• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Union Public Service Commission ବା UPSC ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସହକାରୀ ପ୍ରଫେସର, ଆସିଷ୍ଟାଣ୍ଟ ସର୍ଜନ ବା ମେଡିକାଲ ଅଫିସର, ସ୍ପେଶାଲିଷ୍ଟ ଗ୍ରେଡ୍ ତୃତୀୟ ଏବଂ ଅନ୍ୟାନ୍ୟ କିଛି ପଦବୀ ପାଇଁ ନିଯୁକ୍ତି ବାହାରିଛି । ଏହି ସମସ୍ତ ପଦବୀ ପାଇଁ ଇଚ୍ଛୁକ ଥିବା ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଏଥିପାଇଁ ଆବେଦନର ଶେଷ ତାରିଖ ଜୁନ ୨୯ ତାରିଖ ରହିଛି ।

ଆବେଦନ କରିବାକୁ ଇଚ୍ଛୁକ ଥିବା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ upsconline.nic.in ରେ ଆବେଦନ କରିପାରିବେ ବୋଲି କୁହାଯାଇଛି । UPSC ପକ୍ଷରୁ ପ୍ରକାଶ ପାଇଥିବା ଏହି ସମସ୍ତ ବିଭାଗ ଗୁଡ଼ିକ ପାଇଁ ମୋଟ୍‌ ୧୧୩ଟି ପଦବୀ ପୂରଣ ହେବା ନେଇ ସୂଚନା ଦିଆଯାଇଛି ।

କେତେ ରହିଛି ଆବେଦନ ଶୁକ୍ଳ ?

UPSC ପକ୍ଷରୁ ପ୍ରକାଶ ପାଇଥିବା ଏହି ସମସ୍ତ ପଦବୀରେ ଭିନ୍ନକ୍ଷମ, ମହିଳା, ଏସସି ଓ ଏସଟି ପ୍ରାର୍ଥୀମାନଙ୍କ ପାଇଁ କୌଣସି ଦେୟ ଦେବାକୁ ପଡ଼ିବନାହିଁ । ଅର୍ଥାତ୍‌ ବିନା ମୂଲ୍ୟରେ ଏହି ସମସ୍ତ ପ୍ରାର୍ଥୀ ଆବେଦନ କରିପାରିବେ । ହେଲେ ଅନ୍ୟ ପ୍ରାର୍ଥୀମାନଙ୍କୁ ମାତ୍ର ୨୫ ଟଙ୍କା ଦେୟ ଦେବାକୁ ହେବ । କେବଳ ଏଥିପାଇଁ ଏସବିଆଇରେ ପ୍ରାର୍ଥୀମାନେ କ୍ୟାସ ପୈଠ କରିପାରିବେ । ଏହା ବ୍ୟତୀତ ଯେକୌଣସି ଅନ୍ୟ ବ୍ୟାଙ୍କ ଗୁଡ଼ିକରେ ନେଟ ବ୍ୟାଙ୍କିଙ୍ଗ୍ ସୁବିଧା ଜରିଆରେ ଟଙ୍କା ପୈଠ କରିପାରିବେ ।

କିପରି ଆବେଦନ କରିବେ ?

ପ୍ରାର୍ଥୀମାନେ ୱେବସାଇଟ୍ upsconline.nic.in ମାଧ୍ୟମରେ ଅନଲାଇନ୍ ଆବେଦନ କରିବେ ।

କେମିତି କରିବେ ଆବେଦନ ?

ପ୍ରଥମେ ଆପଣଙ୍କୁ UPSC ୱେବସାଇଟ୍ upsconline.nic.inକୁ ଯିବାକୁ ପଡ଼ିବ । ପରେ OTR ଲିଙ୍କରେ କ୍ଲିକ୍ କରିବେ । କ୍ଲିକ୍‌ କରିବା ପରେ ସେଠାରେ ଏକ ପଞ୍ଜୀକରଣ ପ୍ରୋଫାଇଲ୍ ସୃଷ୍ଟି କରନ୍ତୁ । ଆପଣଙ୍କ ପ୍ରୋଫାଇଲ୍‌ ହୋଇସାରିବା ପରେ ଆପଣ ଇଚ୍ଛୁକ ଥିବା ପୋଷ୍ଟ ପାଇଁ ଆବେଦନ କରିପାରିବେ । ଅବେଦନ କରିବା ସମୟରେ ଆପଣ ଆପଣଙ୍କ ସମସ୍ତ ତଥ୍ୟ ଦେବା ସହ ସମସ୍ତ ଡକ୍ୟୁମେଣ୍ଟ ଗୁଡ଼ିକୁ ଅପଲୋଡ୍‌ କରିବାକୁ ପଡ଼ିବ । ସମସ୍ତ ଡକ୍ୟୁମେଣ୍ଟ ଦେବା ପରେ ଆପଣ ଏକ ପ୍ରିଣ୍ଟଣ୍ଟଆଉଟ୍‌ ନେଇପାରିବେ । ଯାହା ଭବିଷ୍ୟତରେ କାମରେ ଆସିବ ।

OTV is now on Whatsapp

Join and get latest news update delivered to you via whatsapp

Join Now