Advertisment

ଯେତେବେଳେ କର୍ଣ୍ଣ ନିରୁତ୍ସାହିତ ହୋଇ ପଚାରିଲେ ମୋର ଦୋଷ କ’ଣ, ଶ୍ରୀକୃଷ୍ଣ ଉତ୍ତର ଦେଲେ…

‘ମହାଭାରତ’ର ଏକ ମହାନ ଚରିତ୍ର ହେଲେ ମହାବୀର କର୍ଣ୍ଣ। ଶାସ୍ତ୍ର ଅନୁସାରେ ସେ ତାଙ୍କ ଜୀବନରେ ଅନେକ ଦୁଃଖ କଷ୍ଟ ସହିଛନ୍ତି। ଏନେଇ ସେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ତାଙ୍କର ଦୋଷ କ’ଣ ବୋଲି ପଚାରିଲେ ଶ୍ରୀକୃଷ୍ଣ ଯାହା ଉତ୍ତର ଦେଲେ ଶୁଣିଲେ ଆପଣଙ୍କ ଆଖି ହେଇଯିବ ଛଳ ଛଳ।

author-image
Pramod Behera
ଅଦ୍ୟତନ ହୋଇଛି
Karna and Srikrushna discourse in the Mahabharat

Karna and Srikrushna discourse in the Mahabharat

ମହାକାବ୍ୟ ‘ମହାଭାରତ’ର ଏକ ମହାନ ଚରିତ୍ର ହେଲେ ମହାବୀର କର୍ଣ୍ଣ। ଶାସ୍ତ୍ର ଅନୁସାରେ ସେ ତାଙ୍କ ଜୀବନରେ ଅନେକ ଦୁଃଖ କଷ୍ଟ ସହିଛନ୍ତି। ସେ ସିନା ଖଣ୍ଡା-ତଲୱାର୍‌ର ଯୁଦ୍ଧ ହାରିଗଲେ ହେଲେ ଆତ୍ମବିଶ୍ୱାସର ଯୁଦ୍ଧ ହାରି ନଥିଲେ କି କାହା ପାଖରେ ନଇଁ ଯାଇ ନଥିଲେ।

Advertisment

ନିଜ ଜୀବନକୁ ନେଇ ବୀର କର୍ଣ୍ଣ ଦିନେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ ଯେ “ମୋର ଜନ୍ମ ହେବା ମାତ୍ରେ ମା’ ମୋତେ ପରିତ୍ୟାଗ କଲେ। ଏକ ଅବୈଧ ସନ୍ତାନ ହେବା କ’ଣ ମୋର ଦୋଷ ଥିଲା ? ମୁଁ କ୍ଷତ୍ରିୟ ପୁତ୍ର ନ ଥିବାରୁ ଦ୍ରୋଣାଚାର୍ଯ୍ୟ ମୋତେ ଶିକ୍ଷା ଦେଲେନି। ପର୍ଶୁରାମ ମୋତେ ଶିକ୍ଷାଦେଲେ, କିନ୍ତୁ ମୋତେ ଅଭିଶାପ ଦେଇଦେଲେ ଯେ ଯେତେବେଳେ ମୋର ସେହି ବିଦ୍ୟାର ସର୍ବାଧିକ ଆବଶ୍ୟକ ପଡିବ, ମୁଁ ଏହାକୁ ଭୁଲିଯିବି। କାରଣ ତାଙ୍କ ଅନୁଯାୟୀ ମୁଁ କ୍ଷତ୍ରିୟ ନଥିଲି।”

