• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଉତ୍ତରପ୍ରଦେଶ ଜନସେବା ଆୟୋଗ ବା UPPSC ପକ୍ଷରୁ ବିଭିନ୍ନ ବିଭାଗରେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ଜୁଲାଇ ୧୪ ତାରିଖ ବୋଲି ଧାର୍ଯ୍ୟ ରଖାଯାଇଛି । ଆଗ୍ରହୀ ପ୍ରାର୍ଥୀମାନେ ଜୁଲାଇ ୧୪ ଯାଏଁ ଆବେଦନ କରିପାରିବେ । UPPSCର ଅଫିସିଆଲ୍ ୱେବସାଇଟ୍ uppsc.up.nic.inରେ ପ୍ରାର୍ଥୀମାନେ ଆବେଦନ କରିପାରିବେ ବୋଲି କୁହାଯାଇଛି । ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତିରେ ବିଭିନ୍ନ ବିଭାଗରେ ଅଧ୍ୟାପକ ଓ ଅଧିକାରୀ ପଦବୀ ପାଇଁ ମୋଟ୍‌ ୩୯୩ଟି ପଦବୀ ରହିଥିବା ସୂଚନା ଦିଆଯାଇଛି ।

କେଉଁ ବିଭାଗରେ କେତେ ରହିଛି ପଦବୀ ?

ୟୁପି ଫରେନସିକ୍ ସାଇନ୍ସ ଲାବୋରେଟୋରୀରେ ୪୧ ଟି ପଦବୀ ଖାଲି ରହିଛି । ୟୁପି ଭୂବିଜ୍ଞାନ ଏବଂ ଖଣି ବିଭାଗ ପାଇଁ ଗୋଟିଏ ପଦବୀ ଖାଲି ରହିଥିବା କୁହାଯାଇଛି । ସେହିପରି ୟୁପି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଖାଲି ରହିଛି ୧୭୪ଟି ପଦବୀ । ୟୁପି ଆୟୁଷ (ଆୟୁର୍ବେଦ) ବିଭାଗରେ ୧୨୭ଟି ପଦବୀ ଖାଲି ପଡ଼ିଛି । ୟୁପି ଆୟୁଷ (ହୋମିଓପାଥି) ବିଭାଗରେ ୨୩ଟି ପଦବୀ ପୂରଣ ହେବା ନେଇ ସୂଚନା ଦିଆଯାଇଛି । ୟୁପି ଆୟୁଷ (ୟୁନାନି) ବିଭାଗରେ ମଧ୍ୟ ୨୮ଟି ପଦବୀ ପାଇଁ ନିଯୁକ୍ତି ଦିଆଯିବ ।

କେମିତି କରିବେ ଆବେଦନ ?

ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିବାକୁ ହେଲେ ଅଫିସିଆଲ୍ ୱେବସାଇଟ୍ uppsc.up.nic.inକୁ ଲଗ୍‌ ଇନ୍‌ କରିବାକୁ ହେବ । ପରେ OTR ଫର୍ମ ପୂରଣ କରିବେ । ଖାଲି ସେତିକି ନୁହେଁ, UPPSCରେ ବିଭିନ୍ନ ପୋଷ୍ଟ ପାଇଁ ଅନଲାଇନ୍ ଦାଖଲ ଲିଙ୍କରେ କ୍ଲିକ୍ କରିବା ପରେ ସବିଶେଷ ତଥ୍ୟ ଦେବାକୁ ହେବ । ଶେଷରେ ଆବେଦନ ଫି ଦାଖଲ କରିବେ । ଦାଖଲ କରିସାରିବା ପରେ ସମ୍ପୂର୍ଣ୍ଣ ଆବେଦନର ଏକ ପ୍ରିଣ୍ଟ ଆଉଟ୍‌ ନେଇପାରିବେ । ଯାହା ଭବିଷ୍ୟତରେ କାମରେ ଆସିବେ ।

କେତେ ରହିଛି ଆବେଦନ ଶୁଳ୍କ ?

UPPSC ପକ୍ଷରୁ ବିଭିନ୍ନ ବିଭାଗରେ ପ୍ରକାଶ ପାଇଥିବା ଏହି ଚାକିରି ପାଇଁ ଆବେଦନ ଶୁକ୍ଳ ଖୁବ୍‌ କମ୍‌ ରହିଛି । ହେଲେ ପ୍ରାୟ ସମସ୍ତ ବିଭାଗ ପାଇଁ ଭିନ୍ନ ରହିଛି । ଯାହା ଆପଣ ଆବେଦନ କରିବା ସମୟରେ ବା ନିଯୁକ୍ତି ବିଜ୍ଞାପନରେ ଜାଣିପାରିବେ ।