/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686918048.jpg)
SBI Recruitment 2023 notification for RBO post
ସରକାରୀ ବ୍ୟାଙ୍କ୍ରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SBI) ଅବସରପ୍ରାପ୍ତ ବ୍ୟାଙ୍କ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ତାହା ମଧ୍ୟ ବିନା ପରୀକ୍ଷାରେ।
Advertisment
SBIର ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୯୪ ଟି ପଦବୀ ଖାଲି ରହିଛି, ଯେଉଁଥିରେ ୧୮୨ଟି ପରାମର୍ଶଦାତା ଏବଂ ୧୨ଟି ନିର୍ଦ୍ଦେଶକ ପଦବୀ ରହିଛି। ଇଛୁକ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଇ ଆବେଦନ କରିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୫ ଜୁନ୍ ୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ – ୦୬ ଜୁଲାଇ ୨୦୨୩
ଯୋଗ୍ୟତା:
- ଆର୍ଥିକ ପ୍ରତିଷ୍ଠାନ ସହ ଜଡିତ ପ୍ରସଙ୍ଗରେ କିପରି ପରାମର୍ଶ ଦିଆଯିବ ପ୍ରାର୍ଥୀ ସେ ବିଷୟରେ ଜାଣିଥିବା ଉଚିତ
- ଆଞ୍ଚଳିକ ଭାଷା ବିଷୟରେ ମଧ୍ୟ ଜ୍ଞାନ ରହିବା ଜରୁରି
Advertisment
ବୟସ ସୀମା:
- ସର୍ବନିମ୍ନ ବୟସ – ୬୦ ବର୍ଷ
- ସର୍ବାଧିକ ବୟସ – ୬୩ ବର୍ଷ
ଚୟନ ପ୍ରକ୍ରିୟା:
- ପ୍ରାପ୍ତ ଆବେଦନ ଆଧାରରେ ସର୍ଟଲିଷ୍ଟ କରାଯିବ
- ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ପାଇଁ ଡକାଯିବ
- ସାକ୍ଷାତକାର ୧୦୦ ମାର୍କକୁ ନେଇ ହେବ
- ଏଥିରେ ପ୍ରାପ୍ତ ମାର୍କ ଆଧାରରେ ଅନ୍ତିମ ମେରିଟ୍ ଲିଷ୍ଟ୍ ପ୍ରସ୍ତୁତ ହେବ
ଦରମା:
- ସର୍ବନିମ୍ନ ମାସିକ ଦରମା - ୩୫,୦୦୦ ଟଙ୍କା
- ସର୍ବାଧିକ ମାସିକ ଦରମା - ୬୦,୦୦୦ ଟଙ୍କା
ବିଜ୍ଞପ୍ତି ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ
ଆବେଦନ କରିବାକୁ ଏଠାରେ କ୍ଲିକ୍ କରନ୍ତୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)