• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜିର ସମୟରେ ଯୁବପିଢ଼ିଙ୍କ ଚାକିରିକୁ ନେଇ ବଡ଼ ସମସ୍ୟା ଦେଖାଦେଇଛି । ସେ ସରକାରୀ ହେଉ କିମ୍ବା ବେସରକାରୀ । ଚାକିରିଟିଏ କରିବାକୁ ଅନେକ ପରିଶ୍ରମ କରୁଛନ୍ତି ଯୁବକ ଯୁବତୀ । ହେଲେ ଏପରି ସମୟରେ ଯଦି ଆପଣଙ୍କର ସୋସିଆଲ ମିଡିଆ ପ୍ରତି ଆଗ୍ରହ ରହିଛି ତେବେ ଆପଣ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ସୋସିଆଲ ମିଡିଆର ବିଭିନ୍ନ କ୍ଷେତ୍ରରେ ଆପଣ କାମ କରି କମାଇ ପାରିବେ ଲକ୍ଷ ଲକ୍ଷ ଟଙ୍କା । ଆସନ୍ତୁ ଜାଣିବା...

ଭଲ ରୋଜଗାର କରିବାକୁ ହେଲେ ଏବେର ସମୟରେ ଡିଜିଟାଲ ମାର୍କେଟିଂ ହେଉଛି ସବୁଠାରୁ ଭଲ ବିକଳ୍ପ । ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ କିଛି ନୂତନ ଏବଂ ବୈଷୟିକ କଳା ଶିଖିବାର ନିରନ୍ତର ସୁଯୋଗ ରହିଛି । ଏ କ୍ଷେତ୍ରରେ ଯୁବକମାନଙ୍କର ବହୁତ ଚାହିଦା ଅଛି ।

ବିଭିନ୍ନ ଆଡଭାନ୍ସଡ୍ ଡିଜିଟାଲ୍ ମାର୍କେଟିଂର ସ୍ୱତନ୍ତ୍ର ପାଠ୍ୟକ୍ରମ ଦ୍ୱାରା ଆପଣ ଶିକ୍ଷା ଲାଭ କରି ଘରେ କାମ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ । ଡିଜିଟାଲ ମାର୍କେଟିଂ ଜରିଆରେ ଆପଣ ଅନେକ କ୍ଷେତ୍ରରେ ଭଲ ଇନ୍‌କମ୍‌ କରିପାରିବେ । ଏଥିରେ ଆପଣଙ୍କୁ ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ପ୍ୟାକେଜ ମଧ୍ୟ ରହିଛି ।

ଯେପରିକି, ଡିଜିଟାଲ ମାର୍କେଟିଂ ମ୍ୟାନେଜର, ସୋସିଆଲ ମିଡିଆ ମାର୍କେଟିଂ, ୱେବ୍‌ ଡେଭଲପର ଓ ଡାଟା ଆନାଲିଷ୍ଟ ପରି ଅନେକ ବିଭାଗରେ ଆପଣ କାମ କରିପାରିବେ । ହେଲେ ଏଥିପାଇଁ ଆପଣଙ୍କୁ ଏ ସଂପର୍କିତ ଶିକ୍ଷା ନେବାକୁ ପଡ଼ିବ ।

ଆପଣ ଯଦି ଏଥିପ୍ରତି ଆଗ୍ରହୀ ରହିଛନ୍ତି, ତେବେ ଆପଣ ଏହା ଉପରେ ଅଧିକ ତଥ୍ୟ ଜାଣିବାକୁ ହେବ । ସମସ୍ତ ତଥ୍ୟ ଉପରେ ଅବଗତ ହେବା ପରେ ଆପଣ ଏହି ଶିକ୍ଷା ଲାଭକରି ଚାକିରି ପାଇପାରିବେ । ଏଥି ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରିପାରିବେ ।

ଡିଜିଟାଲ ମାର୍କେଟିଂର ପରିଚାଳନା

ଡିଜିଟାଲ ମାର୍କେଟିଂକୁ  ଭଲଭାବେ ପରିଚାଳନା କରିବାର ଆବଶ୍ୟକତା ରହିଛି । ଇମେଲ ମାର୍କେଟିଂ, ସୋସିଆଲ ମିଡିଆ ସିଡ୍ୟୁଲିଂ ଏବଂ ଗ୍ରାହକ ସମ୍ପର୍କ ପରିଚାଳନା (CRM)କୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବାର ଆବଶ୍ୟକତା ଅଛି । ଏଥିପାଇଁ ଅଟୋମେସନ୍ ପ୍ଲାଟଫର୍ମଗୁଡିକୁ ନିଶ୍ଚିତ କରିବେ । ସେହିପରି ବ୍ୟକ୍ତିଗତ ଅଭିଜ୍ଞତା ଓ ପାରଦଶିତା ନେଇ ଡିଜିଟାଲ ମାର୍କେଟିଂ କରିପାରିବେ ।

ଭଲ ଭିଡିଓ ପ୍ରସ୍ତୁତ କରିବା ଆବଶ୍ୟକ

ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ପରି ପ୍ଲାଟଫର୍ମ ଗୁଡିକ ସହିତ ଡିଜିଟାଲ ମାର୍କେଟିଂ ତା’ର ପ୍ରାଧାନ୍ୟ ବିସ୍ତାର କରିଚାଲିଛି । ଏଥିପାଇଁ ଭିଡିଓ ତିଆରି କରିବା କିମ୍ବା କାହାଣୀ କହିବା, ଏବଂ ଗ୍ରାଫିକ୍ସ ଭଳି ବିଭିନ୍ନ କାର୍ଯ୍ୟକୁ ଭିଡିଓ ମାର୍କେଟିଂ ପ୍ରାଧାନ୍ୟ ଦେଉଛି ।

ମୋବାଇଲ୍ ମାର୍କେଟିଂ ଅପ୍ଟିମାଇଜେସନ୍

ମୋବାଇଲ୍‌ ଡିଭାଇସ୍‌ରେ ବଢ଼ୁଥିବା ପ୍ରାଧାନ୍ୟ ସହିତ ବିଭିନ୍ନ ଜ୍ଞାନ କୌଶଳ ମଧ୍ୟ ବୃଦ୍ଧି ପାଉଛି । ଏଥିପାଇଁ ମୋବାଇଲ୍‌ ମାର୍କେଟିଂ ଅପ୍ଟିମାଇଜେସନ୍‌କୁ ଅଗ୍ରାଧିକାର ଦେଇ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପଡିବ ବୋଲି କୁହାଯାଇଛି