• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନ୍ ଲିମିଟେଡ୍(IRCTC) ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆପ୍ରେଣ୍ଟିସ୍ ଟ୍ରେନି ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯୋଗ୍ୟ ପ୍ରାର୍ଥୀମାନେ IRCTC ର ଅଫିସିଆଲ୍ ୱେବସାଇଟ୍ irctc.com ରେ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ।

ମୋଟ୍‌ ୨୫ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ୍‌ ୧୪ରୁ ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆବେଦନର ଶେଷ ତାରିଖ ହେଇଛି ୨୯ ଜୁନ୍‌ ।

ଜାଣନ୍ତୁ କେମିତି କରିବେ ଆବେଦନ..

ପୋଷ୍ଟ ବିବରଣୀ:

  • କମ୍ପ୍ୟୁଟର ଅପରେଟର୍‌ ଏବଂ ପ୍ରୋଗ୍ରାମିଙ୍ଗ ଆସିଷ୍ଟାଣ୍ଟ - ୨୫ଟି ପୋଷ୍ଟ

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ସରକାରୀ ଚାକିରି; ନିଯୁକ୍ତି ପାଇବେ ୫୫୫ ଶିକ୍ଷକ; ଦରମା ୧.୪୨ ଲକ୍ଷ

ଶିକ୍ଷାଗତ ଯୋଗ୍ୟତା:

ଆଶାୟୀ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍‌ କରିଥିବା ଆବଶ୍ୟକ । ଏହାସହ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ତା’ଛଡ଼ା ITI ସାର୍ଟିଫିକେଟ୍‌ଟି NCVT/SCVT ହେବା ଆବଶ୍ୟକ ।

ବୟସ ସୀମା:

  • ଜୁନ୍‌ ୧ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୫ ରୁ ଅଧିକ ଓ ୨୫ରୁ କମ୍‌ ହୋଇଥିବା ଦରକାର ।

ଚୟନ ପ୍ରକ୍ରିୟା:

  • ମାଟ୍ରିକ୍‌ ମାର୍କ ପ୍ରତିଶତ ଅନୁଯାୟୀ ମେରିଟ୍‌ ଲିଷ୍ଟ ବାହାର କରାଯିବ ।
  • ଏହି ପୋଷ୍ଟ ପାଇଁ କୌଣସି ଲିଖିତ ପରୀକ୍ଷା କିମ୍ବା ଭାଇଭା ଟେଷ୍ଟ ହେବ ନାହିଁ ।
  • ଅସଲି ଡକ୍ୟୁମେଣ୍ଟ ଆଧାରରେ ଫାଇନାଲ ସିଲେକ୍ସନ କରାଯିବ ।

ଅଧିକ ବିବରଣୀ ପାଇଁ ଆପଣ IRCTC ର ଅଫିସିଆଲ୍‌ ୱେବସାଇଟ୍‌ ଯାଇ ଚେକ୍‌ କରିପାରିବେ ।