• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମଝି ଦରିଆରେ ଇଣ୍ଡିଆ ଜିନ୍ଦାବାଦ ନାରା ଦେଲେ ପାକିସ୍ତାନ ନାଗରିକ । ଆରବ ସାଗରରେ ସୋମାଲିଆ ଲୁଟେରାଙ୍କ କବଳରୁ ମୁକ୍ତ ହେବା ପରେ ଭାରତୀୟ ନୌସେନାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପହରଣ ହୋଇଥିବା ଜାହାଜର ପାକିସ୍ତାନୀ କ୍ରୁ । ଭାରତୀୟ ନୌସେନା ପାଇଁ ସେମାନଙ୍କର ଜୀବନ ବଞ୍ଚି ଯାଇଛି ବୋଲି କହିଛନ୍ତି ।

ଏଥିସହ ଇଣ୍ଡିଆ ଜିନ୍ଦାବାଦ ନାରା ଦେଇଛନ୍ତି । ୧୨ ଘଣ୍ଟାର ଲମ୍ବା ଅପରେସନ ପରେ ସୋମାଲିଆ ଲୁଟେରାଙ୍କଠୁ ୨୩ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିଥିଲେ ଭାରତୀୟ ନୌସେନା । ଆଇଏନଏସ ତ୍ରିଶୁଳ ସାହାଯ୍ୟରେ ଜାହାଜରେ ଥିବା ଲୁଟେରାଙ୍କ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ ଭାରତୀୟ ନୌସେନା ।

ଜାହାଜରୁ ୨୩ ଜଣ ପାକିସ୍ତାନୀ କ୍ରୁ’ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୂରା ଅଞ୍ଚଳକୁ ଲୁଟେରା ମୁକ୍ତ କରିବା ପାଇଁ ପ୍ରୟାସ କରାଯାଇଥିଲା । ଆରବ ସାଗରରେ ଇରାନର ଫିସିଂ ଜାହାଜରେ କିଛି ସଶସ୍ତ୍ର ସୋମାଲିଆ ଲୁଟେରା ବଳପୂର୍ବକ ପ୍ରବେଶ କରିବା ସହ ଅପହରଣ କରିନେଇଥିଲେ ।

ଭାରତୀୟ ନୌସେନା ଏମର୍ଜେନ୍ସି କଲ ପାଇ ଜାହାଜର ପିଛା କରିବା ସହିତ ସୋମାଲିଆ ଲୁଟେରାଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ । ଜାହାଜରେ ଥିବା ସମସ୍ତ ପାକିସ୍ତାନୀ କ୍ରୁ ମେମ୍ବର ସୁରକ୍ଷିତ ଉଦ୍ଧାର ହୋଇଥିଲେ । ଆରବ ସାଗରରେ ଇରାନର ଫିସିଂ ଜାହାଜ ଅଲ-କମାରରେ କିଛି ସଶସ୍ତ୍ର ସନ୍ଦିଗ୍ଧ ଅପହରଣ କରିବା ପରେ ଭାରତୀୟ ନୌସେନା ସେମାନଙ୍କ ଯୋଜନା ଫେଲ କରିବାକୁ ସକ୍ରିୟ ହୋଇଥିଲା ।

ଡିସଟ୍ରେସ ସିଗନାଲ ପାଇବା ପରେ ଭାରତୀୟ ନୌସେନାର ଜାହାଜକୁ ଇରାନର ଫିସିଂ ଜାହାଜ ନିକଟକୁ ପଠାଯାଇଥିଲା । ସେଠାରେ ପହଞ୍ଚିବା ପରେ ଅପହରଣକାରୀଙ୍କ ନିକଟରୁ ଜାହାଜ ହାତେଇବା ପାଇଁ ୧୨ ଘଣ୍ଟା ଧରି ଲମ୍ବା ଅପରେସନ ଆରମ୍ଭ କରାଯାଇଥିଲା । ଗତ ୨୮ ତାରିଖ ବିଳମ୍ବିତ ରାତିରେ ଇରାନର ଏହି ଜାହାଜ ଅପହରଣ ହୋଇଥିଲା ।