ଗତ ଜୁନ୍ରେ ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟିମୋଡାଲ ହବ୍ ନିର୍ମାଣ ଲାଗି ଯୋଜନା କରାଯାଇଥିଲା। ତେବେ ସ୍ମାର୍ଟ ଜନପଥର ବିକାଶ ପାଇଁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମନାକୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
କରୋନା ପରେ ସମଗ୍ର ବିଶ୍ୱର ଅର୍ଥନୀତି ଭାଙ୍ଗିପଡ଼ିବ। ଆମକୁ ଏବେ କିଛି ଜଣାପଡୁନି। କିଛିଦିନ ପରେ ଏହାର ଅନୁଭବ ଆପଣ କରିପାରିବେ। କିନ୍ତୁ ଦିନ ଥିଲା ଓଡ଼ିଶାର ଅର୍ଥନୀତି ବିଶ୍ୱ ଦ୍ୱାରା ଆଦୌ ପ୍ରଭାବିତ ହେଉନଥିଲା। କେମିତି ଆମ ଅର୍ଥନୀତିର ଦିଗ ବଦଳେଇ ଆମକୁ ଏକ ଭୟଙ୍କର ଛକରେ ଠିଆ କରାଯାଇଛି, ସେ ସଂପର୍କରେ ଅମରେଶ ବିଶ୍ୱାଳଙ୍କ ବିଶ୍ଳେଷଣ ପଢନ୍ତୁ ବିଗତ ଦିନରେ ଯେତେ ବିପତ୍ତି ଆସିଥିଲେ ମଧ୍ୟ, ଓଡ଼ିଶା ଓ ଆନ୍ଧ୍ର ପରି କୃଷିପ୍ରଧାନ ରାଜ୍ୟ […]
କଟକ: ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ, ଅଧ୍ୟାପକ ତଥା ସମାଲୋଚକ ଓ ଉତ୍କଳ ସାହିତ୍ୟର ସମାଜର ପୂର୍ବତନ ସଭାପତି ଡ. ରତ୍ନାକର ଚଇନିଙ୍କ ପରଲୋକ ହୋଇଛି। କଟକ ସ୍ଥିତ ତାଙ୍କ ବାସ ଭବନ ଶ୍ରୀ ନିକେତନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଓଡ଼ିଆ ସାହିତ୍ୟର ଏହି ଉଜ୍ଜ୍ୱଳ ଜ୍ୟୋତିଷ୍କ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତିଘଟିଛି। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର […]
କରୋନାଜନିତ ଲକଡାଉନ୍ ସାରା ଦେଶରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକମାନେ। ସେମାନଙ୍କ ଦୁର୍ଦ୍ଦଶାକୁ ନେଇ ପଢ଼ନ୍ତୁ ଗାଳ୍ପିକ ପ୍ରଦୀପ ନାୟକଙ୍କର ଏହି ଗପ ବସରୁ ଓହ୍ଲେଇଲା ପରେ ପୋଲିସ ବୈରାଗୀ ସମେତ ଅନ୍ୟମାନଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ଛାଡ଼ିଦେଲା। ସେଠି ପହଂଚିବା ପରେ ସିଏ ଚକିତ ହୋଇଗଲା। ସାରା ପରିବେଶ ପରିଷ୍କାର ପରିଛନ୍ନ। ଘର କାନ୍ଥ ମଧ୍ୟ ଧଳାରଂଗରେ ଉଜ୍ବଳ। ଚଟାଣ ବି ସଫା। ଭାତ କୁଢ଼େଇ ଖାଇ ହବ। […]
