Advertisment

Health Tips: ଲିଭରକୁ ସଫାକରିବା ନେଇ ବ୍ୟବହାର କରନ୍ତୁ ଏହି ୫ଟି ଜିନିଷ

ଲିଭରକୁ ଆମ ଶରୀରର କାରଖାନା ବୋଲି କୁହାଯାଏ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଲିଭରକୁ ଶକ୍ତିଶାଳୀ କରିବା ପାଇଁ ପ୍ରାକୃତିକ ଜିନିଷର ବ୍ୟବହାର ଅଧିକ ଲାଭଦାୟକ ହୋଇଥାଏ। ଆସନ୍ତୁ ଏ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
clean your liver naturally using these 5 things

clean your liver naturally using these 5 things

ଆଜିକାଲି ଲିଭର ଡିଟକ୍ସ ଶବ୍ଦ ବହୁତ ଶୁଣିବାକୁ ମିଳୁଛି। ତେବେ ଡାକ୍ତରମାନେ କହିଛନ୍ତି ଯେ ଲିଭର ଡିଟକ୍ସ ଭଳି କୌଣସି ଜିନିଷ ନାହିଁ କାରଣ ଲିଭର ନିଜର ସଫା ନିଜେ କରିଥାଏ। କିନ୍ତୁ ଯେତେବେଳେ ଏହା ଉପରେ ଚାପ ବଢିଯାଏ ଏହା ଦୁର୍ବଳ ହୋଇପାରେ। ଏଥିପାଇଁ କେବଳ ସୁସ୍ଥ ଖାଦ୍ୟ ହିଁ ସର୍ବୋତ୍ତମ କାର୍ଯ୍ୟ କରିଥାଏ।

Advertisment

ଲିଭର ଆମ ଶରୀର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଶରୀର ଭିତରେ ୫୦୦ରୁ ଅଧିକ କାମ କରିଥାଏ। ଲିଭର ଆମ ଶରୀରରୁ ଅନେକ ପ୍ରକାରର କ୍ଷତିକାରକ ବିଷାକ୍ତ ପଦାର୍ଥ ବାହାର କରିଥାଏ। ଏହା ସହିତ ଲିଭର ପ୍ରୋଟିନ୍, ମିନେରାଲ୍ସ, ହରମୋନ୍, ଏନଜାଇମ୍ ଏବଂ କୋଲେଷ୍ଟ୍ରୋଲ୍ ଉତ୍ପାଦନରେ ଭାଗ ନେଇଥାଏ। ଏଥିରେ କେତେକ ମିନେରାଲ୍ସ, ଭିଟାମିନ୍ A ଏବଂ ଆଇରନ୍ ମଧ୍ୟ ଗଚ୍ଛିତ ହୁଏ।

ଲିଭରକୁ ଆମ ଶରୀରର କାରଖାନା ବୋଲି କୁହାଯାଏ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଲିଭରକୁ ଶକ୍ତିଶାଳୀ କରିବା ପାଇଁ ପ୍ରାକୃତିକ ଜିନିଷର ବ୍ୟବହାର ଅଧିକ ଲାଭଦାୟକ ହୋଇଥାଏ। ଆସନ୍ତୁ ଏ ବିଷୟରେ ଜାଣିନେବା।

Advertisment

ବାତାପି ଲେମ୍ବୁ:

ବାତାପି ଲେମ୍ବୁ ହେଉଛି ଭିଟାମିନ୍ C ର ଏକ ଭଣ୍ଡାର। ଏଥିରେ ମୁଖ୍ୟତଃ ଦୁଇଟି ଆଣ୍ଟିଅକ୍ସିଡାଣ୍ଟ ଥାଏ - ନେରେନିଜୋନିନ୍ ଏବଂ ନାରିନ୍‌ଜୀନ୍। ଏହି ଆଣ୍ଟିଅକ୍ସିଡାଣ୍ଟ ସ୍ୱାଭାବିକ ଭାବରେ ଲିଭର୍‌ର କ୍ଷମତାକୁ ବଢେଇଥାଏ। ଏହା ମଧ୍ୟ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଅଟେ। ତେଣୁ, ଲିଭର୍‌ରେ ଆଘାତ ହେଲେ ଏହା କ୍ଷତକୁ ତୁରନ୍ତ ଭଲ କରିବାରେ ସାହାଯ୍ୟ କରେ।

ଜାମୁକୋଳି:

ଜାମୁକୋଳିରେ ଆଣ୍ଟୋସିୟାନିନ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଅଧ୍ୟୟନ ଅନୁଯାୟୀ, ଏଥିରେ ଥିବା ଏହି ଦୁଇଟି ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଯକୃତର ସ୍ୱାସ୍ଥ୍ୟକୁ ମଜବୁତ କରିଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ଲିଭରରେ ଫାଇବ୍ରୋସିସ୍ ହୁଏ ନାହିଁ। ଲିଭର୍ ପାଇଁ ଫାଇବ୍ରୋସିସ୍ ଏକ ବଡ ରୋଗ। ଜାମୁକୋଳି ଖାଇବା ସ୍ୱାଭାବିକ ଭାବରେ ଲିଭରକୁ ମଜବୁତ କରେ।

ହଳଦୀ:

ହଳଦୀରେ ଔଷଧୀୟ ଗୁଣର ଏକ ଭଣ୍ଡାର ରହିଛି। ଏଥିରେ କର୍‌କ୍ୟୁମିନ୍ କମ୍ପାଉଣ୍ଡ୍‌ ରହିଥାଏ ଯାହା ଲିଭରକୁ ପ୍ରାକୃତିକ ଭାବରେ ସଫା କରିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟ ଏକ ଏନ୍‌ଜାଇମ୍ ବୁଷ୍ଟର୍ ଭାବରେ କାମକରେ, ଯାହା ଖାଦ୍ୟ ସହିତ ପେଟରେ ପ୍ରବେଶ କରୁଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ। ଏହା ଲିଭର ଉପରେ କମ୍ ଚାପ ପକାଇଥାଏ ଏବଂ ଏହାକୁ ସୁସ୍ଥ ରଖିଥାଏ।

ଲେମ୍ବୁ:

ଲେମ୍ବୁ ଭିଟାମିନ୍ C ରେ ପରିପୂର୍ଣ୍ଣ ଥିବା ଏକ ଫଳ। ଲେମ୍ବୁ ଲିଭର୍ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହା ଏକ ଶସ୍ତା ଏବଂ ସହଜରେ ମିଳୁଥାଏ। ଲେମ୍ବୁ ଲିଭରକୁ ସଫା କରେ। ପ୍ରତିଦିନ ସକାଳେ ଉଷୁମ ପାଣିରେ ଲେମ୍ବୁ ପିଇବା ଉଚିତ। ଏହା ଲିଭର୍, କିଡ୍‌ନୀକୁ ସୁସ୍ଥ ରଖେ ଏବଂ ଓଜନ ମଧ୍ୟ ନିୟନ୍ତ୍ରିତ ହୁଏ।

ଅଁଳା:

ଅଁଳା ଏକ ଖଟାଳିଆ ଫଳ, ଏହା ମଧ୍ୟ ଭିଟାମିନ୍ C ରେ ଭରପୂର। ଲିଭରକୁ ସଫା କରିବାରେ ଅଁଳା ରସ ରାମବାଣ ପରି କାମ କରେ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ।

Health Tips
Advertisment
Advertisment