Advertisment

ସୁବର୍ଣ୍ଣ ସୁଯୋଗ; ଭୁବନେଶ୍ୱର AIIMS ବାହାର କଲା ୭୭୫ ପଦବୀ

AIIMS, ଭୁବନେଶ୍ୱର ପାଇଁ ଜବରଦସ୍ତ ନିଯୁକ୍ତି ବାହାରିଛି। AIIMS ଭୁବନେଶ୍ୱର ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଆମନ୍ତ୍ରଣ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୭୭୫ ପଦବୀ ପୂରଣ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
AIIMS Bhubaneswar Recruitment 2023

AIIMS Bhubaneswar Recruitment 2023

ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS), ଭୁବନେଶ୍ୱର ପାଇଁ ଜବରଦସ୍ତ ନିଯୁକ୍ତି ବାହାରିଛି। AIIMS ଭୁବନେଶ୍ୱର ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଆମନ୍ତ୍ରଣ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୭୭୫ ପଦବୀ ପୂରଣ ହେବ। ଆବେଦନ କେବଳ ଅନ୍‌ଲାଇନ୍ ମାଧ୍ୟମରେ କରିବାକୁ ପଡିବ।

Advertisment

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ AIIMS ଭୁବନେଶ୍ୱରର ଅଫିସିଆଲ୍ ୱେବସାଇଟ୍ ttps://aiimsshubaneswar.nic.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ AIIMS Bhubaneswar Recruitment 2023PDFରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୧ ଜୁଲାଇ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୦ ଜୁଲାଇ ୨୦୨୩
Advertisment

ଅଧିକ ପଢ଼ନ୍ତୁ: OPSC Recruitment 2023: OPSC ବାହାର କଲା ନିଯୁକ୍ତି; ବିନା ଶୁଳ୍କରେ ଚାକିରି; ଦରମା ୫୬ ହଜାର

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ –୪୫ ବର୍ଷ

ଶିକ୍ଷାଗତ ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପରୀକ୍ଷାରେ ପାଶ
  • ଏହା ସହିତ ଇଞ୍ଜିନିୟରିଂ, ମାଷ୍ଟର ଏବଂ ଡିପ୍ଲୋମା କରିଥିବା ଆବଶ୍ୟକ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ ଏବଂ OBC ପ୍ରାର୍ଥୀ: ୩୦୦୦ ଟଙ୍କା
  • SC, ST ଏବଂ EWS ବର୍ଗ: ୨୪୦୦ ଟଙ୍କା
  • PWD ପ୍ରାର୍ଥୀ: ଦେୟ ମୁକ୍ତ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା (CBT)
  • ସ୍କିଲ୍ ଟେଷ୍ଟ୍/ କମ୍ପ୍ୟୁଟର୍ ପ୍ରୋଫିସିଏନ୍ସୀ ଟେଷ୍ଟ୍(CPT)
  • ଡକ୍ୟୁମେଣ୍ଟ୍ ଭେରିଫିକେଶନ୍
  • ମେଡିକାଲ୍ ଟେଷ୍ଟ୍

କିପରି କରିବେ ଆବେଦନ:

  • ttps://aiimsshubaneswar.nic.in କୁ ଯାଆନ୍ତୁ
  • ଆବେଦନ ପତ୍ର ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଦେୟ ପୈଠ କରନ୍ତୁ
  • Submit କରିବା ପରେ ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ପତ୍ରର ଏକ ପ୍ରିଣ୍ଟ୍ ବାହାର କରନ୍ତୁ
AIIMS Govt Jobs AIIMS-Bhubaneswar AIIMS Recruitment
Advertisment
Advertisment