ଆଗାମୀ ଓଡ଼ିଶାର ସ୍ଥିତି ବିଷୟରେ ଭାବିଲେ, ଚଉଦିଗ ଅନ୍ଧାର ଦିଶୁଛି। ପୋଷ୍ଟ-କରୋନା ଅର୍ଥନୈତିକ ସ୍ଥିତି ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ହାସ୍ୟାସ୍ପଦ ନୁହେଁ କି? ପୂରା ସ୍ଥିତିକୁ ନେଇ ଅମରେଶ ବିଶ୍ୱାଳଙ୍କ ଆଲେଖ୍ୟ। ଏଇ ଯେଉଁ ଓଡ଼ିଆ ଭାଇମାନେ ଓଡ଼ିଶା ଫେରିଆସିଲେ, ବା ଆସିବାକୁ ଅପେକ୍ଷା କରିଛନ୍ତି, ସେମାନେ ଏବେ ଓଡ଼ିଶାରେ ଆସି କରିବେ କ’ଣ? ଏହା ହିଁ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିବାକୁ […]
ପ୍ରସିଦ୍ଧ ଗାୟକ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଆପଣ ଶୁଣିଥିବା ଅନେକ ଓଡ଼ିଆ ସିନେମାର ଲୋକପ୍ରିୟ ଗୀତ ଲେଖିଥିଲେ ଏଇ ଗୀତିକାର। ସେ ହେଲେ ପ୍ରସିଦ୍ଧ ଲେଖକ, ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ପ୍ରସିଦ୍ଧ ନାଟ୍ୟକାର ଗୋପାଳ ଛୋଟ୍ଟରାୟଙ୍କ ପୁଅ ଦେବଦାସ ଛୋଟରାୟ। ଏବେ ତାଙ୍କର ପ୍ରସିଦ୍ଧ ଗୀତ ସବୁ ପୁସ୍ତକ ଆକାରରେ ପ୍ରକାଶ ପାଇଛି, ଯାହାର ନାଁ ହେଲା ‘ଦେବଦାସଙ୍କ ସିନେମା ଗୀତ’। ଏହି ବହିଟିର ସମୀକ୍ଷା କରିଛନ୍ତି ଯୁବ ଗାଳ୍ପିକ ସୁମନ ଦାଶ। ଜୀବନରେ ଯେଉଁ […]
ଜୋରଜୋରରେ ପାଦ ପକେଇ ଝଡ଼ ବେଗରେ ଆସି ଚେୟାର ଉପରେ ବସି ପଡିଲେ ସ୍ନିଗ୍ଧା l ସବୁଦିନ ଭଳି ଅଭିନନ୍ଦନ ବାର୍ତ୍ତା ତ ଦୂରେ ଥାଉ ଅର୍ଣ୍ଣବଙ୍କ ମୁହଁକୁ ସୁଦ୍ଧା ଅନେଇଲେ ନାହିଁ ସେ ସେଦିନ l ଏପର୍ଯ୍ୟନ୍ତ ଅର୍ଣ୍ଣବ କିଛି ହେଲେ ଠଉରେଇ ପାରୁ ନ ଥାନ୍ତି ଏଇ ଆକସ୍ମିକ ପରିବର୍ତ୍ତନ ପଛର ରହସ୍ୟ l (ପଢ଼ନ୍ତୁ ଶ୍ରୁତକୀର୍ତ୍ତି ତ୍ରିପାଠୀ ତ୍ରିପାଠୀଙ୍କର ଏହି ଗପ) ଅର୍ଣ୍ଣବ ବାବୁ ଓ ସ୍ନିଗ୍ଧା ମ୍ୟାମ୍ ଗୋଟିଏ ଅଫିସରେ କାମ […]
