Advertisment

Parenting Tips: କିପରି ଜାଣିବେ ଆପଣଙ୍କ ପିଲା ଖରାପ ଆଡକୁ ଗତି କରୁଛି କି ନାହିଁ…

ପ୍ରତ୍ୟେକ ବାପାମାଆ ନିଜ ପିଲାକୁ ଏକ ଭଲ ମଣିଷ କରିବାକୁ ଚାହାଁନ୍ତି। ଭଲ ଶିକ୍ଷା ଦେବା, ଜୀବନରେ ଭଲ ଜିନିଷ ଶିଖାଇବା, ଅନ୍ୟମାନଙ୍କ ସହିତ ଭଲ ଆଚରଣ କରିବା ଭଳି କିଛି କଥା ପ୍ରତିଦିନ ପିଲାମାନଙ୍କୁ ଶିଖାଇଥାନ୍ତି। ଏହା ସତ୍ତ୍ୱେ ବି କିଛି ପିଲା ଭୁଲ ରାସ୍ତାରେ ଚାଲିଯାଆନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
6 sign how to know your child going to spoil

6 sign how to know your child going to spoil

ପ୍ରତ୍ୟେକ ବାପାମାଆ ନିଜ ପିଲାକୁ ଏକ ଭଲ ମଣିଷ କରିବାକୁ ଚାହାଁନ୍ତି। ଭଲ ଶିକ୍ଷା ଦେବା, ଜୀବନରେ ଭଲ ଜିନିଷ ଶିଖାଇବା, ଅନ୍ୟମାନଙ୍କ ସହିତ ଭଲ ଆଚରଣ କରିବା ଭଳି କିଛି କଥା ପ୍ରତିଦିନ ପିଲାମାନଙ୍କୁ ଶିଖାଇଥାନ୍ତି। ଏହା ସତ୍ତ୍ୱେ ବି କିଛି ପିଲା ଭୁଲ ରାସ୍ତାରେ ଚାଲିଯାଆନ୍ତି।

Advertisment

ଏପରି ପିଲାମାନେ ନିଜ ବାପାମାଆଙ୍କୁ ଅନେକ କିଛି ଲୁଚାଇବାକୁ ଚେଷ୍ଟା କରନ୍ତି। ପ୍ରତ୍ୟେକ ବିଷୟ ଉପରେ ସେମାନଙ୍କ ସହିତ ଯୁକ୍ତି କରନ୍ତି, ମିଛ କୁହନ୍ତି। ଏହି ସବୁ ସମସ୍ୟା ୧୦ ରୁ ୧୦ ବର୍ଷ ବୟସର ପିଲାମାନଙ୍କ ପାଖରେ ପ୍ରାୟ ଦେଖାଦିଏ। ଏମାନଙ୍କ ପ୍ରତି ଧ୍ୟାନ ଦେବା ଜରୁରୀ।

ତେବେ ଆପଣଙ୍କ ପିଲା ଖରାପ ଆଡକୁ ଗତି କରୁଛି କି ନାହିଁ କିପରି ଜାଣିବେ? ଜାଣନ୍ତୁ ଏହି ୫ଟି ଟିପ୍ସ।

