• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଉତ୍ତର-ପୂର୍ବ(ନର୍ଥ ଇଷ୍ଟର୍ନ ରେଲୱେ) ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯୋଗ୍ୟ ପ୍ରାର୍ଥୀମାନେ RRC ଗୋରଖପୁରର ଅଫିସିଆଲ୍ ୱେବସାଇଟ୍ rrcgorakhpur.net ରେ ଯାଇ ଅନଲାଇନରେ ଆବେଦନ କରିପାରିବେ ।

ରେଜିଷ୍ଟ୍ରେସନ ପ୍ରକ୍ରିୟା ଜୁଲାଇ ୩ ରୁ ଆରମ୍ଭ ହୋଇସାରିଛି । ଆବେଦନର ଶେଷ ତାରିଖ ହେଉଛି ଅଗଷ୍ଟ ୨, ୨୦୨୩ । ମୋଟ୍‌ ୧୧୦୪ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପଦବୀର ବିବରଣୀ:

  • ମେକାନିକାଲ୍‌ ୱାର୍କସପ୍‌/ ଗୋରଖପୁର - ୪୧୧ ପୋଷ୍ଟ
  • ସିଗନାଲ୍‌ ୱାର୍କସପ୍/ ଗୋରଖପୁର କ୍ୟାଣ୍ଟ – ୬୩ ପୋଷ୍ଟ
  • ବ୍ରିଜ୍‌ ୱାର୍କସପ୍‌/ ଗୋରଖପୁର କ୍ୟାଣ୍ଟ – ୩୫ ପୋଷ୍ଟ
  • ମେକାନିକାଲ୍‌ ୱାର୍କସପ୍‌/ ଇଜ୍ଜତନଗର – ୧୫୧ ପୋଷ୍ଟ
  • ଡିଜେଲ୍‌ ସେଡ୍‌ / ଇଜ୍ଜତନଗର – ୬୦ ପୋଷ୍ଟ
  • କ୍ୟାରେଜ୍‌ ଏବଂ ୱାଗନ୍‌ / ଇଜ୍ଜତନଗର – ୬୪ ପୋଷ୍ଟ
  • କ୍ୟାରେଜ୍‌ ଏବଂ ୱାଗନ୍‌ / ଲକ୍ଷ୍ନୌ – ୧୫୫ ପୋଷ୍ଟ
  • ଡିଜେଲ୍‌ ସେଡ୍‌ / ଗୋଣ୍ତା – ୯୦ ପୋଷ୍ଟ
  • କ୍ୟାରେଜ୍‌ ଏବଂ ୱାଗନ୍‌ / ବାରଣାସୀ – ୭୫ ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

ଆଶାୟୀ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍‌ କରିଥିବା ଆବଶ୍ୟକ । ଏହାସହ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା:

  • ମାଟ୍ରିକ୍‌ ମାର୍କ ପ୍ରତିଶତ ଅନୁଯାୟୀ ମେରିଟ୍‌ ଲିଷ୍ଟ ବାହାର କରାଯିବ ।
  • ମ୍ୟାଟ୍ରିକ୍‌ର ଆଭରେଜ୍‌ ମାର୍କ ଅନୁଯାୟୀ ମେରିଟ୍‌ ଲିଷ୍ଟ ପ୍ରସ୍ତୁତ ହେବ ।

ଆଶାୟୀ ପ୍ରାର୍ଥୀଙ୍କୁ ଆବେଦନ କରିବା ପାଇଁ ୧୦୦ ଟଙ୍କା ଦେବାକୁ ପଡ଼ିବ । SC/ST/EWS/ଦିବ୍ୟାଙ୍ଗ (PwBD)/ମହିଳାଙ୍କ ପାଇଁ ଆବେଦନ ଶୁଳ୍କ ମାଗଣା ରଖାଯାଇଛି ।