ଆପଣ କ’ଣ ଜୀବନରେ ହାରିଯାଇଛନ୍ତି କି ? ଆପଣ ନିଜକୁ ହତଭାଗ୍ୟ ଭାବୁଛନ୍ତି କି? ଆପଣ ଭାବୁଛନ୍ତି କି ସଫଳତା ଆପଣଙ୍କ ଭାଗ୍ୟରେ ନାହିଁ ବୋଲି। ଆପଣ ଯଦି ଜୀବନରେ ସଂଘର୍ଷ କରି ଶିଖିଛନ୍ତି ତେବେ ଏମିତି ଭାବିବା ହିଁ ଭୁଲ୍। କାରଣ ଆପଣଙ୍କ ପାଇଁ ଭଲ ଦିନ ଆସିବାକୁ ଆଉ ବେଶୀ ବିଳମ୍ବ ନାହିଁ। ପଢ଼ନ୍ତୁ ଏହି ସୁନ୍ଦର କାହାଣୀ ଆଉ ଜୀବନରେ ବିଫଳତା କ’ଣ ଭୁଲି ଯାଆନ୍ତୁ। ଥରେ ଜଣେ ବୌଦ୍ଧ ଭିକ୍ଷୁ ଜଙ୍ଗଲରେ […]
-ତାପସ ରଂଜନ ବେହେରା ମହାଭାରତ ଯୁଦ୍ଧର ଦୁଇ ମହାନ୍ ଯୋଦ୍ଧା ହେଉଛନ୍ତି କର୍ଣ୍ଣ ଏବଂ ଅର୍ଜୁନ। ଉଭୟ ଥିଲେ କୌନ୍ତେୟ, ଉଭୟ ବେଶ୍ ପରାକ୍ରମୀ ଥିଲେ। କର୍ଣ୍ଣ କୌରବଙ୍କ ପକ୍ଷରେ ଥିଲା ବେଳେ ଅର୍ଜୁନ ପାଣ୍ଡବଙ୍କ ପକ୍ଷରେ ଥିଲେ। ତେବେ ଏମାନଙ୍କ ମଧ୍ୟରୁ କିଏ ସବୁଠୁ ଅଧିକ ପାରଙ୍ଗମ ଥିଲେ, ଆସନ୍ତୁ ଜାଣିବା। ଅର୍ଜୁନଙ୍କ ପାଖରେ ‘ଗାଣ୍ଡିବ’ ଧନୁ ଥିବା ଯୋଗୁ ତାଙ୍କୁ ‘ଗାଣ୍ଡିବଧାରୀ’ କୁହାଯାଏ । ଠିକ୍ ସେହିପରି କର୍ଣ୍ଣଙ୍କ ପାଖରେ ମଧ୍ୟ ଏକ ଅଦ୍ଭୁତ ଧନୁ […]
ସୁଦାମା ଓ କୃଷ୍ଣ ବାଲ୍ୟବନ୍ଧୁ ଥିଲେ। ହେଲେ ସୁଦାମା କୃଷ୍ଣଙ୍କୁ କେବେ ବି କିଛି ମାଗି ନ ଥିଲେ। ସୁଦାମାଙ୍କ ପାଇଁ କୃଷ୍ଣ ଥିଲେ ଭଗବାନ ବି ଆଉ ବନ୍ଧୁ ବି। ଯେତେବେଳେ ସୁଦାମା କୃଷ୍ଣଙ୍କୁ ଦେଖା କରିବାକୁ ଦ୍ୱାରକା ଯାଉଥିଲେ ସେତେବେଳେ ତାଙ୍କୁ ବହୁ ପଥକଷ୍ଟ ହେଉଥିଲା। ସୁଦାମାଙ୍କ ଗୋଡ଼ରେ କଣ୍ଟାରେ ଫୁଟି ରକ୍ତସ୍ରାବ ହେଉଥିଲା। ତଥାପି ବି ସେ କହୁଥିଲେ ‘ଜୟ ଶ୍ରୀକୃଷ୍ଣ’। ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀକୃଷ୍ଣ ନାମ ଜପି ଜପି ସେ […]
– ଓମ୍ପ୍ରକାଶ ସାହୁ ଲଙ୍କାପତି ରାବଣ ପ୍ରଭୁ ରାମଚନ୍ଦ୍ରଙ୍କ ଶରାଘାତରେ ଭୂମିରେ ପଡ଼ି ଛଟପଟ ହେଉଥିଲା। ସେତିକିବେଳେ ପ୍ରଭୁ ରାମଚନ୍ଦ୍ର ଭ୍ରାତା ଲକ୍ଷ୍ମଣଙ୍କୁ ତାଙ୍କ ନିକଟକୁ ପଠାଇଥିଲେ। କହିଲେ, ‘ଜଣେ ମହାଜ୍ଞାନୀଙ୍କର ମହାପ୍ରୟାଣ ହେବାକୁ ଯାଉଛି। ଯଦି କିଛି ରାଜଧର୍ମ ଶିଖିବାର ଅଛି ତେବେ ତାଙ୍କ ପାଖକୁ ଯାଅ ଓ ସେ କ’ଣ କହୁଛନ୍ତି ଶୁଣ।’ ଲକ୍ଷ୍ମଣ ବଡ଼ଭାଇଙ୍କ ଆଦେଶ ପାଳନ କରି ରାବଣ ପାଖକୁ ଗଲେ। ଜୀବନର ଶେଷ ସମୟରେ ରାବଣ ମନେ ମନେ ଲକ୍ଷ୍ମଣଙ୍କ […]
