ଭାରତ ସରକାରରେ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ-ତିବ୍ବତ ସୀମା ପୋଲିସ୍ ଫୋର୍ସ (ଗୃହ ମନ୍ତ୍ରଣାଳୟ) ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଅଛି ଅଛି ଖୁସି ଖବର। ଦୀର୍ଘ ଦିନ ପରେ ଗୃହ ମନ୍ତ୍ରଣାଳୟରେ ଭାରତ-ତିବ୍ଦତୀୟ ସୀମା ପୋଲିସ୍ ଫୋର୍ସ ପାଇଁ ୪୫୮ ଜଣ କନଷ୍ଟେବଳ ପାଇଁ ନିଯୁକ୍ତି ବାହାର କରାଯାଇଛି।
ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଗୃହ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍ recruitment.itbpolice.inc.in କୁ ଯାଇ ଆବେଦନ କରିପାରିବେ।
Also Read
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୨୭ ଜୁନ୍ ୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ – ୨୬ ଜୁଲାଇ ୨୦୨୩
ଶିକ୍ଷାଗତ ଯୋଗ୍ୟତା:
- ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ସମାନକ୍ଷେତ୍ରରୁ ମାଟ୍ରିକ୍ କିମ୍ବା ଦଶମ ଶ୍ରେଣୀ ପାସ କରିଥିବା ଜରୁରୀ
- ତାଙ୍କ ପାଖରେ ବୈଧ ହେଭି ଡ୍ୟୁଟି ଡ୍ରାଇଭିଂ ଲାଇସେନ୍ସ ଥିବା ଆବଶ୍ୟକ
ବୟସ ସୀମା:
- ସର୍ବନିମ୍ନ ବୟସ – ୨୧ ବର୍ଷ
- ସର୍ବାଧିକ ବୟସ –୨୭ ବର୍ଷ
- ଭାରତ ସରକାରଙ୍କ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ କୋହଳ କରାଯିବ।
ଆବେଦନ ଶୁଳ୍କ:
- ସାଧାରଣ ଏବଂ OBC – ୧୦୦ ଟଙ୍କା
- ଏସ୍ସି, ଏସ୍ଟି ଏବଂ ପୂର୍ବତନ ସେବାୟତ – ଦେୟ ମୁକ୍ତ