/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711903397.jpg)
'India Zindabad' slogan
ମଝି ଦରିଆରେ ପାକିସ୍ତାନ ନାଗରିକଙ୍କ ଇଣ୍ଡିଆ ଜିନ୍ଦାବାଦ ନାରାରେ କଂପିଲା ଚାରିଆଡ । ବାରମ୍ବାର ଭାରତୀୟ ନୌସେନାକୁ ଧନ୍ୟବାଦ ଦେବାସହ ଜୀବନ ବଂଚିଥିବାରୁ ଭାରତ ଜିନ୍ଦାବାଦ କହିଲେ ପାକିସ୍ତାନୀ । ତେବେ ଘଟଣାଟି ହେଉଛି ଆରବ ସାଗରରେ ସୋମାଲିଆ ଲୁଟେରାଙ୍କ କବଳରେ ପଡିଯାଇଥିଲେ ପାକିସ୍ତାନୀ କ୍ରୁ । ସେମାନଙ୍କଠୁ ମୁକ୍ତ ହେବା ପରେ ଭାରତୀୟ ନୌସେନାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପହରଣ ହୋଇଥିବା ଜାହାଜର ପାକିସ୍ତାନୀ କ୍ରୁ ।
ଭାରତୀୟ ନୌସେନା ପାଇଁ ସେମାନଙ୍କର ଜୀବନ ବଞ୍ଚି ଯାଇଛି ବୋଲି କହିଛନ୍ତି । ୧୨ ଘଣ୍ଟାର ଲମ୍ବା ଅପରେସନ ପରେ ସୋମାଲିଆ ଲୁଟେରାଙ୍କଠୁ ୨୩ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିଥିଲେ ଭାରତୀୟ ନୌସେନା । ଆଇଏନ୍ଏସ୍ ତ୍ରିସୁଲ ସାହାଯ୍ୟରେ ଜାହାଜରେ ଥିବା ଲୁଟେରାଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ ଭାରତୀୟ ନୌସେନା । ଜାହାଜରୁ ୨୩ ଜଣ ପାକିସ୍ତାନୀ କ୍ରୁ’ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୁରା ଅଞ୍ଚଳକୁ ଲୁଟେରା ମୁକ୍ତ କରିବା ପାଇଁ ପ୍ରୟାସ କରାଯାଇଥିଲା ।
ଆରବ ସାଗରରେ ଇରାନର ଫିସିଂ ଜାହାଜରେ କିଛି ସଶସ୍ତ୍ର ସୋମାଲିଆ ଲୁଟେରା ବଳପୂର୍ବକ ପ୍ରବେଶ କରିବା ସହ ଅପହରଣ କରିନେଇଥିଲେ । ଭାରତୀୟ ନୌସେନା ଏମର୍ଜେନ୍ସି କଲ ପାଇ ଜାହାଜର ପିଛା କରିବା ସହିତ ସୋମାଲିଆ ଲୁଟେରାଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ । ଜାହାଜରେ ଥିବା ସମସ୍ତ ପାକିସ୍ତାନୀ କ୍ରୁ ମେମ୍ବର ସୁରକ୍ଷିତ ଉଦ୍ଧାର ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)