• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତା ଜୁନ ୪ ତାରିଖରେ ଅନୁଷ୍ଠିତ ହେବ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ହେଲେ ତାପୂର୍ବରୁ ଆଜି ନନ୍ଦପଡାର ବାଲୁଙ୍କେଶ୍ୱର ବାବାଙ୍କର ବିବାହ ପାଇଁ ଅନୁଷ୍ଠିତ ହେବ ନିର୍ବନ୍ଧ କାର୍ଯ୍ୟ । ସନ୍ଧ୍ୟାରେ ବରପିତା, ସପ୍ତରୁଷି ପଣ୍ଡିତ ମଣ୍ଡଳୀ ଓ ମୁରବୀମାନଙ୍କୁ ସାଙ୍ଗରେ ନେଇ ବାହାରିବ ବାଲୁଙ୍କେଶ୍ୱର ବାବାଙ୍କର କନ୍ୟା ଅନ୍ୱେଷଣ ଶୋଭାଯାତ୍ରା ।

ଶୋଭାଯାତ୍ରା କନ୍ୟା ମାତା ପିତାଙ୍କ ଘରେ ପହଂଚିବା ପରେ ଦେବୀ ପାର୍ବତୀଙ୍କ ସମ୍ପର୍କରେ ଜିଜ୍ଞସା କରିବା ସହ ସର୍ଗିପତ୍ର ବିଡା ଦେଇ ବିବାହ ପାଇଁ ନିର୍ବନ୍ଧ ପକ୍କା କରିବେ । ଏଥର କନ୍ୟା ମାତା-ପିତା ହୋଇଥିବା ଗୋଲବଜାର ଅଂଚଳର ଗିରିଶ ପଟେଲ ଓ ହନସାବେନ ପଟେଲଙ୍କ ଘରକୁ ଯିବ କନ୍ୟା ଅନ୍ୱେଷଣ ଶୋଭାଯାତ୍ରା । ନିର୍ବନ୍ଧ ପରଦିନ ଅର୍ଥାତ ଜୁନ ୧ ତାରିଖ ସଂଧ୍ୟାରେ ଅନୁଷ୍ଠିତ ହେବ ଦେବ ନିମନ୍ତ୍ରଣ କାର୍ଯ୍ୟ ଗୁଆଗୁଣ୍ଡା । ଏପଟେ ପ୍ରଜ୍ଞାପନ ମେଢ ଓ ପରଭା ତିଆରି କାମ ବି ଜୋରସୋରରେ ଆଗେଇ ଚାଲିଛି ।

ସେପଟେ ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରାରେ କନ୍ୟା ମାତା ପିତା ହୋଇଛନ୍ତି ସମ୍ବଲପୁର ଗୋଲବଜାରର ଗିରିଶ ଚନ୍ଦ୍ର ପଟେଲ ଓ ହନଶା ପଟେଲ । ମାତା ପାର୍ବତୀଙ୍କୁ କନ୍ୟା ରୁପେ ପାଇବାର ସୁଯୋଗ ପାଇଥିବାରୁ ଗୁଜୁରାତି ପରିବାରର ଦମ୍ପତ୍ତି ଖୁବ ଖୁସି ଅଛନ୍ତି । ଏଥିପାଇଁ ସେମାନେ ପ୍ରାୟ ସମସ୍ତ ପ୍ରସ୍ତୁତି ସାରିଲେଣି । ଝିଅ- ଜ୍ୱାଇଁ ଙ୍କ ପାଇଁ ସବୁ ବିବାହ ସାମଗ୍ରୀ କିଣା ସରିଲାଣି । ସବୁ ଜିନିଷକୁ ଭଲ କରି ଥରେ ପରଖି ନେଉଛନ୍ତି କନ୍ୟା ମାତା- ପିତା ଓ ପରିବାର ଲୋକେ । ବାହାଘର ଆଗରୁ ,କନ୍ୟା ମାତା ପିତାଙ୍କ ଘରେ ଭିଡ ଲାଗିଲାଣି ।

OTV is now on Whatsapp

Join and get latest news update delivered to you via whatsapp

Join Now