Advertisment

Parenting Tips: ଆପଣଙ୍କ ପିଲା ପଡିଗଲାଣି କି ଫୋନ୍ ନିଶାରେ; ଜାଣନ୍ତୁ କିପରି ଛଡେଇବେ

ଆଜିକାଲି ପିଲାମାନେ ଘଣ୍ଟା ଘଣ୍ଟା ଧରି ଫୋନକୁ ଦେଖୁଛନ୍ତି, ଫୋନ ଦେଖି ଦେଖି ଖାଉଛନ୍ତି, ଫୋନରେ ଗେମ୍ ଖେଳୁଛନ୍ତି ଏବଂ ଫୋନ ଦେଖି ଦେଖି ହିଁ ଶୋଉଛନ୍ତି। ଆପଣ ପିଲା ଯଦି ଏହି ଅଭ୍ୟାସରେ ପଡିଗଲାଣି ତେବେ ଭବିଷ୍ୟତ ଅନ୍ଧାର ଆଡକୁ ଯାଉଛି ବୋଲି ଧରି ନିଅନ୍ତୁ। ଏହି ଅଭ୍ୟାସ କିପରି ଛଡେଇବେ ଜାଣନ୍ତୁ।

author-image
Pramod Behera
How to encourage children to like literature and avoid mobile

How to encourage children to like literature and avoid mobile

ସ୍ମାର୍ଟଫୋନ୍ ଆଜିକାଲି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଆବଶ୍ୟକୀୟ ଉପକରଣ ପାଲଟିଯାଇଛି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହା କେବଳ ପିଲାମାନଙ୍କ ଖେଳିବା ଠାରୁ ଆରମ୍ଭ କରି ଅଧ୍ୟୟନ ପର୍ଯ୍ୟନ୍ତ ସୀମିତ ନାହିଁ ବରଂ ଏହା ମଧ୍ୟ ସେମାନଙ୍କ ନିଶା ପାଲଟିଗଲାଣି। ପିଲାମାନେ ଘଣ୍ଟା ଘଣ୍ଟା ଧରି ଫୋନକୁ ଦେଖୁଛନ୍ତି, ଫୋନ ଦେଖି ଦେଖି ଖାଉଛନ୍ତି, ଫୋନରେ ଗେମ୍ ଖେଳନ୍ତି ଏବଂ ଫୋନ ଦେଖି ଦେଖି ହିଁ ଶୋଉଛନ୍ତି।

Advertisment

କିନ୍ତୁ ସବୁଠାରୁ କୌତୁହଳର ବିଷୟ ହେଉଛି ୬ ମାସରୁ ୧୦ ବର୍ଷ ମଧ୍ୟରେ ଅଧିକାଂଶ ପିଲାଙ୍କର ବ୍ୟକ୍ତିଗତ ସ୍ମାର୍ଟଫୋନ୍ ନାହିଁ କିନ୍ତୁ ସେମାନଙ୍କ ବାପାମାଆ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବାରୁ ସେମାନେ ଏହି ନିଶାରେ ପଡିଯାଉଛନ୍ତି। ଫୋନ୍ ଏବଂ ଗେମ୍ କାରଣରୁ ଆଜିକା ପିଲାମାନେ ସାହିତ୍ୟ ଏବଂ ପୁସ୍ତକରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଉଛନ୍ତି। ଭାରତୀୟ ସାହିତ୍ୟ ହେଉ କି ଓଡିଆ ସାହିତ୍ୟ ହେଉ ଏ ସବୁ ବିଷୟରେ ସେମାନଙ୍କର କୌଣସି ଜ୍ଞାନ ନାହିଁ।

ଯଦି ଆପଣଙ୍କର ପିଲାମାନେ ମଧ୍ୟ ଏହିପରି ଅଭ୍ୟାସରେ ଅଭ୍ୟସ୍ତ ଆଉ ସେମାନେ ଦିନରାତି ଫୋନକୁ ଦେଖୁଛନ୍ତି, ଗେମ୍ ଖେଳୁଛନ୍ତି, ସ୍କୁଲ୍ ବହି ପୁସ୍ତକ ବ୍ୟତୀତ ସାହିତ୍ୟା କିମ୍ବା ଅନ୍ୟ କୌଣସି ପୁସ୍ତକ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି, ତା’ହେଲେ ସେମାନଙ୍କର ଏହି ଅଭ୍ୟାସ ତାଙ୍କ ପାଇଁ ଅତ୍ୟନ୍ତ ଖରାପ ପ୍ରମାଣିତ ହେବାକୁ ଯାଉଛି। ସେମାନଙ୍କ ଏହି ପରିଣାମ ପାଇଁ ସେମାନେ ନିଜେ ଦାୟୀ ନୁହଁନ୍ତି, ଏଥିପାଇଁ ବାପାମାଆ ହିଁ ଦାୟି ହୋଇଥାନ୍ତି।