ଦୁଃଖ ଓ ବିପଦ ସମୟରେ ଆଦୌ ଭାଙ୍ଗି ପଡ଼ନ୍ତୁ ନାହିଁ। ଦୁଃଖକୁ ଧୈର୍ଯ୍ୟ ଓ ସାହସର ସହିତ ମୁକାବିଲା କରନ୍ତୁ। ଆକାଶରେ କଳାବାଦଲ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସୂର୍ଯ୍ୟଙ୍କୁ ଢାଙ୍କି ଦିଏ। କିନ୍ତୁ ସେ ପୁଣି ସାରା ଦୁନିଆକୁ କିରଣ ଦିଅନ୍ତି। ସେମିତି ଆମ ଜୀବନଚକ୍ରରେ କିଛି ବି ସ୍ଥାୟୀ ନୁହେଁ। ଦୁଃଖ ପରେ ସୁଖ ଆସିବା ନିଶ୍ଚିତ। ଦୁଃଖକୁ ଏକ କଳାବାଦଲ ବୋଲି ଭାବନ୍ତୁ। ସେ ହଟିବା ନିଶ୍ଚିତ। ଆଦୌ ଭୟ କରନ୍ତୁ ନାହିଁ। […]
– ଓମ୍ପ୍ରକାଶ ସାହୁ ଦୁଃଖ ଭିତରେ ହିଁ ସୁଖର ସତ୍ତା ରହିଛି। ଦୁଃଖକୁ ଭୋଗି ପାରିଲେ ହିଁ ସୁଖର ବାଟ ଖୋଲିଯାଏ। ସର୍ବଶକ୍ତିମାନଙ୍କ ଦ୍ୱାର ଦୂର ହୋଇପାରେ ମାତ୍ର ଦୁଷ୍ପ୍ରାପ୍ୟ ନୁହେଁ। ଆପଣ ଯଦି ସତ୍ପଥରେ ଥିବେ, ଆପଣଙ୍କର କର୍ମ ଯଦି ସତ୍ ଥିବ ତେବେ ସେ ଆପଣଙ୍କ ପାଇଁ ନିଶ୍ଚିତ ଏକ ସୁଯୋଗ ସୃଷ୍ଟି କରିବେ। କିନ୍ତୁ ସେଥିପାଇଁ ଆପଣଙ୍କର ଧୈର୍ଯ୍ୟ ଆଉ ବିଶ୍ୱାସ ଦରକାର । ଏଠାରେ ଏକ ସୁନ୍ଦର ଗଳ୍ପ ପଢ଼ନ୍ତୁ ..ଏହା […]
-ଓମ୍ପ୍ରକାଶ ସାହୁ ପିତା ଧର୍ମ ପିତା ସ୍ୱର୍ଗ ପିତା ହି ପରମଂ ତପ ପିତରି ପ୍ରିତିମା ପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ ସଂସ୍କୃତରେ କୁହାଯାଏ ପିତା ହେଉଛନ୍ତି ସ୍ୱର୍ଗ, ସେ ହେଉଛନ୍ତି ଧର୍ମ। ସେ ସବୁ ଦେବଦେବୀଙ୍କ ଠାରୁ ଊର୍ଦ୍ଧ୍ୱରେ। ବାପା ହେଉଛନ୍ତି ଦୟାସାଗର। ଉପରେ ଉପରେ ଯେତେ ଗାଳିଗୁଲଜ କରୁଥିଲେ ମଧ୍ୟ ବାପାଙ୍କ ହୃଦୟର ସ୍ନେହ ଓ ଭଲ ପାଇବାକୁ ମାପିବାକୁ କିଛି ମାପକାଠି ନାହିଁ। ତାଙ୍କର ବିକଳ୍ପ କେହି ବି ହୋଇପାରିବେ ନାହିଁ। ପିଲାମାନେ ବଡ଼ […]
