• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

IBPS ପକ୍ଷରୁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ୧ ଜୁଲାଇ ୨୦୨୩ରୁ IBPSର ଏହି ନୁଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବ୍‌ସାଇଟ୍‌ ibps.in ଜରିଆରେ ଆବେଦନ କରିପାରିବେ । CRP କ୍ଲର୍କ-XIII ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁଲାଇ ୨୧ ଆବେଦନ କରିବାର ଶେଷ ତାରିଖ । ୪୦୪୫ ପଦବୀ ପୁରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାର ପ୍ରିଲିମ୍ ପରୀକ୍ଷା ଆସନ୍ତା ଅଗଷ୍ଟ ଏବଂ ସେପ୍ଟେମ୍ବର ମଧ୍ୟରେ ହେବ । ଏହାସହ ମେନ୍ ପରୀକ୍ଷା ଅକ୍ଟୋବରରେ ହେବ ବୋଲି ସ୍ଥିର କରାଯାଇଛି ।

ଏହି ପଦବୀ ପାଇଁ ଆବେଦନ କରିବାର ବୟସ ୨୦ରୁ ୨୮ ରଖାଯାଇଛି । ଇଚ୍ଛୁକ ପ୍ରାର୍ଥୀ ନିଜର ସମସ୍ତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ସହ ଆବେଦନ କରିପାରିବେ । ପ୍ରାର୍ଥୀ ଅନ୍ୟୁନ ଗ୍ରାଜୁଏସନ୍‌ ପାସ୍ କରିଥିବା ଉଚିତ୍ ।

କେମିତି କରିବେ ଆବେନ

୧.ପ୍ରଥମେ ଗୁଗୁଲ୍‌ରେ ibps.in. ଲେଖି ଏହାର ଅଫିସିଆଲ୍ ୱେବ୍‌ସାଇଟ୍‌କୁ ଯାଆନ୍ତୁ ।

୨.ପରେ ହୋମ୍‌ ପେଜ୍‌ରେ ଥିବା IBPS Clerk Recruitment 2023 ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ ।

୩.ତାପରେ ନିଜର ପରିଚୟ ଦେଇ ସମସ୍ତ ଆବଶ୍ୟକ ତଥ୍ୟ ଦେଇ ରେଜିଷ୍ଟ୍ରେସନ୍‌ କରନ୍ତୁ ।

 

୪.ରେଜିଷ୍ଟ୍ରେସନ୍‌ ସରିବା ପରେ ଲଗ୍ ଇନ୍‌ କରନ୍ତୁ । ତାପରେ ଆପ୍ଲିକେସନ ଫର୍ମ ଫିଲ୍‌ଅପ୍‌ କରନ୍ତୁ ।

୫.ଏହାପରେ ଜରୁରୀ ଡକ୍ୟୁମେଣ୍ଟ ସବୁ ଉପଯୁକ୍ତ ସ୍ଥାନରେ ଅପ୍‌ଲୋଡ୍‌ କରନ୍ତୁ ଏବେ ପେମେଣ୍ଟ କରନ୍ତୁ ।

 

୬.ଏସବୁ କାମ ସରିବା ପରେ ତଳେ ଥିବା ସବ୍‌ମିଟ୍‌ ଅପ୍‌ସନ୍‌ ଉପରେ କ୍ଲିକ୍ କରନ୍ତୁ ।

୭.ତାପରେ ପେଜ୍‌ ଡାଉନ୍‌ଲୋଡ୍‌ କରି ରଖନ୍ତୁ । ଆଉ ତାପରେ ପ୍ରିଣ୍ଟ ବାହାର କରି ପାଖରେ ରଖନ୍ତୁ । ଭବିଷ୍ୟତରେ ଆବଶ୍ୟକ ପଡ଼ିପାରେ ।

 

 

ଜେନେରାଲ କାଟାଗୋରୀ ପାଇଁ ଫି’ ୮୫୦ ରହିଥିବା ବେଳେ ଏସ୍‌ସି/ଏସ୍‌ଟି/ ଫିଜିକାଲ ହାଣ୍ଡିକ୍ରାପ୍ଟ/ ଏକ୍ସ ସରଭିସ୍‌ମ୍ୟାନ୍‌ କୋଟା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ୧୭୫ ଟଙ୍କା ।