/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686742946.jpg)
NLC India Recruitment 2023 500 Industrial Trainee Vacancies
ଏନ୍ଏଲ୍ସି(NLC) ଇଣ୍ଡିଆ ଲିମିଟେଡ୍ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ବିଜ୍ଞପ୍ତି ଅନୁଯାୟୀ NLC ରେ ମୋଟ ୫୦୦ଟି ପଦବୀ ପୂରଣ ହେବ। ଯେଉଁମାନେ ଏହି ନିଯୁକ୍ତି ପାଇଁ ଆଗ୍ରହୀ ସେମାନେ NLCର ଅଫିସିଆଲ୍ ୱେବସାଇଟ୍ www.nlcindia.in କୁ ଯାଇ ଅନ୍ଲାଇନ୍ ମୋଡ୍ରେ ଆବେଦନ କରିପାରିବେ।
Advertisment
ଇଣ୍ଡଷ୍ଟ୍ରିଆଲ୍ ଟ୍ରେନୀ ଅଧୀନରେ ସ୍ୱତନ୍ତ୍ର ଖଣି ଉପକରଣ ଅପରେସନ୍ ଏବଂ ମାଇନ୍ସ ଆଣ୍ଡ୍ ମାଇନ୍ସ ସପୋର୍ଟ ସର୍ଭିସେସ୍ରେ ନିଯୁକ୍ତି ମିଳିବ। ସମ୍ବନ୍ଧିତ ଟ୍ରେଡ୍ରେ ଡିପ୍ଲୋମା ଏବଂ ଆଇଟିଆଇ ଥିବା ବ୍ୟକ୍ତିମାନେ ଆବେଦନ କରିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୦୯। ୦୬ । ୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ– ୦୮। ୦୭ । ୨୦୨୩
Advertisment
ପଦବୀ ସଂଖ୍ୟା:
- ସ୍ୱତନ୍ତ୍ର ଖଣି ଉପକରଣ ଅପରେସନ୍ ଟ୍ରେନୀ - ୨୩୮ଟି ପଦବୀ
- ମାଇନ୍ସ ଆଣ୍ଡ୍ ମାଇନ୍ସ ସପୋର୍ଟ ସର୍ଭିସେସ୍ ଟ୍ରେନୀ - ୨୬୨ଟି ପଦବୀ
- ମୋଟ୍ ପଦବୀ - ୫୦୦
- ଏହି ତାଲିମ କାର୍ଯ୍ୟକ୍ରମ ତିନି ବର୍ଷର ଅବଧି ଅଟେ
ବୟସ ସୀମା:
- ସାଧାରଣ ବର୍ଗ / EWS - ୧୮ ରୁ ୩୭ ବର୍ଷ
- OBC - ୧୮ ରୁ ୪୦ ବର୍ଷ
- SC / ST - ୧୮ ରୁ ୪୨ ବର୍ଷ
ଦରମା:
- ସ୍ୱତନ୍ତ୍ର ଖଣି ଉପକରଣ ଅପରେସନ୍ ଟ୍ରେନୀ – ପ୍ରଥମ ବର୍ଷ ୧୮ ହଜାର , ଦ୍ୱିତୀୟ ବର୍ଷ ୨୦ ହଜାର, ତୃତୀୟ ବର୍ଷ ୨୨ ହଜାର ଟଙ୍କା
- ମାଇନ୍ସ ଆଣ୍ଡ୍ ମାଇନ୍ସ ସପୋର୍ଟ ସର୍ଭିସେସ୍ ଟ୍ରେନୀ – ପ୍ରଥମ ବର୍ଷ ୧୪ ହଜାର , ଦ୍ୱିତୀୟ ବର୍ଷ ୧୬ ହଜାର, ତୃତୀୟ ବର୍ଷ ୧୮ ହଜାର ଟଙ୍କା
ଚୟନ ପ୍ରକ୍ରିୟା:
- ଲିଖିତ ପରୀକ୍ଷା ଆଧାରରେ ଚୟନ କରାଯିବ
- ମାର୍କ ଆଧାରରେ ମେରିଟ୍ କରାଯିବ
ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ
ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)