ଭଲରେ ଶୋଇବା ଆପଣଙ୍କର ମୌଳିକ ଅଧିକାର। ଯଦି କେହି ଆପଣଙ୍କୁ ଶୋଇବା ପାଇଁ ମନା କରନ୍ତି କିମ୍ବା ବାଧା ଦିଅନ୍ତି ତା’ହେଲେ ଆପଣ ତାଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ।
ରାଗିବା ଠାରୁ ଆରମ୍ଭ କରି ଖୁସି ହେବା ପର୍ଯ୍ୟନ୍ତ, ହରମୋନର ବହୁତ ପ୍ରଭାବ ଥାଏ। ଆପଣ ନିଶ୍ଚୟ ଦେଖିଥିବେ ଯେ ଦୁର୍ବଳ ଏବଂ ଅସୁସ୍ଥ ଲୋକମାନେ ଅଧିକ ଚିଡିଚିଡା ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ହାପି ହରମୋନ୍ଗୁଡ଼ିକୁ ସକ୍ରିୟ ହୋଇଥାନ୍ତି।
କିଛି ପିଲା ପାଠ ପଢିବାରେ ଖୁବ୍ ମେଧାବୀ ଥିବାବେଳେ ଆଉ କେତେକଙ୍କର ସ୍ମୃତିଶକ୍ତି ଖୁବ୍ ଦୁର୍ବଳ ଥାଏ। ଏପରି ପରିସ୍ଥିତିରେ, ସେମାନେ ପଢିଥିବା ବିଷୟଗୁଡ଼ିକୁ ଖୁବ ଶୀଘ୍ର ଭୁଲିଯାଆନ୍ତି। ଯଦି ଆପଣଙ୍କ ପିଲା ଏଭଳି ସମସ୍ୟାର ସମ୍ମୁଖିନ ହେଉଛନ୍ତି, ତେବେ ୪ଟି ପାଠପଢା ଟିପ୍ସ ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରେ।
ଅନେକ ସମୟରେ ଆମେ ଅନୁଭବ କରୁ ଯେ ରାତିସାରା ଶୋଇବା ପରେ ମଧ୍ୟ ଦିନସାରା କ୍ଳାନ୍ତ ଅନୁଭବ କରୁ ଏବଂ କାମ କରିବାରେ ମନ ଲାଗେନି। ଯଦି ଆପଣ ଆପଣଙ୍କର କିଛି ଅଭ୍ୟାସରେ ପରିବର୍ତ୍ତନ କରନ୍ତି ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି , ତେବେ ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିବାରେ ସାହାଯ୍ୟ କରିବ।
ପ୍ରଥମ ପ୍ରଥମ ବ୍ୟାୟାମ ପରେ ଶରୀର ଯନ୍ତ୍ରଣା ହେବା ଏକ ସାଧାରଣ କଥା। ଏହି ଯନ୍ତ୍ରଣା କେବଳ ୨-୩ ଦିନ ପର୍ଯ୍ୟନ୍ତ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି ଯନ୍ତ୍ରଣା କାହିଁକି ହୁଏ? ଆସନ୍ତୁ ଜାଣିବା ଯନ୍ତ୍ରଣା ପଛର କାରଣ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ।
ବର୍ତ୍ତମାନ ସମୟରେ ଚୁଟି ରଙ୍ଗ କରିବା କିଛି ଲୋକଙ୍କ ପାଇଁ ଫ୍ୟାଶନ୍ ହୋଇଥିବା ବେଳେ ଆଉ କିଛି ଲୋକ ବାଧ୍ୟ ହୋଇ କରୁଛନ୍ତି। କିଛି ଲୋକ ଚୁଟି ରଙ୍ଗ ପାଇଁ ସେଲୁନ୍କୁ ସର୍ବୋତ୍ତମ ବୋଲି ବିବେଚନା କରୁଥିବାବେଳେ ଆଉ କିଛି ଲୋକ ଘରେ କାମ ଚଳେଇ ଦିଅନ୍ତି। ସବୁଠାରୁ ବଡ କଥା ହେଲା ଚୁଟି ରଙ୍ଗ କରିବାବେଳେ କିଛି ଜିନିଷକୁ ଧ୍ୟାନରେ ରଖିବା ଉଚିତ।
ଅନେକ ପୋଷକ ତତ୍ତ୍ୱରେ ଭରପୂର କାଜୁକୁ କିଛି ଲୋକ ଏତେ ପସନ୍ଦ କରନ୍ତି ଯେ ସେମାନେ ଗୋଟିଏ ଥରରେ ୧୦-୧୫ କାଜୁ ଖାଇଦିଅନ୍ତି। ଏହା ଦ୍ୱାରା ଅନେକ କ୍ଷତି ମଧ୍ୟ ହୋଇପାରେ। ତେବେ ଆସନ୍ତୁ ଜାଣିବା ଦିନକୁ କେତେ କାଜୁ ଓ କିପରି ଭାବେ ଖାଇଲେ ଏହା ଶରୀର ପାଇଁ ଲାଭ ହୋଇଥାଏ।
