Advertisment

ମାଛ ଧରି ଚଳିବା ଥିଲା ତାଙ୍କ ବେଉସା; କେମିତି ହେଲେ କୋଟିପତି?

ସମୁଦ୍ରରୁ ମାଛ ଧରୁଥିଲେ, ତାକୁ ବଜାରରେ ବିକ୍ରି କରି ଚଳୁଥିଲେ ମହିଳା। ଦିନେ ହଠାତ ତାଙ୍କ ହାତରେ ଏମିତି ଜିନିଷ ପଡିଲା, ଯାହା ତାଙ୍କୁ କରିଦେଲା କୋଟିପତି।

author-image
Pramod Behera
ଅଦ୍ୟତନ ହୋଇଛି
Woman instantly turns millionaire after she finds whale vomit thinking

Woman instantly turns millionaire after she finds whale vomit thinking

କେତେବେଳେ ଯେ ଭାଗ୍ୟ ବଦଳିଯିବ ତାହା କେହି କହିପାରିବେ ନାହିଁ। ଭାଗ୍ୟ ଏମିତି ଏକ ଜିନିଷା ଯାହା ନିମିଷକେ ଜଣେ ବ୍ୟକ୍ତିଙ୍କୁ ରାଜା କରିଦିଏ ପୁଣି କୁହାକୁ ବି ରଙ୍କ କରିଦିଏ। ଅନେକ ଲୋକଙ୍କର ଏମିତି ଭାଗ୍ୟ ପରିବର୍ତ୍ତନ ହେବା ଉଦାହରଣ ଅଛି। ଏହିଭଳି ଏକ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Advertisment

ସୂଚନା ମୁତାବକ ମାଲେସିଆରେ ରହୁଥିବା ଜଣେ ମହିଳା ସମୁଦ୍ରରୁ ମାଛ ଧରୁଥିଲେ ଆଉ ତାକୁ ବିକ୍ରିକରି ଜୀବନ ବିତାଉଥିଲେ। କିନ୍ତୁ ହଠାତ୍ ଦିନେ ତାଙ୍କ ହାତରେ ଏମିତି ଏକ ଜିନିଷ ପଡିଲା ଯେ ତାଙ୍କୁ ଆଉ ଜୀବନ ସାରା ମାଛ ଧରିବାକୁ ପଡିବ ନାହିଁ। ମହିଳାଙ୍କ ଏହି କାହାଣୀ ସମସ୍ତଙ୍କୁ ପସନ୍ଦ ଆସିଛି।

ମାଲେସିଆରେ ରହୁଥିବା ଏଡା ଜୁରିନା ଲଙ୍ଗ କେବେ ବି ସ୍ୱପ୍ନ ଦେଖି ନ ଥିଲେ ଯେ ତାଙ୍କ ଭାଗ୍ୟ ଏମିତି ବଦଳି ଯିବ। ଘଟଣା ଏମିତି ଯେ ମହିଳା ଜଣକ ନିଜ ପରିବାର ସହିତ ମାଛ ଧରିବାକୁ ଯାଇଥିଲେ। ସେ ସମୁଦ୍ରରେ ଏକ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଦେଖିଲେ। ଏଡା ଭାବିଥିଲେ ଏହା ବୋଧେ ସମୁଦ୍ରରେ କୌଣସି ଅଳିଆ ଭାସୁଛି। ସେ ପାଣିରୁ ସେହି 'ଅଳିଆ'କୁ ବାହାରକୁ ଆଣି ଏହାକୁ ଫିଙ୍ଗିଦେବା ପାଇଁ କୂଳକୁ ଆସିଥିଲେ। କିନ୍ତୁ ତାଙ୍କୁ ଜଣା ନ ଥିଲା ଯେ ସେ ଯାହାକୁ ଅଳିଆ ଭାବି ପୋପାଡିବାକୁ ଯାଉଥିଲେ ବାସ୍ତବରେ ତାହା ଭଣ୍ଡାରର ଚାବି ଥିଲା। ‌

Advertisment
Woman instantly turns millionaire after she finds whale vomit thinkingସମୁଦ୍ରରୁ ମିଳିଥିବା ତିମି ମାଛର ବାନ୍ତି

ଏହି ମହିଳା ଜଣକ ଅଳିଆ ଭାବି ସମୁଦ୍ରରୁ ଯାହା ଉଠେଇ ନେଇଥିଲେ ତାହା ପ୍ରକୃତରେ ତିମି ମାଛର ବାନ୍ତି ଥିଲା। ଏପରିକି ୪୧ ବର୍ଷୀୟ ଏଡାଙ୍କୁ ମଧ୍ୟ ଏ ବିଷୟରେ କୌଣସି ଧାରଣା ନଥିଲା। ସେ ପ୍ରତିଦିନ ଭଳି ମାଛ ଧରିବାକୁ ଯାଇଥିଲେ, କିନ୍ତୁ ହଠାତ ସେଦିନ ତାଙ୍କ ଆଖି ଏହି ବାନ୍ତି ଉପରେ ପଡିଲା। ସେ ଏହାକୁ ଫିଙ୍ଗିବାକୁ ଆଣିଥିଲେ କିନ୍ତୁ ପରେ ଜଣାପଡିଲା ଯେ ଏହା କୌଣସି ଅଳିଆ ନଥିଲା ବରଂ ତିମି ମାଛର ବାନ୍ତି ଥିଲା ଯାହା ଅତ୍ୟନ୍ତ ମୂଲ୍ୟବାନ ଥିଲା। ଏ ବିଷରେ ଏଡାଙ୍କୁ ତାଙ୍କ ବାପା କହିଥିଲେ। ତାଙ୍କ ବାପା ତିମି ମାଛର ବାନ୍ତି ବିଷୟରେ ଶୁଣିଥିଲେ କିନ୍ତୁ ଏହାକୁ ସେ କେବେ ଦେଖି ନ ଥିଲେ।

ପ୍ରକାଶଥାଉ ଯେ ବଜାରରେ ତିମି ମାଛର ବାନ୍ତି ଅତ୍ୟନ୍ତ ମହଙ୍ଗା ହୋଇଥାଏ। ଏହାର ବୈଜ୍ଞାନିକ ନାମ ହେଉଛି ଆମ୍ବରଗ୍ରିସ୍। ଏହା ବହୁତ ମୂଲ୍ୟବାନ ଏବଂ ଏହାର ମୂଲ୍ୟ କୋଟି କୋଟି ଟଙ୍କା ପର୍ଯ୍ୟନ୍ତ ଯାଇଥାଏ। ମାଲେସିଆର ଟେରେଙ୍ଗଗାନୁରେ ଉପସ୍ଥିତ ଥିବା ମତ୍ସ୍ୟ ବିଭାଗର ଟିମ୍ ଖୁବ୍ ଶୀଘ୍ର ଏହି ବାନ୍ତିକୁ ଯାଞ୍ଚ କରିବେ ଏବଂ ଏହା ପରେ ଏହାର ପ୍ରକୃତ ମୂଲ୍ୟ ପ୍ରକାଶ ପାଇବ। ତେବେ ଏହାର ଆକାର ଅନୁଯାୟୀ ଏହାର ମୂଲ୍ୟ କୋଟି କୋଟି ପର୍ଯ୍ୟନ୍ତ୍ ଯିବ ବୋଲି ଆକଳନ କରାଯାଉଛି। କିନ୍ତୁ ଟିମ୍ ଅନୁସନ୍ଧାନ ପରେ ପ୍ରକୃତ ମୂଲ୍ୟ ଜଣାପଡିବ।

Ajab Gajab
Advertisment
Advertisment