ସେ ଆହୁରି ପ୍ରଶ୍ନ କରିଥିଲେ, “ଦ୍ରୌପଦୀ ସ୍ୱୟଂବରରେ ମୋତେ ଅପମାନିତ କରାଗଲା। ମାତା କୁନ୍ତୀ ଶେଷରେ ମୋତେ ମୋର ଜନ୍ମର ରହସ୍ୟ କହିଲେ, ହେଲେ କେବଳ ଅନ୍ୟ ପୁଅମାନଙ୍କୁ ବଞ୍ଚାଇବା ପାଇଁ। ମତେ ମତେ ଯାହା ବି କିଛି ପ୍ରାପ୍ତ ହୋଇଛି ତାହା କେବଳ ଦୁର୍ଯ୍ୟୋଧନଙ୍କଠାରୁ ଆସିଛି। ତେବେ ମୁଁ ଯଦି ତାଙ୍କ ସପକ୍ଷରେ ଯୁଦ୍ଧ କଲି ତେବେ ମୋର ଭୁଲ୍ କେଉଁଠି ରହିଲା?”

Advertisment

କର୍ଣ୍ଣଙ୍କ ଠାରୁ ଏଭଳି ପ୍ରଶ୍ନ ଶୁଣିଲା ପରେ ଭଗବାନ କୃଷ୍ଣ ଯାହା ଉତ୍ତର ଦେଇଥିଲେ ଏହା ଶୁଣିଲେ ଆପଣଙ୍କ ଆଖି ହେଇଯିବ ଛଳ ଛଳ। ଆପଣଙ୍କ ଭିତରେ ନୂଆ ଉତ୍ସାହ ଖେଳିଯିବ ଆଉ ଆପଣ ବି ସବୁ ଦୁଃଖକୁ ପଛ କରି ଆଗକୁ ଯିବାକୁ ପ୍ରେରଣା ପାଇବେ।

ଶ୍ରୀକୃଷ୍ଣଙ୍କ ଉତ୍ତର ଥିଲା, “ହେ କର୍ଣ୍ଣ! ମୋର ଜନ୍ମ କାରାଗାରରେ ହେଲା। ଜନ୍ମ ପୂର୍ବରୁ ମଧ୍ୟ ମୃତ୍ୟୁ ମୋ ପାଇଁ ଅପେକ୍ଷା କରିଥିଲା। ଯେଉଁ ରାତିରେ ମୋର ଜନ୍ମ ହେଲା ସେହି ରାତିରେ ମୋତେ ମୋ ବାପାମାଆଙ୍କଠାରୁ ଦୂରେଇ ଦିଆଗଲା। ତୁମର ପିଲାଦିନ ଖଣ୍ଡା, ରଥ, ଘୋଡା, ଧନୁ ଏବଂ ତୀରର ଶବ୍ଦ ଶୁଣିବାରେ ଅତିବାହିତ ହୋଇଥିଲା। ମତେ ଗୁହାଳର ଗୋଶାଳା ମିଳିଲା, ଗୋବର ମିଳିଲା ଆଉ ଠିଆ ହେବା ଏବଂ ଚାଲିବା ପୂର୍ବରୁ ଅନେକ ସାଂଘାତିକ ଆକ୍ରମଣର ସମ୍ମୁଖୀନ ହେବାକୁ ପଡିଲା।”

ଶ୍ରୀକୃଷ୍ଣ ଆହୁରି କହିଥିଲେ, “ନା ଥିଲା ସେନା, ନା ଥିଲା ଶିକ୍ଷା। ମୁଁ କେବଳ ଲୋକଙ୍କଠାରୁ ଅପମାନ ପାଇଲି ଯେ ମୁଁ ସେମାନଙ୍କ ସମସ୍ୟାର କାରଣ ବୋଲି। ଯେତେବେଳେ ତୁମର ଶିକ୍ଷକ ତୁମର ସାହସିକତାର ପ୍ରଶଂସା କରୁଥିଲେ, ମୁଁ ସେହି ବୟସରେ କୌଣସି ଶିକ୍ଷା ମଧ୍ୟ ପାଇ ନଥିଲି। ଯେତେବେଳେ ମତେ ଷୋହଳ ବର୍ଷ ହେଲା, ମୁଁ କୌଣସି କାରଣରୁ ଯାଇ ଋଷି ଦନ୍ଧୀପନଙ୍କ ଗୁରୁକୁଳରେ ପହଞ୍ଚିଥିଲି।”