ଏବେ ଚାଲିଛି ଆମ୍ବର ଋତୁ । ଆମ୍ବରେ ବିଭିନ୍ନ ପାନୀୟ ଓ ଆଚାର,ଖଟା ପ୍ରସ୍ତୁତ କରାଯାଏ । ହେଲେ ଆଜି ଆମେ ଆପଣଙ୍କ ପାଇଁ ଆମ୍ବର ଏକ ସୁଆଦିଆ ପିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଆମ୍ବ କାକରା’।
ଆଜିକାଲି ଟମାଟୋ ଦର ଆକାଶଛୁଆଁ ହୋଇଛି। ଫଳରେ ଟମାଟୋ ଖାଦ୍ୟ ପ୍ଲେଟରୁ ଦୂରେଇ ଯାଇଛି। ଏପରି ପରିସ୍ଥିତିରେ, ଟମାଟୋ ପରି ସ୍ୱାଦ ବଜାୟ ରଖିବା ପାଇଁ ଆପଣ ଆଉ କିଛି ଜିନିଷ ମଧ୍ୟ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ସେହିସବୁ ବିଷୟରେ ଜାଣିନେବା ଯାହାର ବ୍ୟବହାର କଲେ ଟମାଟୋ ନ ହେଲେ ବି ତରକାରୀ ସ୍ୱାଦ ଲାଗିବ।
ଏହି ମହଙ୍ଗା ଦୁନିଆରେ ବିଶେଷ କରି ମହିଳାମାନଙ୍କ ପାଇଁ ଘର କାମ ସାଙ୍ଗକୁ କୌଣସି ନା କୌଣସି ଚାକିରି ମଧ୍ୟ କରିବାକୁ ପଡୁଛି। ଘର ଏବଂ ଅଫିସ୍ ଏକାଠି ପରିଚାଳନା କରିବା ନିହାତି କଷ୍ଟକର। ଏଠାରେ ଦିଆଗଲା ଆପଣଙ୍କ ପାଇଁ କିଛି ଟିପ୍ସ।
ଅନେକ ସମୟରେ ଦେଖାଯାଏ ଯେ ଯେତେ ସଚେତନ ହୋଇ କାକୁଡି କିଣିଲେ ବି ଏହା କେବେଳେ ପିତା ପଡିଯାଏ ତ ପୁଣି କେତେବେଳେ ଶୁଖିଲା ପଡିଯାଏ। ଅନେକ ସମୟରେ ବୁଢା ମଧ୍ୟ ବାହାରେ। ଆପଣାନ୍ତୁ ଏହି ୫ ଉପାୟ, କାକୁଡି ଭଲ ପଡିବ।
ଆମେ ଅନେକ ଭୁଲ ଖାଦ୍ୟ ଖାଇଥାଉ, ଯେଉଁଥିପାଇଁ ଅନ୍ତନଳୀ ପାଇଁ ହଜମ କରିବାରେ ବହୁତ ଅସୁବିଧା ହୋଇଥାଏ ଏବଂ ଏହା ଅନ୍ତଃ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଇଥାଏ। ଆସନ୍ତୁ ଏମିତି ୫ ପ୍ରକାର ଖାଦ୍ୟ ବିଷୟରେ ଜାଣିବା ଓ ତୁରନ୍ତ ଛାଡିବା।
ସଂଧ୍ୟା ଟିଫିନ୍ ପାଇଁ ଗରମାଗରମ ଜଳଖିଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁଆଦିଆ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ପନିର କର୍ଣ୍ଣ କଟ୍ଲେଟ୍ ।' ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ପ୍ରତିବର୍ଷ ଜୁନ୍ ୩ ତାରିଖରେ ‘ବିଶ୍ୱ ସାଇକେଲ୍ ଦିବସ’ ସାରା ବିଶ୍ୱରେ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ସାଇକେଲ୍ର ଗୁରୁତ୍ୱକୁ ବର୍ଣ୍ଣନା କରି ସ୍ୱାସ୍ଥ୍ୟ ଏବଂ ପରିବେଶର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା।
ପ୍ରତିବର୍ଷ ୩ ଜୁନ୍କୁ ‘ବିଶ୍ୱ ସାଇକେଲ୍ ଦିବସ’ ଭାବେ ପାଳନ କରାଯାଏ। ଏହି ଦିବସ ପାଳନ କରିବା ପଛରେ ଏକ ଦୃଢ କାରଣ ରହିଛି। ମାନବ କଲ୍ୟାଣ ସହିତ ଏହି ଦିନର ମଧ୍ୟ ପରିବେଶ ପ୍ରତି ସକରାତ୍ମକ ଅବଦାନ ରହିଛି। ତେବେ ଆସନ୍ତୁ ଜାଣିବା ଆମେ କାହିଁକି ‘ବିଶ୍ୱ ସାଇକେଲ୍ ଦିବସ’ ପାଳନ କରୁ ଏବଂ ସାଇକେଲ ଚଳାଇବାର ଲାଭ କ’ଣ?