-ଓମ୍ପ୍ରକାଶ ସାହୁ ମଣିଷ ଜୀବନ ସାରା ବହୁତ ଭୁଲ୍ କରିଥାଏ। ହେଲେ ଗୋଟିଏ ଗୋଟିଏ ଭୁଲ୍ ପାଇଁ ସାରା ଜୀବନ ପସ୍ତାଇବାକୁ ପଡ଼ିଥାଏ। ଭୁଲ୍ ଠିକ୍ ବିଚାର କରିବାର ଶକ୍ତି ମଣିଷର ଥିବାରୁ ତାକୁ ସବୁଠୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଏ। ତଥାପି ମଣିଷ ଏମିତି ଭୁଲ୍ ପରେ ଭୁଲ୍ କରି ଚାଲିଛି। ମଣିଷ ଜନ୍ମ ଦୁର୍ଲଭ। ଅନ୍ତତଃ କାହାର କିଛି କ୍ଷତି କରିବା, କାହାକୁ ଠକିବା ପୂର୍ବରୁ, କିଛି ଅନ୍ୟାୟ ଅନୀତି କରିବା ପୂର୍ବରୁ ଦୁଇ […]
– ଓମ୍ପ୍ରକାଶ ସାହୁ ଈଶ୍ୱର ସବୁଠି ବିଦ୍ୟମାନ। ତାଙ୍କୁ ଦେଖିହୁଏ ନାହିଁ । କିନ୍ତୁ ଅନୁଭବ କରିହୁଏ। ତେଣୁ ବିଶ୍ୱାସେ ମିଳନ୍ତି ହରି ବୋଲି କୁହାଯାଏ। ଅର୍ଥାତ୍ ମଣିଷ ଯେ ପର୍ଯ୍ୟନ୍ତ ଈଶ୍ୱରଙ୍କ ନିକଟରେ ସମର୍ପିତ ନ ହୋଇଛି ସେ ପର୍ଯ୍ୟନ୍ତ ସେ ଈଶ୍ୱରଙ୍କ ସତ୍ତା ଅନୁଭବ କରିପାରିବ ନାହିଁ । ଈଶ୍ୱରୀୟ ସତ୍ତା ଅନୁଭବ କରିବାର ତୃଷ୍ଣା ଯେ ପର୍ଯ୍ୟନ୍ତ ନ ଆସିଛି ସେ ପର୍ଯ୍ୟନ୍ତ କିଛି ବି ସମ୍ଭବ ନୁହେଁ। ବିନା ବିଶ୍ୱାସରେ ମନ୍ତ୍ର […]
– ଓମ୍ପ୍ରକାଶ ସାହୁ ଆମେ ଈଶ୍ୱରଙ୍କୁ କେବେ ଦେଖିନୁ। କିନ୍ତୁ ‘ସାକ୍ଷାତ ଈଶ୍ୱର’ ଙ୍କ ସେବା ଯତ୍ନରେ ବଡ଼ ହୋଇଛୁ। ଆପଣ ଯେତେବେଳେ ଦୁଃଖରେ ପଡ଼ନ୍ତି ସେତେବେଳେ କେବଳ ବାପା ମା’ ହିଁ ଭାଙ୍ଗି ପଡ଼ନ୍ତି ଆଉ ଆପଣଙ୍କ ପାଇଁ ପ୍ରାର୍ଥନା କରନ୍ତି। ଆପଣକୁ ଯେଉଁମାନେ ଜନ୍ମ ଦେଇଛନ୍ତି ତାଙ୍କୁ ଅଣଦେଖା କରିବାର ଫଳ ନିଶ୍ଚୟ ଭୋଗିବାକୁ ପଡ଼ିବ। ଏପରି ନ ହେଲେ ,ଏ ଦୁନିଆରୁ ନ୍ୟାୟ କୁଆଡ଼େ ହଜିଯିବ। ବାପା ମା’ଙ୍କ ମନରେ କଷ୍ଟ ଦେଲେ […]
-ଓମ୍ପ୍ରକାଶ ସାହୁ ଓଡ଼ିଆରେ କୁହାଯାଏ କର୍ମ ଘେନି ଫଳ। ଏଥିରେ ଦ୍ୱିମତ ହେବାର ନାହିଁ । ଏହା ସବୁ ଧର୍ମର ସାର କଥା। ଆପଣ ଜୀବନରେ ଯଦି ଗୋଟିଏ ବି ଭଲ କାମ କରିଥିବେ ତାହାର ପ୍ରତିଦାନରେ ଆପଣଙ୍କୁ ସୁଫଳ ମିଳିବ। ଏଠାରେ ଜାପାନର ଜଣେ ବୌଦ୍ଧ ସଂସ୍କାରକଙ୍କ କଥା ଉଲ୍ଲେଖ କରାଯାଇପାରେ। ତାଙ୍କ କହିବାନୁଯାୟୀ ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ଯାହା କିଛି କରେ ତାହା ସୁକର୍ମ ଓ କୁକର୍ମ ଦୁଇ ଭାଗରେ ବିଭକ୍ତ ହୁଏ। […]