ଶ୍ରୀକୃଷ୍ଣ ଉତ୍ତର ଆହୁରି ଥିଲା ଯେ “ତୁମେ ନିଜ ପସନ୍ଦର ଝିଅକୁ ବିବାହ କଲ। ମୁଁ ପ୍ରେମ କରୁଥିବା ଝିଅକୁ ପାଇଲି ନାହିଁ। ମତେ ତାଙ୍କୁ ବିବାହ କରିବାକୁ ପଡିଲା ଯିଏ ମତେ ଚାହୁଁଥିଲେ। ମୋର ସମଗ୍ର ସମ୍ପ୍ରଦାୟକୁ ଯମୁନା କୂଳରୁ ଉଠେଇ ଦୂର ସମୁଦ୍ର କୂଳକୁ ସ୍ଥାନାନ୍ତର କରିବାକୁ ପଡିଲା। ଯୁଦ୍ଧରୁ ପଳାୟନ ହେତୁ ମୋତେ ଭୀରୁ ମଧ୍ୟ କୁହାଗଲା। ଯଦି ଦୁର୍ଯ୍ୟୋଧନ ଯୁଦ୍ଧରେ ଜିତନ୍ତି, ତେବେ ତୁମକୁ ଅନେକ ଶ୍ରେୟ ମିଳିବ।ଯଦି ଧର୍ମରାଜ ଜିତନ୍ତି ତେବେ ମୁଁ କ’ଣ ପାଇବି? ମୋତେ କେବଳ ଯୁଦ୍ଧ ଏବଂ ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟା ପାଇଁ ଦାୟୀ କରାଯିବ।”

ଶେଷରେ ମହାବୀର କର୍ଣ୍ଣଙ୍କୁ ସାନ୍ତ୍ୱନା ଦେବା ନେଇ ଶ୍ରୀକୃଷ୍ଣ କହିଥିଲେ ଯେ, "ଗୋଟିଏ କଥା ମନେରଖ କର୍ଣ୍ଣ - ଜୀବନ ସମସ୍ତଙ୍କୁ ଚ୍ୟାଲେଞ୍ଜ୍‌ ଦେଇଥାଏ, ଜୀବନ କାହା ସହ ନ୍ୟାୟ କରେ ନାହିଁ। ଯଦି ଦୁର୍ଯ୍ୟୋଧନ ଅନ୍ୟାୟର ସମ୍ମୁଖୀନ ହୋଇଛନ୍ତି ତେବେ ଯୁଧିଷ୍ଠିର ମଧ୍ୟ ଅନ୍ୟାୟର ଶିକାର ହେଉଛନ୍ତି। କିନ୍ତୁ ସତ୍ୟ ଧର୍ମ କ’ଣ ତୁମେ ଭଲ ଭାବେ ଜାଣ। କିଛି ଫରକ ପଡିବନି ଯେତେ ଅପମାନିତ ହେଲେ ବି, ଆମେ ଯାହା ପାଇବାକୁ ଯୋଗ୍ୟ ଯଦି ତାହା ନ ମିଳେ। କିନ୍ତୁ ଏହା ମହତ୍ୱ ରଖେ ଯେ ତୁମେ ସେହି ସମୟ ଓ ସେହି ସଙ୍କଟକୁ କିପରି ସମ୍ମୁଖୀନ ହେଉଛ। କନ୍ଦାକଟା ବନ୍ଦ କର କର୍ଣ୍ଣ, ଜୀବନ ନ୍ୟାୟ କରେ ନାହିଁ ଏହାର ଅର୍ଥ ନୁହେଁ ଯେ ତୁମକୁ ଅନ୍ୟାୟ ପଥ ଅନୁସରଣ କରିବାକୁ ଅନୁମତି ଦିଆଯାଇଛି।”

Mahabharata
Advertisment
Advertisment