ଘରେ ଆମେ ଚିକେନର ବିଭିନ୍ନ ରେସିପି ବନେଇଥାଉ । ଆଜି ରବିବାର ରାନ୍ଧଣାରେ ଆମେ ଚିକେନର ଏକ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିକେନ କବାବ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମଟନ ବୋଟି ମସାଲା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ଖରାଦିନେ ସାଧାରଣତଃ ଶରୀରରେ ଜଳିୟ ଅଂଶ କମ୍ ରହିଥାଏ । ଏଥିପାଇଁ ଆମ ଶରୀର ପାଇଁ ସପୁରୀ ଜୁସ୍ ନିତ୍ୟାନ୍ତ ଆବଶ୍ୟକ ।
ଆପଣ ଅନେକ ପ୍ରକାର ଚିଙ୍ଗୁଡ଼ିର ସୁଆଦିଆ ରେସିପି ଖାଇଥିବେ କିନ୍ତୁ କେବେ ‘ଖଟାମିଠା ଚିଙ୍ଗୁଡ଼ି କଷା’ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଚିଙ୍ଗୁଡ଼ିର ଏହି ସୁଆଦିଆ ରେସିପି ।
ଖରାବେଳେ ଖାଦ୍ୟରେ କଣ ଖାଦ୍ୟ ପ୍ରସ୍ତୁତ କରିବେ ସେଥିପାଇଁ ଚିନ୍ତିତ କି ? ବିଲ୍କୁଲ୍ ଚିନ୍ତା କରନ୍ତୁ ନାହିଁ, କାରଣ ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସୁଆଦିଆ ରେସିପି ବନେଇବୁ । ଆଜି ଗୁରୁବାର ରାନ୍ଧଣାରେ ଘରେ ବନାନ୍ତୁ ‘ମଲାଇ ମଟର ମସ୍ରୁମ୍’
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଘରେ ବିଭିନ୍ନ ପର୍ବରେ ମିଠା ଓ ପିଠା ତିଆରି କରାଯାଏ । ପବିତ୍ର ଅକ୍ଷୟ ତୃତୀୟାରେ ଆଜି ଆମେ ବନେଇବା ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ଛେନା ଝିଲି’ ।
ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ଆମେ ବହୁତ ସମୟରେ ଡାକ୍ତରଙ୍କ ପରାମର୍ଶ କରିଥାଉ । କିନ୍ତୁ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେଇ ପାରିବା। ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ, ଆମେ କିଛି ନା କିଛି ଥଣ୍ଡା ତରଳ ପିଇଥାଉ । କିନ୍ତୁ ଆପଣ ଜାଣନ୍ତି କି, କିଛି ପାନୀୟ ପିଇବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରଲ ବା ଏଲଡିଏଲ କମିଯାଏ। ତେବେ ଚାଲନ୍ତୁ ଜାଣିବା ଏପରି କିଛି ସୁପର ପାନୀୟ ବିଷୟରେ...
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଦିନକୁ ଦିନ ଚାପଗ୍ରସ୍ତ ଜୀବନ ଓ କାର୍ଯ୍ୟଭାର ବୃଦ୍ଧି ପାଉଛି । ସେଥିପାଇଁ ଆମ ଶରୀରରକୁ ସୁସ୍ଥ ଓ ଚାପମୁକ୍ତ କରିବା ପାଇଁ ମେଡିଟେସନ୍ ବା ଧ୍ୟାନ ନିତ୍ୟାନ୍ତ ଜରୁରୀ । ତେବେ ଆଜି ଜାଣିବା ବିଭିନ୍ନ ପ୍ରକାର ମେଡିଟେସନ୍ ବା ଧ୍ୟାନ ବିଷୟରେ, ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହ ଭଲ ନିଦ୍ରା ଦେଇଥାଏ ।
ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଚିଙ୍ଗୁଡିର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଚିଙ୍ଗୁଡ଼ି ଜହ୍ନି ରାଇ’ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ମଣିଷ ଶରୀର ଠିକ୍ ମେସିନ୍ ପରି । ମଣିଷ ଚାଲିବାକୁ ହେଲେ ଶକ୍ତିର ଆବଶ୍ୟକତା ରହିଛି । ଖାଦ୍ୟ ରୂପକ ଉର୍ଜା ଦ୍ୱାରା ମଣିଷ ଶକ୍ତି ପାଇବା ସହ ସମସ୍ତ କାମ କରିବାରେ ସକ୍ଷମ ହୋଇଥାଏ ।