ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳ ବିଭାଗ ଆପ୍ରେଣ୍ଟିସ୍ ପଦ ପାଇଁ ଦମଦାର ନିଯୁକ୍ତି ବାହାର କରିଛି। ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ପ୍ରାର୍ଥୀମାନେ ଏହି ସୁଯୋଗର ଲାଭ ଉଠାଇପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ସମୁଦାୟ ୭୭୨ଟି ପଦବୀ ପୂରଣ ହେବ।
ITBP ହେଡ୍ କନଷ୍ଟେବଳ (ମିଡୱାଇଫ୍) - ଗ୍ରୁପ୍ 'ସି' (ଅଣ ଗେଜେଟେଡ୍ ଏବଂ ଅଣମନ୍ତ୍ରୀ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଦଶମ ପାଶ ସହିତ ନର୍ସିଂ କରିଥିଲେ ଆବେଦନ କରିପାରିବେ। ଚୟନ ହେଲେ ମାସକୁ ୮୧ ହଜାର ଟଙ୍କା ଦରମା ମିଳିବ।
ଦ୍ୱାଦଶ ପାଶ୍ କରି ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ ସରକାରର କ୍ୟାବିନେଟ୍ ସଚିବାଳୟରେ ଚାକିରି ଅଛି। ତୁରନ୍ତ ଆବେଦନ କରନ୍ତୁ। ଚୟନ ହେଲେ ମାସକୁ ୯୨ ହଜାର ଟଙ୍କା ଦରମା ମିଳିବ।
ଖାଲି ପଡ଼ିଥିବା ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀରେ ନିଯୁକ୍ତ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବିଜ୍ଞପ୍ତି ଜାରି କରିଛି। ଇଚ୍ଛୁକ ତଥା ଆଶାୟୀ ପ୍ରାର୍ଥୀ SBIର ଅଫିସିଆଲ୍ ୱେବ୍ସାଇଟ୍- sbi.co.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।
IBରେ ଚାକିରି ପାଇବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ଏଥିପାଇଁ ଜୁନିଅର ଇଣ୍ଟେଲିଜେନ୍ସ ଅଫିସର ପଦ ପାଇଁ ଇଣ୍ଟେଲିଜେନ୍ସ ବ୍ୟୁରୋ ବିଜ୍ଞପ୍ତି ଜାରି କରିଛି। ଚୟନ ହେଲେ ମାସକୁ ଦରମା ୮୧ ହଜାର ଟଙ୍କା ମିଳିବ।
ଭାରତୀୟ ରେଳବାଇ କୋଚ୍ ଫ୍ୟାକ୍ଟ୍ରି (ICF) ଅଧୀନରେ ଆପ୍ରେଣ୍ଟିସ୍ ପଦବୀ ପାଇଁ ଅନ୍ଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି। ଏନେଇ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୭୮୨ ପଦବୀ ପୂରଣ ହେବ।
ଭାରତୀୟ ବାୟୁସେନାରେ ଯୋଗ ଦେଇ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏୟାରଫୋର୍ସ କମନ୍ ଆଡମିଶନ ଟେଷ୍ଟ୍(AFCAT) ୨୦୨୩ ପାଇଁ ବିଜ୍ଞପ୍ତି ଜାରି ହୋଇଛି। AFCAT II ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।
