ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଏବେ ବଢୁଛି ହୀରା ଫେରାଇବାର ଦାବି। କୋହିନୂର ହୀରା ଫେରାଇବା ପାଇଁ ଭାରତ ଦାବି କରୁଥିବାବେଳେ ଏହି ତାଲିକାରେ ଏବେ ଆହୁରି ଅନେକ ଦେଶର ନାଁ ଯୋଡ଼ି ହୋଇଯାଇଛି। ଏବେ ଦକ୍ଷିଣ ଆଫ୍ରିକା ବି ଦାବି କରିଛି ତା‘ର ହୀରାକୁ ଫେରାଇବା ପାଇଁ।
ରାଣୀ ଏଲିଜାବେଥ୍-୨ଙ୍କ କଫିନ୍ ଶୋଭାଯାତ୍ରାରେ କ୍ୟାମେରା ଆଗକୁ ଆସିଲା କୋହିନୂର୍ ହୀରା। ଯାହାକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ଚର୍ଚ୍ଚା...
କୋହିନୂର ବଡ ଠାକୁର ଜଗନ୍ନାଥଙ୍କର। ବ୍ରିଟିଶ୍ ଶାସକ ଭାରତରୁ ଏହି ଦୁର୍ଲଭ ହୀରାକୁ ନିଜ ଦେଶକୁ ଲୁଟିନେଇଥିବା ଅଭିଯୋଗ ହୋଇ ଆସୁଥିବା ବେଳେ; କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ଏହାକୁ ପୁଣି ସ୍ୱଦେଶ ଫେରାଇ ଆଣିବାକୁ ଦାବି ଜୋର୍ ଧରିଛି। ତେବେ ଏ ଭିତରେ ସାମ୍ନାକୁ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ତଥ୍ୟ।
କୋହିନୂର ହୀରାକୁ ଭାରତ ଫେରାଇ ଆଣିବାକୁ ବଢ଼ିଲା ଦାବି। କୋହିନୂରର ଅସଲ ମାଲିକ ଶ୍ରୀଜଗନ୍ନାଥ ବୋଲି ଦାବି କରି ଦରକାର ହେଲେ ଅନ୍ତର୍ଜାତୀୟ ଅଦାଲତ ଯିବୁ ବୋଲି କହିଛି ଜଗନ୍ନାଥ ସେନା। ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଶୋଭା ପାଇବ କି କୋହିନୂର?
ଏବେ ସମୟ ଆସିଛି କୋହିନୂରକୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ ହେଉ ବୋଲି କୁହାଯାଇଛି।