Advertisment

Relationship: ବ୍ରେକ୍‌ଅପ୍ ଯନ୍ତ୍ରଣାରେ ହେଉଛନ୍ତି କି ଛଟପଟ…ମାନନ୍ତୁ ଏହି ୫ଟି ଟିପ୍ସ, ମିଳିବ ମୁକ୍ତି

ଯେଉଁମାନେ ପ୍ରକୃତରେ କାହାକୁ ଭଲ ପାଆନ୍ତି ଆଉ ଧୋକା ଖାଇଲା ପରେ ସେମାନେ ଅନୁଭବ କରନ୍ତି ଯେପରି ସେମାନଙ୍କର ଦୁନିଆ ଶେଷ ହୋଇଯାଇଛି। ଧୀରେ ଧୀରେ ସେମାନେ ଚାପ, ଚିନ୍ତା ଏବଂ ଉଦାସୀନତାକୁ ଚାଲିଯାଆନ୍ତି। ତେବେ ଆସନ୍ତୁ ଜାଣିବା ୫ଟି ଟିପ୍ସ ଯାହା ଆପଣଙ୍କୁ ବ୍ରେକ୍‌ଅପ୍ ଯନ୍ତ୍ରଣାରୁ ମୁକ୍ତି ପାଇବାରେ ସାହାଯ୍ୟ କରିବ।

author-image
Pramod Behera
ଅଦ୍ୟତନ ହୋଇଛି
5 tips how to handle broken heart after breakup

5 tips how to handle broken heart after breakup

ଯେତେବେଳେ ଜଣେ ବ୍ୟକ୍ତି ପ୍ରକୃତ ହୃଦୟରେ ଜଣକୁ ଭଲପାଏ ଆଉ ତାଙ୍କ ସହ ସାରା ଜୀବନ ବିତାଇବାକୁ ଚାହେଁ, ଯଦି ଦିନେ ସେ ହଠାତ୍ ଆଉ କାହା ପ୍ରେମରେ ପଡି ବିଶ୍ୱାସଘାତକତା କରନ୍ତି, ତେବେ ପାଦ ତଳୁ ମାଟି ଖସିଗଲା ଭଳି ଲାଗିବା ସ୍ୱାଭାବିକ। ମନ ଭାଙ୍ଗିଯାଏ, କିଛି ଭଲ ଲାଗେନି କି କୋଉଥିରେ ମନ ଲାଗେନି। ଲାଗେ ଜୀବନରେ ବଡ ଭୁଲ ହୋଇଗଲା।

Advertisment

ବିଶେଷକରି, ଯେଉଁମାନେ ପ୍ରକୃତରେ କାହାକୁ ଭଲ ପାଆନ୍ତି ଆଉ ଧୋକା ଖାଇଲା ପରେ ସେମାନେ ଅନୁଭବ କରନ୍ତି ଯେପରି ସେମାନଙ୍କର ଦୁନିଆ ଶେଷ ହୋଇଯାଇଛି। ଧୀରେ ଧୀରେ ସେମାନେ ଚାପ, ଚିନ୍ତା ଏବଂ ଉଦାସୀନତାକୁ ଚାଲିଯାଆନ୍ତି। ପ୍ରେମରେ ବିଶ୍ୱାସଘାତକତାର ଯନ୍ତ୍ରଣା ସହ୍ୟ କରିବା ସହଜ ନୁହେଁ। କିନ୍ତୁ, ଆପଣ କେତେ ଦିନ ପର୍ଯ୍ୟନ୍ତ ସେହି ବ୍ୟକ୍ତି ପାଇଁ ନିଜକୁ ଦୁଃଖ ଯନ୍ତ୍ରଣା ଦେବେ, ଯିଏ ଆପଣଙ୍କ ପ୍ରକୃତ ପ୍ରେମକୁ ମୁହୂର୍ତ୍ତକ ପାଇଁ ବି ଚିନ୍ତା କଲେ ନାହିଁ।

ଏଠାରେ ମନେରଖିବା ଉଚିତ ଯେ ଜଣେ ବ୍ୟକ୍ତି ଜୀବରୁ ଚାଲିଗଲା ପରେ ବି ଏ ଦୁନିଆ ଶେଷ ହୋଇଯିବ ନାହିଁ। ପରିବାର, ବନ୍ଧୁ ଏବଂ ପରିଚିତମାନେ ମଧ୍ୟ ନିଜର, ଯେଉଁମାନେ ଖୁବ ଭଲ ପାଆନ୍ତି। ଏଭଳି ପରିସ୍ଥିତିରେ ଉଦାସୀନତାକୁ ଯିବା ବୋକାମି। ଏହି ସମୟରେ ଏପରି କିଛି କରନ୍ତୁ ଯାହା ଆପଣଙ୍କୁ ଖୁସି କରିପାରିବ। ତେବେ ଆସନ୍ତୁ ଜାଣିବା ଏପରି କିଛି ଟିପ୍ସ ଯାହା ଆପଣଙ୍କୁ ବ୍ରେକ୍‌ଅପ୍ ଯନ୍ତ୍ରଣାରୁ ମୁକ୍ତି ପାଇବାରେ ସାହାଯ୍ୟ କରିବ।

Advertisment

ବ୍ରେକ୍‌ଅପ୍ ଯନ୍ତ୍ରଣାରୁ ମୁକ୍ତି ପାଇବାର ୫ଟି ଟିପ୍ସ:

  • ନିଜ ଭାବନାକୁ ନିଜ ଭିତରେ ଚାପି ରଖନ୍ତୁ ନାହିଁ, ବରଂ ଏସବୁକୁ ବାହାରକୁ ଆସିବାକୁ ଦିଅନ୍ତୁ। ବ୍ରେକଅପ୍ ପରେ ଉଦାସ ନ ହୋଇ ଖୁସି ମନାନ୍ତୁ। ନିଜ ଭିତରେ ଚାପିହୋଇ ରହିଥିବା ଭଲ-ମନ୍ଦ କଥା, ସ୍ମୃତି, ଭାବନା, ଦୁଃଖ, ଯନ୍ତ୍ରଣାକୁ ପ୍ରକାଶ କରନ୍ତୁ। ଏସବୁ ଯେତେ ବାହରକୁ ଆସିବ ମନ ସେତେ ହାଲୁକା ଅନୁଭବ କରିବ। ଯନ୍ତ୍ରଣାକୁ ଯେତେ ଅନୁଭବ କରିବେ, ସେତେ ଶୀଘ୍ର ଆପଣ ଏଥିରୁ ମୁକ୍ତି ପାଇପାରିବେ।
  • ତେବେ ବ୍ରେକଅପ୍ ପରେ ସମସ୍ତଙ୍କୁ ଇମୋସନାଲ୍ ସପୋର୍ଟର ଆବଶ୍ୟକତା ଥାଏ। ଏହି କାରଣରୁ ବ୍ୟକ୍ତି ଉଦାସୀନତାକୁ ଯାଆନ୍ତି ନାହିଁ। ଯଦି ଆପଣ ଚାପ ଏବଂ ଉଦାସୀନତାର ଶିକାର ନ ହେବାକୁ ଚାହାଁନ୍ତି, ତେବେ ଇମୋସନାଲ୍ ସପୋର୍ଟ ପାଇଁ ପରିବାର ଲୋକ ଏବଂ ସାଙ୍ଗମାନଙ୍କୁ ଭେଟନ୍ତୁ। ସେମାନଙ୍କ ସହିତ ଯେତେ ଅଧିକ ସମୟ ବିତେଇବେ, ସେତେ ଶୀଘ୍ର ବ୍ରେକଅପ୍‌ର ଯନ୍ତ୍ରଣା ଭୁଲିପାରିବେ। ଗୋଟିଏ ରୁମ୍‌ରେ ଏକୁଟିଆ ବସିବା ପରିବର୍ତ୍ତେ ସାଙ୍ଗମାନଙ୍କ ସହିତ ବାହାରକୁ ଯାଆନ୍ତୁ, କମେଡି ଚଳଚ୍ଚିତ୍ର ଦେଖନ୍ତୁ, ପରିବାର ସହିତ ବସି ଖାଦ୍ୟ ଖାଆନ୍ତୁ।
  • ନିଜ ପ୍ରତି ଧ୍ୟାନ ଦିଅନ୍ତୁ। ନିଜର ଯତ୍ନ ଭଲଭାବେ ନେବା ଜରୁରୀ। ସୁସ୍ଥ ଜିନିଷ ଖାଆନ୍ତୁ ଏବଂ ପିଅନ୍ତୁ। ପ୍ରତିଦିନ ସକାଳେ ବ୍ୟାୟାମ କରନ୍ତୁ। ପ୍ରତି ରାତିରେ ୮ ଘଣ୍ଟା ପର୍ଯ୍ୟାପ୍ତ ନିଦ୍ରା ଯାଆନ୍ତୁ। ଯଦି ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ ତେବେ ଏହା ମାନସିକ ଏବଂ ଭାବନାତ୍ମକ ସୁସ୍ଥତା ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇବ।
  • ଦିନରାତି ଗୋଟିଏ ରୁମ୍‌ରେ ବସିଲେ ସେହି ଗୋଟିଏ ଦୁଃଖ ମନ ଭିତରେ ଖେଳିବ। ଏନେଇ ଆପଣଙ୍କୁ ବାହାରକୁ ଆସିବାକୁ ପଡିବ। ଏଥିପାଇଁ ନିଜର ହବିକୁ ନିଜର କରନ୍ତୁ। ଆପଣ ଯାହା କାମ କରିବାକୁ ପସନ୍ଦ କରନ୍ତି, ତାହା କରନ୍ତୁ। ସାମାଜିକ କାର୍ଯ୍ୟକଳାପରେ ଜଡିତ ହୁଅନ୍ତୁ, ଏହା ଆପଣଙ୍କୁ ଶୀଘ୍ର ବ୍ରେକଅପ୍ ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରିବ। ସେହି ବ୍ୟକ୍ତିଙ୍କୁ ପୁନର୍ବାର ସାକ୍ଷାତ କରନ୍ତୁ ନାହିଁ କି ତାଙ୍କ ସହିତ କୌଣସି ସମ୍ପର୍କ ରଖନ୍ତୁ ନାହିଁ।
  • ଯଦି ଆପଣ ଏସବୁ ଟିପ୍ସ ଗ୍ରହଣ କରିବା ପରେ ମଧ୍ୟ ବ୍ରେକ୍‌ଅପ୍ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ସକ୍ଷମ ନୁହଁନ୍ତି, ଏପରି ପରିସ୍ଥିତିରେ, ଆପଣ ଜଣେ ଥେରାପିଷ୍ଟ କିମ୍ବା ରିଲେସନ୍‌ସିପ୍ କାଉନ୍‌ସିଲରଙ୍କ ସହିତ ସାକ୍ଷାତ କରନ୍ତୁ। ଏମାନେ ଆପଣଙ୍କ ବ୍ରେକଅପ୍‌ର ଦୁଃଖ ଏବଂ ଉଦାସୀନତାକୁ ଦୂର କରିବାରେ ସାହାଯ୍ୟ କରିବେ।
Live-in Relationship Love And Separate Love And Cheat Relationship Tips
Advertisment
Advertisment