Advertisment

କେବଳ ଅନ୍‌ଲାଇନ୍ କିମ୍ବା ଅଫ୍‌ଲାଇନ୍ ଖେଳ ନୁହେଁ, ଫୋନ୍ ଏବଂ ଫୋନରେ ଆସୁଥିବା ଅନେକ ଜିନିଷ ଯେଉଁଥିରେ ପିଲାମାନେ ଆଜିକାଲି ଜଡିତ ହୋଇ ସାହିତ୍ୟ ଏବଂ ପୁସ୍ତକଠାରୁ ଦୂରେଇ ଯାଇଛନ୍ତି। ଏଭଳି ପରିସ୍ଥିତିରେ ବାପାମାଆମାନେ ଯଦି କିଛି ଜିନିଷକୁ ନିୟନ୍ତ୍ରଣ କରନ୍ତି ଏବଂ ଧ୍ୟାନ ଦିଅନ୍ତି, ତେବେ ପିଲାମାନେ ପୁନର୍ବାର ପୁସ୍ତକ ଆଡକୁ ଯାଇପାରିବେ।

ତେବେ ଆସନ୍ତୁ ସେସବୁ ଉପରେ ଧ୍ୟାନ ଦେବା।

କିପରି ଛଡେଇବେ ଫୋନ୍:

ବିଶେଷଜ୍ଞଙ୍କ ମତରେ ପିଲାମାନଙ୍କ ଫୋନ୍ ନିଶା ଛଡେଇବାକୁ ହେଲେ ପ୍ରଥମେ ବାପାମାଆଙ୍କୁ ନିଜ ଫୋନ୍ ଠାରୁ ଦୂରେଇ ରହିବାକୁ ହେବ। କେବଳ ଯେ ପିଲାମାନଙ୍କୁ ଯାହା ଶିଖାଯାଏ ସେମାନେ ତାହା ଶିଖନ୍ତି ତାହା ନୁହେଁ, ପିଲାମାନେ ଯାହା ଦେଖନ୍ତି ତାହା ମଧ୍ୟ ଶିଖନ୍ତି। ଯଦି ସେମାନେ ଆପଣଙ୍କୁ ଫୋନ୍ ବ୍ୟବହାର କରୁଥିବା ଦେଖନ୍ତି, ସେମାନେ ନିଜେ ଏହାକୁ ବ୍ୟବହାର କରିବା ଆରମ୍ଭ କରିବେ। ପରେ ଏହି ଅଭ୍ୟାସ ବଢିବାକୁ ବେଶି ସମୟ ଲାଗିବ ନାହିଁ।

ତେବେ ଏଥିପାଇଁ ୬ଟି ଜିନିଷ ଉପରେ ବିଶେଷ ଧ୍ୟାନ ରଖିବା ଜରୁରୀ।

  • ଖାଇବା ସମୟରେ ଆପଣ ନିଜେ କେବେବି ଫୋନ୍ ବ୍ୟବହାର କରନ୍ତୁ ନାହିଁ କିମ୍ବା ଏହାକୁ ପିଲାମାନଙ୍କୁ ଦେଖାନ୍ତୁ ନାହିଁ। ସେମାନଙ୍କୁ ଫୋନ୍‌ ଠାରୁ ଦୂରେଇ ରଖନ୍ତୁ।
  • ଶୋଇବା ପୂର୍ବରୁ ନିଜେ କେବେ ବି ଫୋନ୍ ବ୍ୟବହାର କରନ୍ତୁ ନାହିଁ।
  • ଆପଣ ଯଦି ବିଛଣାରେ ଶୋଇ ଫୋନ୍ ବ୍ୟବହାର କରନ୍ତି ତେବେ ପିଲାମାନେ ମଧ୍ୟ ଫୋନ୍ ପ୍ରତି ଆକର୍ଷିତ ହେବେ।
  • ଅନ୍‌ଲାଇନ୍ ଗେମ୍‌ର କ୍ଷତି ବିଷୟରେ ପିଲାମାନଙ୍କୁ ବୁଝାନ୍ତୁ।
  • ଯେତେବେଳେ ବି ପିଲାମାନେ ଫୋନ୍ ପ୍ରତି ଆଗ୍ରହ ଦେଖାଉଛନ୍ତି ସେତେବେଳେ ସେମାନଙ୍କୁ ଅନ୍ୟ ମନୋରଂଜନ ପ୍ରତି ଆଗ୍ରହ ସୃଷ୍ଟି କରନ୍ତୁ, ଯେପରିକି ପାର୍କ ବୁଲେଇ ନେବା କିମ୍ବା ସାଇକେଲ ଚଳାଇବା।
  • ପିଲା ଯଦି ବଡ ହୋଇଯାଇଛି ଏବଂ ମୋବାଇଲ୍ ବ୍ୟବହାର କରୁଛି ତେବେ ହାଟ୍ସଆପ୍ ଭଳି ପ୍ଲାଟ୍‌ଫର୍ମରେ ଜ୍ଞାନବର୍ଦ୍ଧକ ସୂଚନା ପଠାନ୍ତୁ ଏବଂ ପରେ ସେ ବିଷୟରେ ପଚାରନ୍ତୁ।