Advertisment
  • ସବୁବେଳେ ଗୋଟିଏ କଥା ଧ୍ୟାନରେ ରଖିବେ ଯେ ପିଲାମାନେ ଯାହା ଦେଖନ୍ତି କିମ୍ବା ଶୁଣନ୍ତି ତାହା ଅନୁସରଣ କରିବା ଆରମ୍ଭ କରନ୍ତି। ସେମାନଙ୍କର ସ୍କୁଲ, ପାର୍କ, ଟ୍ୟୁସନ ଇତ୍ୟାଦି ସାଙ୍ଗମାନେ ଯାହା କରୁଛନ୍ତି ଏବଂ କହୁଛନ୍ତି ତାହା ଅନୁସରଣ କରିବା ଆରମ୍ଭ କରନ୍ତି। ବିଶେଷକରି, ଯଦି କମ୍ପାନୀ ଭଲ ନୁହେଁ ତେବେ ପିଲାମାନଙ୍କର ନଷ୍ଟ ହେବାର ସମ୍ଭାବନା ଅଧିକ। ଏପରି ପରିସ୍ଥିତିରେ, ବାପାମାଆମାନେ ଏଥିପ୍ରତି ଦୃଷ୍ଟିଦେବା ଉଚିତ।
  • ଅନେକ ପିଲା ଅଛନ୍ତି ସେମାନଙ୍କ ପ୍ରିୟ ଜିନିଷକୁ ପାଇବାକୁ ଜିଦି କରନ୍ତି। ଏଥିପାଇଁ ସେମାନେ ନିଜ ବାପାମାଆଙ୍କ ସହିତ ପାଟିତୁଣ୍ଡ କରିବା ଏବଂ ଯୁକ୍ତିତର୍କ କରିବା ଆରମ୍ଭ କରନ୍ତି। ଜିଦିରେ ଖାଦ୍ୟ ମଧ୍ୟ ଖାଆନ୍ତି ନାହିଁ। ପ୍ରତ୍ୟେକ ପରିସ୍ଥିତିରେ ସେମାନେ ସେହି ଜିନିଷ ଚାହାଁନ୍ତି। ଏହି ଅଭ୍ୟାସ ୮-୧୦ ବର୍ଷ ବୟସର ପିଲାମାନଙ୍କଠାରେ ଅଧିକ ଦେଖାଯାଏ। ବାପାମାଆମାନେ ନିଜ ପିଲାଙ୍କର ଏହି ଅଭ୍ୟାସକୁ ସ୍ନେହରେ ବୁଝେଇ ସମାଧାନ କରିବା ଆବଶ୍ୟକ।
  • ଯେଉଁ କାମକୁ ଆପଣ ବାରଣ କରୁଛନ୍ତି ଯଦି ସେହି କାମକୁ ପିଲା ଜାଣିଶୁଣି କରେ ତେବେ ବୁଝିନିଅନ୍ତୁ ଯେ ଆପଣଙ୍କ ପିଲା ନଷ୍ଟ ହୋଇଯାଉଛି। ଯଦି ସେ ଆପଣଙ୍କ କଥା ନ ଶୁଣେ ତେବେ ସେ ଅନ୍ୟମାନଙ୍କ କଥା କିପରି ଶୁଣିବ? ଏପରି ପରିସ୍ଥିତିରେ, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ପିଲାର ଆଚରଣକୁ ଚିହ୍ନନ୍ତୁ ଆଉ ଶାନ୍ତ ମନରେ ସମାଧାନର ବାଟ ବାହାର କରନ୍ତୁ।
  • ଯଦି ପିଲାକୁ କୌଣସି ଛୋଟ ଛୋଟ ଘର କାମ କରିବାକୁ କୁହନ୍ତି ଏବଂ ସେ ତାହା ନ କରନ୍ତି, ତେବେ ବୁଝିନିଅନ୍ତୁ ଯେ ପିଲା ନଷ୍ଟ ହୋଇଯାଉଛି। ଏଭଳି ଆଚରଣ ପିଲାମାନେ ସେତେବେଳେ କରତି ଯେତେବେଳେ ସେମାନଙ୍କର ବନ୍ଧୁତା ଏବଂ କମ୍ପାନୀ ଠିକ୍ ନଥାଏ।
  • ଯଦି ପିଲା କଥାବାର୍ତ୍ତା କରିବା ସମୟରେ ଅପମାନଜନକ ଭାଷା ଏବଂ ଗାଳି କହିବା ଆରମ୍ଭ କରିଦେଇଛନ୍ତି, ତେବେ ଏହା ପିଲାଟିର ଖରାପ କମ୍ପାନୀରେ ରହିବା ଏବଂ ଖରାପ ହେବାର ଏକ ଗମ୍ଭୀର ସଙ୍କେତ ହୋଇପାରେ। ଯଦି ସେମାନେ ଅନ୍ୟ ପିଲା ସହିତ ଝଗଡା କରନ୍ତି, ତାଙ୍କୁ ମାଡ ମାରନ୍ତି ତେବେ ଆପଣ ସତର୍କ ହେବା ଉଚିତ। ପିଲାର ପାଟିରୁ କୌଣସି ଅପମାନଜନକ ଶବ୍ଦ କିମ୍ବା ଭାଷା ଶୁଣିବା ମାତ୍ରେ ତୁରନ୍ତ ବାଧା ଦେବା ଜରୁରୀ।
Parents Guide
Advertisment
Advertisment