୨୭ ଏକର ଜମିରେ ନିର୍ମିତ ଏହି ମନ୍ଦିରରେ ଖର୍ଚ୍ଚ ହୋଇଛି ପ୍ରାୟ ୭୦୦ କୋଟି ଟଙ୍କା । ୭ ଶିଖର ବିଶିଷ୍ଟ ହୋଇଛି ଏହି ମନ୍ଦିର । ୟୁନାଇଟେଡ୍ ଆରବ ଏମିରେଟ୍ସରେ ଏହା ହେଉଛି ପ୍ରଥମ ମନ୍ଦିର ଯାହା ସଂପୂର୍ଣ୍ଣ ଭାବେ ପଥରରେ ନିର୍ମିତ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି । ଏହା ସହ ଭାରତର ନିଜସ୍ୱ ପେମେଣ୍ଟ ବ୍ୟବସ୍ଥା ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କୁ ମଧ୍ୟ ଆରମ୍ଭ କରାଯାଇଛି ।
ଟେକ୍ମେମେ ଏକ ଟେକ୍ ୱେବ୍ସାଇଟ୍, ଯାହାର ନାଁରୁ ହିଁ ସ୍ପଷ୍ଟ ବାରି ହେଉଛି । ଏହି ପ୍ଲାଟ୍ଫର୍ମରେ ସାରା ବିଶ୍ୱର ସମସ୍ତ ଟେକ୍ନୋଲୋଜି ୱେବ୍ସାଇଟ୍ ଦେଖି ହୋଇଥାଏ ।
ରୋବଟକୁ ସାଙ୍ଘାଇର ଏକ କମ୍ପାନୀ ତିଆରି କରିଛି । ଗ୍ଲୋ ନାମକ ଚାଟବୋଟ ଦ୍ୱାରା ଉକ୍ତ ରୋବଟଟି ଚାଲିଛି ।
ଦିନରେ ସାମ୍ବାଦିକ ହୋଇ ଖବର ବାଣ୍ଟୁଥିଲେ, ରାତିରେ ଆତଙ୍କବାଦୀ ହୋଇ ଜୀବନ ନେଉଥିଲେ । ପେଶାରେ ଥିଲେ ସାମ୍ୱାଦିକ । ନିଶା କିନ୍ତୁ ଥିଲା ମଣିଷ ମାରିବା ।
ଭାରତର ବଡ କୂଟନୈତିକ ବିଜୟ । ୧୮ ମାସ ଧରି କାତାର ଜେଲରେ ରହିଥିବା ୮ଜଣ ପୂର୍ବତନ ନୌସେନା ଅଧିକାରୀ ମୁକ୍ତ ହୋଇଛନ୍ତି ।
ନାଗର ଶୈଳୀରେ ନିର୍ମାଣ ହୋଇଥିବା ମନ୍ଦିର ଗୁଜରାଟର ସୋମନାଥ, କାଶୀ ବିଶ୍ବନାଥଙ୍କ ମନ୍ଦିରର ଭ୍ରମ ସୃଷ୍ଟି କରିଛି। ଗ୍ରାନାଇଟ୍ ଓ ଧଳା ମାର୍ବଲରେ ମନ୍ଦିରକୁ ନିର୍ମାଣ କରାଯାଇଛି।
ତାଙ୍କର ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଆଥଲେଟିକ୍ସ ଜଗତ। ମାରାଥନ୍ ବିଶ୍ୱ ରେକର୍ଡଧାରୀଙ୍କ ସମ୍ମାନଜନକ ସ୍ଥାନ ଅର୍ଜନ କରିଥିବା ୨୪ ବର୍ଷୀୟ କେଲଭିନଙ୍କ ଜୀବନରେ ଏଇଠି ପଡିଛି ପୂର୍ଣ୍ଣଚ୍ଛେଦ।
ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ପାକିସ୍ତାନ ତେହରିକ-ଇ-ଇନସାଫ୍ ପାର୍ଟି ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି। ନିର୍ବାଚନ ଆୟୋଗ କେତେକ ମତଦାନ କେନ୍ଦ୍ରରେ ପୁନଃ ମତଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ପେସ୍ ଏକ୍ସ ପ୍ରତିଷ୍ଠାତା ଏଲୋନ୍ ମସ୍କ ସୋସିଆଲ ମିଡିଆ X ରେ ଏକ ପୋଷ୍ଟର ଉତ୍ତରରେ କହିଛନ୍ତି ଯେ ସଭ୍ୟତା ଅନ୍ୟ ଗ୍ରହକୁ ଖୁବଶୀଘ୍ର ଯାତ୍ରା କରିବ। ପୃଥିବୀରୁ ମହାକାଶଯାନ ବନ୍ଦ ହେଲେ ମଧ୍ୟ ମଙ୍ଗଳ ଗ୍ରହରେ ବଞ୍ଚିବା ସମ୍ଭବ ହେବ।
ରାତିରେ ପିଲାଟିକୁ ଖୁଆଇବା ପରେ ସେ ତାଙ୍କୁ ଝୁଲଣାରେ ଶୁଆଇବାକୁ ନେଇଥିଲେ। କିନ୍ତୁ ସେ ଜାଣି ନାହାଁନ୍ତି କିପରି ସେ ହଠାତ୍ ପିଲାଟିକୁ ଓଭେନ୍ରେ ରଖିଲେ।
