠିକ୍ ସେମିତି ଏହି ପେଣ୍ଡେଣ୍ଟ ଏଟିଏମ କାମ କରିବ ।
ତିରୁମାଲା ତିରୁପତି ଦେବସ୍ଥାନମର କାର୍ଯ୍ୟନିର୍ବାହୀ ଅଧିକାରୀ ଜେ ଶ୍ୟାମଳା ରାଓଙ୍କ ଉଦ୍ୟମରେ ତିରୁମାଲା ମନ୍ଦିର, ତିରୁପତିର ଗୋବିନ୍ଦରାଜ ମନ୍ଦିର ଏବଂ ତିରୁଚନୁରର ପଦ୍ମାବତୀ ଅମ୍ମାବାରୀ ମନ୍ଦିରରେ ଡିଜିଟାଲ ରୂପାନ୍ତରଣ କରାଯାଉଛି ।
ଏହି ଏଟିଏମ୍ ମେସିନ୍ ପାଇଁ ସଫ୍ଟୱେର୍ ଏପରି ଡିଜାଇନ୍ କରାଯାଇଛି , ଯାହାକି ୨ ଗ୍ରାମ,୫ ଗ୍ରାମ ଏବଂ ୧୦ ଗ୍ରାମର ସୁନା ଏବଂ ରୁପା ଲକେଟ୍ ଯୋଗାଇବ । ତିରୁମାଲା ତିରୁପତି ଦେବସ୍ଥାନମରେ ପୂର୍ବରୁ ଏକ ଦାନ କିଓସ୍କ ଚାଲୁଛି, ଯାହା ଅତ୍ୟନ୍ତ ସଫଳ ରହିଛି । ଏହା ଭକ୍ତମାନଙ୍କୁ ୟୁପିଆଇ, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଦାନ କରିବାକୁ ଅନୁମତି ଯୋଗାଇ ଆସୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)