Advertisment

Controversy Over Sasmit Patra's Post: ସସ୍ମିତଙ୍କ ବିରୋଧରେ ବିଜେଡିରେ କୁହୁଳିଲା ଅସନ୍ତୋଷ; ସୁପ୍ରିମୋଙ୍କୁ ଚିଠି ଲେଖିଲେ ପ୍ରଫୁଲ୍ଲ...

ପ୍ରଫୁଲ୍ଲ ଲେଖିଛନ୍ତି, ଗତକାଲି ରାଜ୍ୟସଭାରେ ୱାକ୍ଫ ସଂଶୋଧନ ବିଲ୍ ଗୃହିତ ହେବା ସମୟରେ ସସ୍ମିତ ପାତ୍ର ତାଙ୍କ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ଦେଇଥିବା ମତ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

author-image
Sujit kumar Swain
ଅଦ୍ୟତନ ହୋଇଛି
Controversy Over Sasmit Patra's Post

Controversy Over Sasmit Patra's Post

ୱାକ୍ଫ ବିଲ୍ ସପକ୍ଷରେ ମତ ଦେଇଥିବା ଦଳୀୟ ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ ବିହୀତ ପଦକ୍ଷେପ ନେବାକୁ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦାବି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏନେଇ ପ୍ରଫୁଲ୍ଲ ଚିଠି ଲେଖିଛନ୍ତି। ପ୍ରଫୁଲ୍ଲ ଲେଖିଛନ୍ତି, ଗତକାଲି ରାଜ୍ୟସଭାରେ ୱାକ୍ଫ ସଂଶୋଧନ ବିଲ୍ ଗୃହିତ ହେବା ସମୟରେ ଅତ୍ୟନ୍ତୁ ଦୁର୍ଭାଗ୍ୟଜନକ ଭାବେ ସସ୍ମିତ ପାତ୍ର ତାଙ୍କ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ଦେଇଥିବା ମତ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜେଡି ଗଠନ ହେବା ଦିନଠାରୁ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ହିତ ପାଇଁ କାମ କରି ଆସୁଛି। ଆଗାମୀ ଦିନରେ ମଧ୍ୟ ଏହା ଜାରି ରଖିବ ବୋଲି ମୋର ବିଶ୍ବାସ।

Advertisment

ସେପଟେ ବିଜେଡି ବିଧାୟକ ଗଣେଶ୍ବର ବେହେରା ମଧ୍ୟ ସସ୍ମିତ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କହିଛନ୍ତି, ସସ୍ମିତ ଦଳ ପାଇଁ ଉତ୍ତରଦାୟୀ ରହିବେ ଏବଂ କୈଫିୟତ ଦେବେ। ସନ୍ତୋଷଜନକ ଉତ୍ତର ନଦେଲେ କାର୍ଯ୍ୟାନୁଷ୍ଠାନ ଜରୁରୀ। ନବୀନ ବାବୁ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବିଶ୍ବାସ ଥିବା କହିଛନ୍ତି ଗଣେଶ୍ବର। ତେବେ ଏନେଇ ସସ୍ମିତ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ସମଦୂରତ୍ବ ଓ ଧର୍ମନିରପେକ୍ଷତାରେ କାଏମ୍ ରହିଛି ବିଜେଡି। ବିଜେଡି ଏକ ଧର୍ମନିରପେକ୍ଷ ଦଳ ଭାବେ ଅତୀତରେ ଥିଲା, ଆଗକୁ ବି ରହିବ ବୋଲି ଆଜି ସନ୍ଧ୍ୟାରେ ନବୀନ ନିବାସରୁ ଦଳ ସଭାପତିଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ କହିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ। ତାସହ ପ୍ରସନ୍ନ କହିଛନ୍ତି- ୱକ୍ ଫ ବିଲ୍ ସଂପର୍କରେ ବୈଠକରେ ଆଲୋଚନା ହୋଇଛି। ତେବେ ନା ଆମେ ଏନଡିଏ ବ୍ଲକରେ ଅଛୁ, ନା ଇଣ୍ଡି ବ୍ଲକରେ। ରାଜ୍ୟର ସ୍ବାର୍ଥ ଆମ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ। ତାସହ ସଂଗଠନ ସଂପର୍କରେ ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। 