ପ୍ରଥମେ କେବଳ ଚୀନର ଲୋକଙ୍କୁ ଟାର୍ଗେଟ କରାଯାଇଥିଲା । ଏହାପରେ ଆମେରିକାରେ କାୟା ବିସ୍ତାର କରିଥିଲା । ଏହି ସ୍କାମ କରିବା ପାଇଁ ତାଲିମ ଦିଆଯାଏ ।
ରାତି ପ୍ରାୟ ୨ଟା ବେଳେ କର୍ମଚାରୀମାନେ କୁକୁଡା ଚୋରି କରି ନେଉଥିବା ସିସିଟିଭିରେ ରେକର୍ଡ ହୋଇଛି। ଏହାପରେ ସେମାନେ ରାସ୍ତା କଡରେ ଚିକେନ ବିକ୍ରି ମଧ୍ୟ କରିଥିଲେ।
ଜାନୁଆରୀ ୧୧ରେ ଲଟେରୀ ଟିକେଟ୍ କାଟିଥିଲି। ହେଲେ ପ୍ରଥମଥର ପାଇଁ ମୁଁ ଜିତିଛି। ଏଥର ମୁଁ ଏବଂ ମୋ ପତ୍ନୀ ଟିକେଟ୍ ନମ୍ବର ୭, ୧୩ ଚୟନ କରିଥିଲୁ। ଯାହା ମଧ୍ୟ ଆମ ପିଲାମାନଙ୍କର ଜନ୍ମ ତାରିଖ ।
ଯାତ୍ରୀ ଜଣକଙ୍କ ଏପରି ହରକତ ଯୋଗୁ ବିମାନଟିର ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା । ବିମାନଟିକୁ ପୁଣିଥରେ ଟର୍ମିନାଲକୁ ଫେରାଇ ଅଣାଯାଇଥିଲା ।
ଇମ୍ରାନ ଖାନ୍ଙ୍କୁ ମିଳିଲା ଜାମିନ । ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ୯ଟି ମାମଲାରେ ଜାମିନ ପ୍ରଦାନ କରାଯାଇଛି । ପୂର୍ବତନ ବୈଦେଶିକ ମନ୍ତ୍ରୀ କୁରେସୀଙ୍କୁ ମଧ୍ୟ ୧୩ଟି ମାମଲାରେ ଜାମିନ ପ୍ରଦାନ ।
ନେତାଙ୍କ ବଦଳରେ ସବୁବେଳେ ପାକିସ୍ତାନ ସେନା ହାତରେ ରହୁଛି ଶାସନ ଭାର ।
ପିଏମଏଲ-ଏନ ବିଜୟୀ ହୋଇଛି ବୋଲି କହି ସରକାର ଗଢିବାକୁ ଦମ୍ଭ ଦେଖାଇଛନ୍ତି ଦଳର ସୁପ୍ରିମୋ ନୱାଜ ଶରିଫ।
AI ଶିଶୁ ଟଙ୍ଗ ଟଙ୍ଗ ପାଖରେ ମାନବ ଶିଶୁ ପରି ଭାବନାତ୍ମକ ବ୍ୟବହାର କରିବାର କ୍ଷମତା ରହିଛି । ସେ ମଣିଷ ଭଳି ରାଗୁଛି ଆଉ ଖୁସିରେ ହସୁଛି।
ପ୍ରାୟ ୯୫ ପ୍ରତିଶତ ପାରା ସେମାନଙ୍କର କାର୍ଯ୍ୟ ସଠିକ୍ ଭାବରେ ତୁଲାଉ ଥିଲେ । ତେଣୁ ୧୯୫୦ ମସିହା ପର୍ଯ୍ୟନ୍ତ ପାରାକୁ ସେନାର ଗୁପ୍ତଚର କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଥିଲା ।
କଥାଟି ବିଶ୍ୱାସ ନହେଲେ ବି ସତ । କାମ ହେଉଛି ଅନଲାଇନରେ ପ୍ରଡକ୍ଟ ରିଭ୍ୟୁ । ପୁଣି ଗୋଟେ ପ୍ରଡକ୍ଟର ରିଭ୍ୟୁ ମାତ୍ର ତିନି ସେକେଣ୍ତରେ ହୁଏ ।
ପ୍ରେମ କେତେବେଳେ କାହାକୁ ହୁଏ କହି ହୁଏନା । ସେମିତି ଏକ ପ୍ରେମ ହୋଇଛି ଜଣେ ମହିଳାଙ୍କୁ । ହାତ ତିଆରି କଣ୍ଢେଇକୁ ବାହା ହେଲେ ମହିଳା; ପାଇଲେ ଯାଆଁଳା ଶିଶୁ !
ଠିକ୍ ସେମିତି ଏକ ଫଟୋ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ।
ବିଭିନ୍ନ ଦେଶର ଶାସନ ବ୍ୟବସ୍ଥାରେ ଭାରତୀୟ ବଂଶୋଦ୍ଭୋବଙ୍କ ପ୍ରତିନିଧିତ୍ୱ ରହିଛି। ମାତ୍ର ବିଦେଶୀ ସଂସଦରେ ଗୀତା ପାଠ କରି ଶପଥ ନେବାରେ ବରୁଣ ପ୍ରଥମ ଭାରତୀୟ ବଂଶୋଦ୍ଭବ ବୋଲି କୁହାଯାଉଛି।
ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାୱଲ ଭୁଟ୍ଟୋ ଜର୍ଦାରୀ ଏବଂ ତେହରକ୍ ଇ ଇନସାଫର ପ୍ରାର୍ଥୀ ଇମ୍ରାନ ଖାନ୍ କେବଳ ନାମକୁ ମାତ୍ର ନିର୍ବାଚନ ଲଢ଼ୁଛନ୍ତି ।