• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଆଜକୁ ପ୍ରାୟ ୧୦୦ ବର୍ଷ ପୂର୍ବେ ପୁରୀ ଜିଲ୍ଲା ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା ଘଟିଥିଲା। ଭଲ ଛାତ୍ରମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ଏକ ସ୍ୱତନ୍ତ୍ର ପରୀକ୍ଷା ନେଉଥିଲେ, ଯେଉଁଥିରେ ୪ଟି ବିଷୟ ଥିଲା ଆଉ ପ୍ରତ୍ୟେକ ବିଷୟର ୫ଟି ପ୍ରଶ୍ନ ଥିଲା। ମୋଟ ୨୦ଟି ପ୍ରଶ୍ନ ଥିଲା ଆଉ ସମସ୍ତ ପ୍ରଶ୍ନ ବାଧ୍ୟତାମୂଳକ ଥିଲା। ପ୍ରତ୍ୟେକ ପ୍ରଶ୍ନରେ ସର୍ବାଧିକ ମାର୍କ ପାଇଥିବା ଛାତ୍ରଙ୍କୁ ପାଞ୍ଚ ଟଙ୍କା ପୁରସ୍କାର ପ୍ରଦାନ କରାଯାଉଥିଲା।

ଏହିପରି, କୋଡ଼ିଏ ପ୍ରଶ୍ନରେ ପ୍ରଥମ ହେବା ପାଇଁ ୧୦୦ ଟଙ୍କା ପୁରସ୍କାର ଦିଆଯାଉଥିଲା। ଜଣେ ଛାତ୍ର କ୍ରମାଗତ ତିନି ବର୍ଷ ପର୍ଯ୍ୟନ୍ତ ୧୦୦ ଟଙ୍କା ଲେଖାଏଁ ପୁରସ୍କାର ଜିତିଥିଲେ। ଏହି ଉଜ୍ଜ୍ୱଳ ଛାତ୍ରର ନାମ ଥିଲା ମଧୁସୂଦନ ରାଓ, ଯିଏକି ପରେ ଆଧୁନିକ ଓଡିଆ ସାହିତ୍ୟର ପ୍ରତିଭାବାନ କବି ହୋଇ ଉଭାହୋଇଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।

ଜନ୍ମ ଓ ଶିକ୍ଷା:

  • ମଧୁସୂଦନ ରାଓ ୧୯ ଜାନୁଆରୀ ୧୮୫୩ରେ ଜନ୍ମଗ୍ରହଣ କରିଥିଲେ।
  • ତାଙ୍କ ପିତା ପୋଲିସରେ କାମ କରୁଥିଲେ।
  • ପିଲାଦିନରୁ ସେ ତାଙ୍କ ମା’ଙ୍କୁ ହରେଇଥିଲେ।
  • ପୁରୀ ଜିଲ୍ଲା ହାଇସ୍କୁଲରେ ଅଧ୍ୟୟନ।
  • ୧୮୬୯ରେ ସେ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ।
  • ୧୮୭୧ରେ FA ପାଇଁ ଛାତ୍ରବୃତ୍ତି।
  • ସେତେବେଳେ ଓଡିଶାରେ BA ନଥିବାରୁ ସେ କଲିକତା ଯିବାକୁ ଚାହୁଁଥିଲେ। ତାଙ୍କ ବାପା ଦୂର ବାଟକୁ ନ ଛାଡିବାରୁ ସେ ଚାକିରି କରିବା ଆରମ୍ଭ କଲେ।
Life education and work of Madhusudan Rao(ଓଡିଆ ସାହିତ୍ୟ ଓ ମଧୁସୂଦନ ରାଓ)

ଅଧିକ ପଢ଼ନ୍ତୁ: ଓଡିଆ ସାହିତ୍ୟର ବିକାଶରେ ସମର୍ପିତ ଫକୀରମୋହନ

କାର୍ଯ୍ୟ ଓ ଅବଦାନ:

  • ପାଠପଢା ଛାଡି ସେ ଯାଜପୁର ମଧ୍ୟମ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୋଇଥିଲେ।
  • ଏଠାରେ ସେ ଫକିର ମୋହନ ସେନାପତିଙ୍କ ସହ ପରିଚିତ ହୋଇଥିଲେ।
  • ଶିକ୍ଷକ ଭାବେ ସେ ବହୁତ ଭଲ ଭାବରେ ବୁଝିଥିଲେ ଯେ ଯଦି ମାତୃଭାଷାରେ ଶିକ୍ଷା ନ ଦିଆଯାଏ, ତେବେ ପିଲାମାନେ କେତେ ଅସୁବିଧାର ସମ୍ମୁଖୀନ ହେବେ।
  • ସେତେବେଳେ ଓଡ଼ିଆରେ କୌଣସି ପାଠ୍ୟପୁସ୍ତକ ନଥିଲା। ଏହି ସମୟରେ ତାଙ୍କୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା।
  • ସେଠାରେ ତାଙ୍କର ରାଧାନାଥ ରାୟଙ୍କ ସହ ସାକ୍ଷାତ ହେଲା।
  • ଫକିରମୋହନ ସେନାପତିଙ୍କ ପୂର୍ବରୁ ସେଠାରେ ସମ୍ବାଦବାହିକା ସମ୍ପାଦକ ଭାବରେ ଓଡିଆ ଭାଷା ଏବଂ ସାହିତ୍ୟର ବିକାଶ କରିସାରିଥିଲେ।
Life education and work of Madhusudan Rao(ଓଡିଆ ଭାଷାର ପ୍ରାଣ ପ୍ରତିଷ୍ଠାତା ମଧୁସୂଦନ ରାଓ)
  • ଓଡିଆ ଭାଷାର ପ୍ରଚାର ଏବଂ ବିକାଶରେ ଏହି ତିନି ମହାନ ବ୍ୟକ୍ତିଙ୍କ ମିଳିତ ଅବଦାନ ଅତୁଳନୀୟ।
  • ରାଧାନାଥ ରାୟଙ୍କ ସହାୟତାରେ ଓଡିଆ ଭାଷାରେ ପିଲାମାନଙ୍କ ପାଇଁ ପ୍ରଥମ ପାଠ୍ୟ ପୁସ୍ତକ ଲେଖିଥିଲେ।
  • ଏହାପରେ ଓଡିଆ ଭାଷା ଓଡ଼ିଶାର ବିଦ୍ୟାଳୟରେ ଶିକ୍ଷାର ମାଧ୍ୟମ ହେଲା।
  • ଏହି ପାଠ୍ୟପୁସ୍ତକ ପଛରେ ତାଙ୍କ ସମ୍ମୁଖରେ ଦୁଇଟି ଉଦ୍ଦେଶ୍ୟ ରଖିଥିଲେ। ଗୋଟିଏ ହେଉଛି ପିଲାମାନେ ପଢିବା, ଲେଖିବା ଏବଂ ଗଣନା କରି ଶିଖିବା ଉଚିତ୍ ଏବଂ ଦ୍ୱିତୀୟ ହେଲା ଏହି ବହି ପଢିବା ଦ୍ୱାରା ଏପରି ଶିକ୍ଷା ମିଳିବା ଉଚିତ୍, ଯାହା ଦ୍ୱାରା ସେମାନେ ନିଜ ଜୀବନକୁ ସତ୍ୟ ଏବଂ ସଚ୍ଚୋଟ ଭାବରେ ଆଗେଇ ନେଇପାରିବେ। ପରେ ସେ କଟକ ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ହେଲେ।
  • ସେହି ସ୍କୁଲ୍‌ରେ FA କଲେଜ କ୍ଲାସ୍ ଥିଲା, ଯାହାର ପ୍ରିନ୍ସିପାଲ୍ ଜଣେ ଇଂରେଜ ଥିଲେ। ସିଏ ଏକ ନିୟମ କରିଥିଲେ ଯେ ଛାତ୍ରମାନେ ସକାଳ ୧୦.୨୫ ପୂର୍ବରୁ ବିଦ୍ୟାଳୟରେ ପ୍ରବେଶ କରିବା ଉଚିତ୍ ନୁହେଁ। ସେପର୍ଯ୍ୟନ୍ତ ଗେଟ୍‌ରେ ତାଲା ପଡୁଥିଲା। ଦୂରଦୂରାନ୍ତରୁ ଆସୁଥିବା ଛାତ୍ରମାନଙ୍କୁ ବାହାରେ ଠିଆ ହୋଇ ଗେଟ୍ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା।
  • ଦିନେ ଜଣେ ଛାତ୍ର ତାଲା ଭାଙ୍ଗିଦେଲେ ଏବଂ ସବୁ ପିଲା ଭିତରକୁ ପଶିଗଲେ। ଇଂରାଜୀ ପ୍ରିନ୍ସିପାଲ ବହୁତ ରାଗିଯାଇ ମଧୁସୂଦନ ରାଓଙ୍କୁ ଛାତ୍ରମାନଙ୍କୁ ଦଣ୍ଡ ଦେବାକୁ କହିଲେ। କିନ୍ତୁ ମଧୁସୂଦନ ରାଓ ଜଣେ ଆଦର୍ଶ ଶିକ୍ଷକ ଥିଲେ। ସେ ପ୍ରଧାନଶିକ୍ଷକଙ୍କ ବିଦ୍ୟାଳୟ ଖୋଲିବା ସମୟର ଆଦେଶକୁ ଅନୁପଯୁକ୍ତ ବୋଲି ବିବେଚନା କରିଥିଲେ। ତେଣୁ ସେ ଛାତ୍ରମାନଙ୍କୁ ଦଣ୍ଡ ଦେବାକୁ ମନା କରିଦେଇଥିଲେ। ଫଳରେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା।
  • ଏହା ପରେ ସେ କଟକର ଟିଚର୍ସ ଟ୍ରେନିଂ ସ୍କୁଲ୍‌ରେ ପ୍ରଧାନ ଶିକ୍ଷକ ହୋଇଥିଲେ ଏବଂ ସେଠାରେ ସେ ସାହିତ୍ୟସଭା ପ୍ରତିଷ୍ଠା କରିଥିଲେ।
  • ଏହା ପରେ ଉତ୍କଳ ସାହିତ୍ୟ ସମାଜ ଆରମ୍ଭ ହେଲା। ସେ ନଅ ବର୍ଷ ପର୍ଯ୍ୟନ୍ତ ଏହାର ସଭାପତି ଥିଲେ।
  • ଏହା ପରେ ସେ ବିଦ୍ୟାଳୟର ଜିଲ୍ଲା ଇନ୍ସପେକ୍ଟର ହୋଇଥିଲେ।
  • ତାଙ୍କ ଉଦ୍ୟମରେ ଓଡ଼ିଶାର ଅନେକ ଗ୍ରାମରେ ପ୍ରାଥମିକ ଓ ମଧ୍ୟମ ବିଦ୍ୟାଳୟ ଖୋଲାଯାଇଥିଲା।
  • ସେ ଜନସାଧାରଣଙ୍କ ଦାନ ସହିତ କଟକ ଟାଉନ ସ୍କୁଲ ଖୋଲିଥିଲେ।

OTV is now on Whatsapp

Join and get latest news update delivered to you via whatsapp

Join Now