Advertisment

ଆଜି ପୂର୍ବାହ୍ନରେ ଶଙ୍ଖ ଭବନରେ ବିଜେଡି ଉପଦେଷ୍ଟା କମିଟି ବୈଠକ ପରେ ସନ୍ଧ୍ୟାରେ ବହୁ ବରିଷ୍ଠ ନେତା ନବୀନ ନିବାସ ଆସି ଦଳ ସଭାପତିଙ୍କୁ ସାକ୍ଷାତ କରିଥିଲେ। ଯାହାଙ୍କ ମଧ୍ୟରେ ଥିଲେ ରଜନୀକାନ୍ତ ସିଂ, ଶଶିଭୂଷଣ ବେହେରା, ନୃସିଂହ ସାହୁ ଓ ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ମିଶ୍ର ପ୍ରମୁଖ। ବହୁଚର୍ଚ୍ଚିତ ୱକ୍ ଫ ବିଲ୍ ଉପରେ ବିଜେଡି ସାଂସଦଙ୍କ ଭୋଟିଂକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଉପରେ ବୈଠକରେ ଆଲୋଚନା ହୋଇଛି।

ସଂସଦର ଉଭୟ ଗୃହରେ ୱକଫ ସଂଶୋଧନ ବିଲ୍ ପାସ୍ ହେବା ପରେ ବି ଥମୁନି ବିବାଦ। ବିଲ୍‌କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଛି କଂଗ୍ରେସ। ସାଂସଦ ମହମ୍ମଦ ଜାଭେଦ ଏବଂ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସି ପୃଥକ ଭାବେ ଉଚ୍ଚତମ ନ୍ୟାୟାଳୟରେ ବିଲ୍‌କୁ ଚ୍ୟାଲେଞ୍ଜ କରି ଦୁଇଟି ଆବେଦନ କରିଛନ୍ତି। ୱକଫର ନିର୍ମାଣ, ପରିଚାଳନା ଓ ପ୍ରଶାସନ ସ୍ବତନ୍ତ୍ର ଏବଂ ଏଥିପାଇଁ କେବଳ ୱକପ ଉତ୍ତରଦାୟୀ ବୋଲି କୁହାଯାଇଛି। ବିଶେଷ କରି ୱକଫ ସଂଶୋଧନ ବିଲ୍ ରେ ପ୍ରସ୍ତାବିତ ରାଜ୍ୟ ୱକଫ ବୋର୍ଡ ଏବଂ କେନ୍ଦ୍ର ୱକଫ କାଉସିଲରେ ଦୁଇ ଜଣ ଅଣ ମୁସଲିମ୍ ସଦସ୍ୟ ନିଯୁକ୍ତିକୁ ନେଇ ବିରୋଧଭାସ ଦେଖାଦେଇଛି। ସେହିପରି ବିଲ କୁ ବିରୋଧ କରି ଜେଡିୟୁରୁ ୫ ଜଣ ଇସ୍ତଫା ଦେଇସାରିଲେଣି।

ସେପଟେ ବିଲ୍ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ତେଜିଛି ପ୍ରତିବାଦ। କୋଲକାତା, ପୁଣେ, ଚେନ୍ନାଇ, ଲୁଧିଆନା, ବିହାର ଏବଂ ଅହମ୍ମଦାବାଦରେ ଶୁଭିଛି ବିରୋଧର ସ୍ବର। କୋଲକାତା ଓ ଚେନ୍ନାଇରେ ରାସ୍ତାକୁ ଓହ୍ଲାଇ ଆସି ବିରୋଧ ପ୍ରଦର୍ଶନ କରିଛନ୍ତି ଶହ ଶହ ମୁସଲିମ୍ ସମ୍ପ୍ରଦାୟର ଲୋକେ। ୱକଫ ସଂଶୋଧନ ବିଲ୍ କୁ ଅଣସାମ୍ବିଧାନିକ ଦର୍ଶାଇ ଫେରାଇ ନେବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ। ଅନ୍ୟପଟେ ପାଟନାରେ ବିଲ୍ କୁ ସମର୍ଥନ କରି ଶୋଭାଯାତ୍ରା ବାହାରିଛି। ବିରୋଧୀଙ୍କୁ ରାବଣର ଦଶାବତାର ଦର୍ଶାଯାଇଛି। 

ଅଧିକ ପଢ଼ନ୍ତୁ: ନବୀନଙ୍କୁ ଖୋଲା ଚାଲେଞ୍ଜ୍, ସନ୍ଦିହାନ ବିଜେଡି ନେତା

BJD Sasmit Patra Controversy WAQF Bill
Advertisment
Advertisment