ପିଲାମାନଙ୍କୁ ସାହିତ୍ୟ ଆଡ଼କୁ ନେବା ପାଇଁ ୫ଟି ଟିପ୍ସ:

  • ବିଶେଷଜ୍ଞଙ୍କ ମତରେ ପିଲାମାନଙ୍କୁ ସାହିତ୍ୟ ଆଡକୁ ମୁହାଁଇବା ପୂର୍ବରୁ ନିଜେ ବାପାମାଆଙ୍କୁ ସାହିତ୍ୟ ଆଡକୁ ଯିବାକୁ ପଡିବ। କେବଳ ପିଲାମାନଙ୍କୁ କହିବା ଦ୍ୱାରା ଏହା ହେବ ନାହିଁ। ବାପାମାଆମାନେ ନିୟମିତ ଭାବରେ ଘରେ ସାହିତ୍ୟ ପୁସ୍ତକ ପଢିବା ଉଚିତ।
  • ଘରକୁ ଖବରକାଗଜ ଏବଂ ସାହିତ୍ୟ ପତ୍ରିକା ନିଶ୍ଚିତ ମଗାନ୍ତୁ। ପିଲାମାନଙ୍କ ପାଇଁ କିଛି ଶିଶୁପତ୍ରିକା ମଗାନ୍ତୁ। ସେମାନଙ୍କୁ ଶିଶୁ କବିବା ଓ ଗପ ବିଷୟରେ କୁହନ୍ତୁ। ପିଲାମାନ ଯଦି ଶିଶୁପତ୍ରିକା ନ ପଢୁଛନ୍ତି ତେବେ ସେମାନେ ପସନ କରୁଥିବା ବିଷୟକୁ ନେଇ ନିଜ ପରମ୍ପରା ସହ ଜଡିତ ଗପ ବା କାହାଣୀ ସେମାନଙ୍କ ପାଖରେ ବସି ବା ଶୋଇ ଶୁଣାନ୍ତୁ। ଏହା ପାରେ ସେମାନଙ୍କ ଠାରୁ ଶୁଣନ୍ତୁ।
  • ଘରେ ଏକ ଛୋଟ ଲାଇବ୍ରେରୀ ତିଆରି କରନ୍ତୁ ଏବଂ ସେଠାରେ ସାହିତ୍ୟ ପୁସ୍ତକ, ପିଲାମାନଙ୍କର କାହାଣୀ ପୁସ୍ତକ, ଉପନ୍ୟାସ ଇତ୍ୟାଦି ରଖନ୍ତୁ ଏବଂ ପିଲାମାନଙ୍କୁ ଲାଇବ୍ରେରୀ ରକ୍ଷଣାବେକ୍ଷଣ ପାଇଁ କୁହନ୍ତୁ, ଯାହାଫଳରେ ସେମାନେ ବହି ସହିତ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ। ଏହା ସେମାନଙ୍କୁ ପଢିବାରେ ଆଗ୍ରହ ସୃଷ୍ଟି କରିବ।
  • ଯଦି ଆପଣ ପିଲାମାନଙ୍କୁ ସ୍ମାର୍ଟଫୋନ୍ ଦେଇପାରିବେ, ତେବେ କିଣ୍ଡଲ୍ ଇ-ରିଡର୍ କିଣନ୍ତୁ। ସେମାନଙ୍କୁ କିଣ୍ଡଲ୍‌ ଉପହାର ଦେଇ ଆପଣ ସେମାନଙ୍କୁ ସାହିତ୍ୟ ଆଡକୁ ନେଇ ପାରିବେ। ଏହାକୁ ପଢିବାକୁ ପିଲାମାନଙ୍କ ପାଖରେ ଉତ୍ସାହ ସୃଷ୍ଟି କରନ୍ତୁ। ସେମାନେ ଏହାକୁ ଯେକୌଣସି ସ୍ଥାନକୁ ନେଇପାରିବେ ଏବଂ ସେମାନେ ଅନୁଭବ କରିବେ ଯେ ଏହା ସ୍ମାର୍ଟଫୋନ୍ ପରି, ଏହା ମଧ୍ୟ ପିଲାମାନଙ୍କ ପ୍ରତି ଆଗ୍ରହ ସୃଷ୍ଟି କରେ।
  • ଯଦି ପିଲା ବଡ ହୋଇଯାଇଛି ଏବଂ ଫୋନ୍ ବ୍ୟବହାର କରୁଛି, ତେବେ ଆପଣ ସେମାନଙ୍କୁ ସାହିତ୍ୟ ସହ ଜଡିତ ଲିଙ୍କ୍ ମଧ୍ୟ ପଠାଇ ପାରିବେ। ସେମାନଙ୍କୁ କୌଣସି ବିଷୟ ଦେଇ କବିତା କିମ୍ବା ଗପ ଲେଖିବାକୁ ଉତ୍ସାହିତ କରିପାରିବେ।
Parental Control Parents Guide
Advertisment
Advertisment