/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687263921.jpg)
Indian Army recruitment 2023
ସର୍ଟ ସର୍ଭିସ୍ କମିଶନ(SSC) ବୈଷୟିକ ପାଠ୍ୟକ୍ରମ ପାଇଁ ଭାରତୀୟ ସେନା ବିଜ୍ଞପ୍ତି ବାହାର କରିଛି। ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଉଭୟ ଅବିବାହିତ ପୁରୁଷ ଏବଂ ଅବିବାହିତ ମହିଳା ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି।
Advertisment
ଏହା ସହିତ ଆବେଦନ ପାଇଁ ସ୍ନାତକ ଏବଂ ଭାରତୀୟ ସଶସ୍ତ୍ର ବାହିନୀର ପ୍ରତିରକ୍ଷା କର୍ମଚାରୀଙ୍କ ବିଧବା ପତ୍ନୀ (ଯେଉଁମାନେ ସେବାରେ ମୃତ୍ୟୁବରଣ କରିଥିବେ) ମଧ୍ୟ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି। ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍ joinindianarmy.nic.in କୁ ଯାଇ ଆବେଦନ କରିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ଜୁନ୍ ୨୦
- ଅନ୍ଲାଇନ୍ ଆବେଦନ ଶେଷ – ଜୁଲାଇ ୧୯
ଖାଲି ପଦବୀ:
- SSC (ଟେକ୍) ପୁରୁଷ – ୧୭୪ଟି ପୋଷ୍ଟ୍
- ssc (ଟେକ୍) ମହିଳା – ୧୯ଟି ପୋଷ୍ଟ୍
- ମୋଟ୍ – ୧୯୪ଟି ପୋଷ୍ଟ୍
Advertisment
ବୟସ ସୀମା:
- ସର୍ବନିମ୍ନ ବୟସ – ୨୦ ବର୍ଷ
- ସର୍ବାଧିକ ବୟସ – ୨୭ ବର୍ଷ
- ବୟସ ଗଣନା ୦୧ ଏପ୍ରିଲ୍ ୨୦୨୪ ଆଧାରରେ ହେବ
ଯୋଗ୍ୟତା:
ଯେଉଁ ପ୍ରାର୍ଥୀମାନେ ଇଞ୍ଜିନିୟରିଂ ଡିଗ୍ରୀ ପ୍ରୋଗ୍ରାମର ଅନ୍ତିମ ବର୍ଷ ଶେଷ କରିଥିବେ କିମ୍ବା ନାମ ଲେଖାଇଥିବେ ସେମାନେ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି।
କିପରି ଆବେଦନ କରିବେ:
- ଅଫିସିଆଲ୍ ୱେବସାଇଟ୍ joinindianarmy.nic.in କୁ ଯାଆନ୍ତୁ
- 'ଅଫିସର ଏଣ୍ଟ୍ରି' ଉପରେ କ୍ଲିକ୍ କରନ୍ତୁ
- ପଞ୍ଜିକରଣ କରନ୍ତୁ ଏବଂ ଆବେଦନ ପ୍ରକ୍ରିୟାକୁ ଆଗକୁ ନିଅନ୍ତୁ
- ଫର୍ମ ସବ୍ମିଟ୍ କରନ୍ତୁ ଏବଂ ଏକ ପ୍ରିଣ୍ଟ ଆଉଟ୍ ବାହାର କରନ୍ତୁ
ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ
ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)