ଆପଣ ଯଦି ଗ୍ରାଜୁଏସନ୍ କରିଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣ ମଧ୍ୟ IDBI ବ୍ୟାଙ୍କ୍ରେ ଚାକିରି ପାଇ ପାରନ୍ତି। ମାସକୁ ଦରମା ୧ ଲକ୍ଷ ୫୫ ହଜାର ମିଳିବ।
RBI ଲିଗାଲ୍ ଅଫିସର୍, ମ୍ୟାନେଜର୍(ଟେକ୍ନିକାଲ୍ ସିଭିଲ୍), ଆସିଷ୍ଟାଣ୍ଟ ମ୍ୟାନେଜର୍(ରାଜଭାଷା) ଏବଂ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଯୋଗ୍ୟ ପ୍ରାର୍ଥୀମାନେ UPSCର ଅଫିସିଆଲ୍ ୱେବସାଇଟ୍ upsc.gov.inକୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ମେଟା ପୁଣିଥରେ ଛଟେଇ ଘୋଷଣା କରିଛି। ତୃତୀୟ ରାଉଣ୍ଡ ଛଟେଇରେ କମ୍ପାନୀ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି।
ଆପଣ ଯଦି ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି ଓ ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି, ତା’ହେଲେ ଏକ ସୁବର୍ଣ୍ଣ ସୁଯୋଗ। ଖୁବ୍ଶୀଘ୍ର ଓଡ଼ିଶାରେ ୧୧ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିବାକୁ ଯାଉଛି।
ଆଇଏଏସ କୋଚିଂ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ହେଲେ ଫଳ ଶୂନ। ତଥ୍ୟ କହୁଛି ୨୦୧୬ରୁ ୨୦୧୮ ଯାଏଁ ରାଜ୍ୟରେ ୫୦ରୁ ଅଧିକ ଡିଗ୍ରୀ କଲେଜ ଏବଂ ୮ଟି ବିଶ୍ୱବିଦ୍ୟାଳୟରେ ମାଗଣା କୋଚିଂ ସେଣ୍ଟର ଖୋଲିଥିଲେ ସରକାର। ଏଥିପାଇଁ ଖର୍ଚ୍ଚ ହୋଇଥିଲା ୧ କୋଟି ୮୨ ଲକ୍ଷ।
ସିଭିଲ ସର୍ଭିସ୍ ପରୀକ୍ଷା ୨୦୨୨ରେ ଈଶିତା କିଶୋର ଶୀର୍ଷରେ ରହିବା ପରେ ତାଙ୍କର ଚର୍ଚ୍ଚା ଏବେ ଚାରିଆଡେ। ସେ ଦୁଇ ଥର ବିଫଳ ହେବା ପରେ କିପରି ନିଜକୁ ପ୍ରସ୍ତୁତ କରିଥିଲେ ସେ କଥା କହିଛନ୍ତି। ଏହା ସହିତ ଆଗାମି ପିଢିମାନଙ୍କୁ କିଛି ଟିପ୍ସ ମଧ୍ୟ ଦେଇଛନ୍ତି।
ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ଜଣଙ୍କ ନାଁ ସାମ୍ନାକୁ ଆସିଥିବାବେଳେ ତା’ମଧ୍ୟରୁ ଛାତ୍ରୀଙ୍କ ସଂଖ୍ୟା ସର୍ବାଧିକ।
୩୮ ନମ୍ବର ରାଙ୍କ ରଖି ସାରା ଜଗତସିଂହପୁର ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ଅନୁପ ଦାସ। ଅବଶ୍ୟ UPSC ପରୀକ୍ଷା ତାଙ୍କ ପାଇଁ ନୂଆ ନୁହେଁ। କିନ୍ତୁ ଭଲ ରାଙ୍କ ଆସିନଥିବାରୁ ଏଥର ପୁଣି ଥରେ UPSC ପରୀକ୍ଷା ଦେଇ ୩୮ ନମ୍ବର ରାଙ୍କ ଆଣିଛନ୍ତି।
ପ୍ରଥମ ଆଟେମ୍ପ୍ଟରେ ମୁଁ ପ୍ରିଲିମ୍ରେ ସଫଳତା ପାଇପାରିନଥିଲି। ଓଏଏସ୍ ପରୀକ୍ଷାରେ ମୋର ସଫଳତା ମୋତେ ନୂଆ ଆଶା ଦେଇଥିଲା।