-ଓମ୍ପ୍ରକାଶ ସାହୁ ଆପଣ ଅଫିସର ହୋଇଥା’ନ୍ତୁ କି ଜମିଦାର । ଈଶ୍ୱରଙ୍କ ଦରବାରରେ ସମସ୍ତେ ସମାନ। ଆପଣ ଯେମିତି କର୍ମ କରିବେ ସେମିତି ଫଳ ପାଇବେ। ଆପଣଙ୍କ କର୍ମଫଳ ଆଉ କେହି ଭୋଗ କରିବେ ନାହିଁ । ଈଶ୍ୱର ଲାଞ୍ଚ ନିଅନ୍ତି ନାହିଁ କି ପାତର ଅନ୍ତର କରନ୍ତି ନାହିଁ। ଆପଣ ତାଙ୍କୁ ଲାଞ୍ଚ ଦେଲେ ବି ସେ ନେବେ ନାହିଁ। କାରଣ ସେ ବ୍ୟବସ୍ଥା ବି ସେ କରି ନାହାନ୍ତି । ଆପଣ ଯଦି ଅନ୍ୟକୁ […]
(ଓମ୍ପ୍ରକାଶ ସାହୁ) ଆପଣ ଜୀବନରେ କେବେ ଧୋକା ଖାଇଛନ୍ତି ? ଆଉ ସେଥି ପାଇଁ ସେମାନଙ୍କୁ ଆପଣ ନିଜର ଶତ୍ରୁ ଭାବେ ବିବେଚନା କରୁଛନ୍ତି? ମନେ ରଖନ୍ତୁ, ସେଇ ଧୋକାବାଜ୍ ବନ୍ଧୁମାନେ ଆପଣ ଉନ୍ନତିର ମୂଳ ଭିତ୍ତି ବି ହୋଇପାରନ୍ତି? ସେଇମାନେ ଆପଣଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ସୃଷ୍ଟି କରନ୍ତି। ଅନ୍ୟର ଧୋକାବାଜି ପାଇଁ ଆପଣ କେବେ ନିଜ ଜୀବନକୁ ତୁଚ୍ଛ ମନେ କରିଛନ୍ତି କି? ଆପଣଙ୍କ ଅନେକ ସମସ୍ୟାର ସମାଧାନ କରିଦେଇପାରେ ଏହି ସୁନ୍ଦର […]
(ଓମ୍ ପ୍ରକାଶ ସାହୁ) ଆପଣ ଭଗବାନଙ୍କୁ ଭୁଲ୍ ବୁଝୁଛନ୍ତି କି ? କାହିଁକି ? ସେ ଅନ୍ୟମାନଙ୍କୁ ଭଲରେ ରଖି ଆପଣଙ୍କୁ ଦୁଃଖରେ ରଖିଛନ୍ତି ବୋଲି? ଯଦି ଏମିତି ଭାବୁଛନ୍ତି ତା ହେଲେ ଆପଣ ଭୁଲ କରୁଛନ୍ତି। କାରଣ ଏହା ସତ୍ୟ ଯେ ଭଗବାନ ଆପଣଙ୍କୁ ଭଲ ପା’ନ୍ତି। ନ ହେଲେ ସେ ଆପଣଙ୍କୁ ଜୀବନରୂପୀ ଏକ ଅଦେଖା ରତ୍ନ ଦେଇଛନ୍ତି କାହିଁକି? ଭଗବାନଙ୍କ ବ୍ୟତୀତ ଆପଣଙ୍କୁ ଏହି ଅମୂଲ୍ୟ ରତ୍ନ ଆଉ କେହି ଦେଇପାରିବେ ନାହିଁ। […]
ଓଡ଼ିଆରେ ଗୋଟିଏ କଥା ଅଛି, ବୁଝ୍ ନ ବୁଝୁ ପଢ଼ ଗୀତା, ରୁଚୁ ନ ରୁଚୁ ଖା ପିତା I ସରଳ ଭାଷାରେ ଏହାର ଅର୍ଥ ହେଉଛି, ପିତା ଯେମିତି ଶରୀର ପାଇଁ ହିତକର ଗୀତା ସେମିତି ଆମ ମାନସିକ ଶାନ୍ତି ପାଇଁ ଆବଶ୍ୟକ ଯାହା ଆଜିକାଲିର ବ୍ୟସ୍ତବହୁଳ ଓ ଜଂଜାଳମୟ ଦୁନିଅାରେ ସହଜେ ମିଳେ ନାହିଁ I ଏଠାରେ ଗୀତା କହିଲେ କେବଳ ହିନ୍ଦୁ ଧର୍ମର ଭଗଵତ ଗୀତା ନୁହେଁ, ଧର୍ମ ନିର୍ବିଶେଷରେ ଯେ କୌଣସି […]
