/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733136540.jpg)
Sri Jagannathnka Mamughar
ବିଶିଷ୍ଟ ଗବେଷକ ଲକ୍ଷ୍ମୀଧର ସାହୁଙ୍କ ଗବେଷଣାତ୍ମକ ପୁସ୍ତକ ‘ଶ୍ରୀଜଗନ୍ନାଥଙ୍କ ମାମୁଘର ‘ ଓ ଶିଶୁ ସାହିତ୍ୟିକ ବିଜୟ କୁମାର ମହାନ୍ତିଙ୍କ ଶିଶୁ ଓ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ ପୁସ୍ତକ ‘ ଜଗନ୍ନାଥଙ୍କ ମାମୁଘର’ର ଲୋକାର୍ପଣ ହୋଇଯାଇଛି । ପ୍ରାଚୀକ୍ଷେତ୍ରର ଆରାଧ୍ୟ ଦିଅଁ ନିଆଳି-ମାଧବର ଶ୍ରୀଶ୍ରୀ ମାଧବାନନ୍ଦଜୀଉଙ୍କ ପୀଠରେ ବିଶିଷ୍ଟ ସନ୍ଥ ସ୍ୱାମୀ ଶୁଦ୍ଧାନନ୍ଦ ଗିରିଙ୍କ ହାତରେ ଏହା ଲୋକାର୍ପିତ ହୋଇଛି ।
ଏହି ଦୁଇଟି ପୁସ୍ତକ ମହାପ୍ରଭୁଙ୍କ ଠାରେ ପୂଜାର୍ଚ୍ଚନା ପୂର୍ବକ ସମର୍ପଣ ପରେ ଶ୍ରୀଗରୁଡଙ୍କ ନିକଟରେ ସ୍ୱାମିଜୀ ଏହାର ଉନ୍ମୋଚନ କରିଛନ୍ତି । ଏହି ଉତ୍ସବରେ ସଂଯୋଜନା କରିଥିଲେ – ତ୍ରିଲୋଚନ ପୁଷ୍ପାଳକ । ଏଥିରେ ଲେଖକ ରାଜକିଶୋର ନନ୍ଦ, ଲକ୍ଷ୍ମୀଧର ସାହୁ, ଚିତ୍ତରଞ୍ଜନ ପାତ୍ର, ଭାସ୍କର ପୁଷ୍ପାଳକ, ଲକ୍ଷ୍ମୀଧର ପୁଷ୍ପାଳକ, ବିଜୟ ପରିଡ଼ା ଓ ଅକ୍ଷୟ ପରିଡ଼ାଙ୍କ ସମେତ ସେବକ ନିଯୋଗର ବହୁ ସେବାୟତ ଯୋଗ ଦେଇଥିଲେ ।
Sri Jagannathnka Mamugharଲକ୍ଷ୍ମୀଧର ସାହୁଙ୍କ ‘ଶ୍ରୀଜଗନ୍ନାଥଙ୍କ ମାମୁଘର ‘ ଏକ ଗବେଷଣା ପୁସ୍ତକ , ଯେଉଁଥିରେ ଶ୍ରୀକ୍ଷେତ୍ର ସହ ଶ୍ରୀଜଗନ୍ନାଥଙ୍କ ମଉଳାଘର ସମ୍ପର୍କ ନେଇ ବହୁ ମୂଲ୍ୟବାନ ତଥ୍ୟ ରହିଛି । ଶିଶୁ ଓ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ ପୁସ୍ତକ ‘ ଜଗନ୍ନାଥଙ୍କ ମାମୁଘର’ ପିଲାଙ୍କ ମନରେ ଆଧ୍ୟାତ୍ମିକ ଭାବନା ଜାଗରଣ ଉଦ୍ଦେଶ୍ୟରେ ଏକ ସଫଳ ପ୍ରୟାସ ।
ବର୍ତ୍ତମାନର ପିଲା ନିଜ ସାହିତ୍ୟ ସଂସ୍କୃତିଠାରୁ ଦୂରକୁ ଚାଲିଯାଉଛନ୍ତି । ପରିବର୍ତ୍ତିତ ଜୀବନଶୈଳୀରେ ସେମାନେ ନିଜ ସଂସ୍କୃତି ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଫଳରେ ଅନେକ କଥା ସେମାନଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି । ସେଥିପାଇଁ ଆଗ୍ରହର ଯଦିଓ ଆବଶ୍ୟକତା ରହିଛି, ତଥାପି ସାଧନର ମଧ୍ୟ ଆବଶ୍ୟକତା ରହିଥାଏ । ଏପରି ଅବସ୍ଥାରେ ‘ଶ୍ରୀଜଗନ୍ନାଥଙ୍କ ମାମୁଘର‘ ଏକ ଉପାଦେୟ ସାବ୍ୟସ୍ତ ହୋଇପାରେ ।
Sri Jagannathnka Mamughar/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)