ଆମେ ସାଧାରଣ ପରିବାର ହୋଇବି ଝିଅର ଏତେ ବଡ଼ ସଫଳତା ମୋତେ ଖୁସି ଦେଇଛି। ମୁଁ ନିଜେ ସିନା ଉଚ୍ଚଶିକ୍ଷିତ ହୋଇପାରିଲିନି, କିନ୍ତୁ ମୋର ୩ ପିଲା ମଣିଷ ହୋଇପାରିଛନ୍ତି।
ଦେଶର ସବୁଠାରୁ କଠିନ ପରୀକ୍ଷା UPSCରେ ବାଜି ମାରିନେଇଛନ୍ତି ଝିଅ। ଟପ୍ପର ହୋଇଛନ୍ତି ଈଶିତା କିଶୋର। କିଏ ଏହି ଈଶିତା, କୋଉଠି ସେ ପାଠ ପଢୁଥିଲେ, କିପରି ଥିଲା ତାଙ୍କ ସ୍କୁଲ ଶିକ୍ଷା ଆସନ୍ତୁ ଜାଣିବା।
ଭାରତୀୟ ଡାକ ବିଭାଗ ଜବରଦସ୍ତ ନିଯୁକ୍ତି ବାହାରିଛି। ଡାକ ବିଭାଗ ଗ୍ରାମିଣ ଡାକ ସେବକ ପାଇଁ ୧୨ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଭାରତୀୟ ସେନା ଅଗ୍ନିବୀରର ଫଳାଫଳ ପ୍ରକାଶ କରିଛି। ପରୀକ୍ଷାରେ ସାମିଲ ହୋଇଥିବା ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଫଳାଫଳ ଯାଞ୍ଚ କରିପାରିବେ।
କୋର୍ଟ କହିଥିଲେ, ଓଡ଼ିଶା ସେକ୍ରେଟାରିଏଟ୍ ସର୍ଭିସ୍ ରିକ୍ରୁଟମେଣ୍ଟ ରୁଲ୍ସରେ ପ୍ରତି ବିଷୟରେ କ୍ବାଲିଫାଇଂ ମାର୍କର ବ୍ୟବସ୍ଥା ନଥିବାରୁ ଏହି ଆଧାରରେ ପ୍ରସ୍ତୁତ ମେରିଟ୍ ଲିଷ୍ଟ ବୈଧ ନୁହେଁ। ତେଣୁ ଏଗ୍ରିଗେଟ୍ ମାର୍କ ଆଧାରରେ ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ ଲାଗି OPSCକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।
କୋର୍ଟ କହିଥିଲେ, ଓଡ଼ିଶା ସେକ୍ରେଟାରିଏଟ୍ ସର୍ଭିସ୍ ରିକ୍ରୁଟମେଣ୍ଟ ରୁଲ୍ସରେ ପ୍ରତି ବିଷୟରେ କ୍ବାଲିଫାଇଂ ମାର୍କର ବ୍ୟବସ୍ଥା ନଥିବାରୁ ଏହି ଆଧାରରେ ପ୍ରସ୍ତୁତ ମେରିଟ୍ ଲିଷ୍ଟ ବୈଧ ନୁହେଁ। ତେଣୁ ଏଗ୍ରିଗେଟ୍ ମାର୍କ ଆଧାରରେ ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ ଲାଗି OPSCକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।
OPSC ପକ୍ଷରୁ ପ୍ରକାଶିତ ASO ମେରିଟ୍ ଲିଷ୍ଟ ଖାରଜ। ASO ନିଯୁକ୍ତି ଅନିୟମିତତା ନେଇ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାର ମୋଟ୍ ମାର୍କ ଆଧାରରେ ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସସିକୁ କୁହାଯାଇଛି।
ରାଜ୍ୟର ୭୯୬ଟି ଆସିଷ୍ଟାଣ୍ଡ ସେକ୍ସନ୍ ଅଫିସର ବା ଏଏସ୍ଓ ପଦ ପାଇଁ ଜାରି ବିଜ୍ଞପ୍ତି ଆଧାରରେ ୧ ଲକ୍ଷ ୪୮ ହଜାର ୮୮୮ ଜଣ ଆବେଦନ କରିଥିଲେ।୨୦୨୨ ଅଗଷ୍ଟ ୨୭ ତାରିଖରେ ଏଥିପାଇଁ ଲିଖିତ ପରୀକ୍ଷା ହୋଇଥିଲା।