ଜୀବଜନ୍ତୁଙ୍କ ଆଖିରେ ବି ଲୁହ ଅଛି। ସେମାନଙ୍କର ବି ରକ୍ତମାଂସର ଶରୀର। ସେମାନଙ୍କର ବି ବଞ୍ଚିବାର ଅଧିକାର ଅଛି। ତାଙ୍କୁ ଭଲ ପାଇଲେ ସେମାନେ ନିଜର ପାଲଟିଯା’ନ୍ତି। ଆଉ ହତାଦର କଲେ ସେମାନେ ବି ଅଭିଶାପ ଦିଅନ୍ତି। ପଢ଼ନ୍ତୁ ଏହି ସୁନ୍ଦର କାହାଣୀ, ଯାହା ଆପଣଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ। ‘ମିଠି’କୁ ଭାରି ଭଲ ପାଉଥିଲା ଡମ୍ବରୁଧରଙ୍କ ପୁଅ ପ୍ରଶାନ୍ତ। ପ୍ରଶାନ୍ତ ଯାହା ଖାଏ ‘ମିଠି’ ପାଇଁ କିଛି ରଖିଥାଏ। ୪ଟା ବାଜିଲେ ‘ମିଠି’ କୋଉଠି ଥିବା […]
ସମସ୍ତେ ଚାହାଁନ୍ତି ଯେ ତାଙ୍କ ପାଖରେ କେବେବି ଟଙ୍କା ଅଭାବ ନ ରହୁ ଏବଂ ମା ଲକ୍ଷ୍ମୀ ତାଙ୍କ ପ୍ରତି ସର୍ବଦା ଦୟାଳୁ ରୁହନ୍ତୁ। | ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଉତ୍ତରକୁ ପ୍ରଭୁ ଧନ କୁବେରଙ୍କ ଦିଗ ବୋଲି ବିବେଚନା କରାଯାଏ। ଏନେଇ ଏହି ଦିଗକୁ ସ୍ଵଚ୍ଛ ରଖିବା ଉଚିତ। ଏହାସହିତ ଆଉ କିଛି ବାସ୍ତୁ ଉପାୟ ଅବଲମ୍ବନ କରିଲେ ଧନ ପ୍ରାପ୍ତ ହୋଇଥାଏ। ଆପଣଙ୍କ ଘରେ ମଧ୍ୟ ସୁଖ, ଶାନ୍ତି, ସମୃଦ୍ଧତା, ଧନ ଏବଂ ସମୃଦ୍ଧତା ବୃଦ୍ଧି […]
ମହାବୀର ହନୁମାନ ଏପରି ଏକ ଦେବତା ଯିଏ କି କଳିଯୁଗରେ ମଧ୍ୟ ପୃଥିବୀରେ ବିଦ୍ୟମାନ ଅଛନ୍ତି। ଭଗବାନ ହନୁମାନଙ୍କୁ ପୂଜାକରି ଜଣେ ବ୍ୟକ୍ତି ସମସ୍ତ ପ୍ରକାର ଭୟରୁ ମୁକ୍ତି ପାଇଥାଏ। ହନୁମାନଙ୍କୁ ପୂଜା କରିବା ଦ୍ଵାରା ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥାଏ। ଚଳିତ ବର୍ଷ ମହାବୀର ହନୁମାନଙ୍କର ଜନ୍ମ ବାର୍ଷିକୀ ୨୭ ଏପ୍ରିଲ (ମଙ୍ଗଳବାର)ରେ ପାଳନ କରାଯିବ। ଭକ୍ତମାନେ ପୂର୍ଣ୍ଣ ଭକ୍ତି ସହିତ ଏହି ଦିନକୁ ଅପେକ୍ଷା କରିଥାନ୍ତି। ଏହିଦିନ, ହନୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତମାନେ […]