Advertisment

ଋଷରେ ଆତଙ୍କୀ ହମଲା: ଆଖିବୁଜିଲେ ୧୧୫, ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା

ମସ୍କୋର ଉତ୍ତର-ପଶ୍ଚିମ କ୍ରସନଗୋରସ୍କ ସହରରେ ଥିବା କ୍ରୋକସ୍‌ ସିଟି ହଲରେ ଏହି ବିସ୍ଫୋରଣ ଘଟିଛି। ଏହି ବଡ଼ ଧରଣର ବିସ୍ଫୋରଣ ଫଳରେ କନସର୍ଟ ହଲରେ ନିଆଁ ଲାଗିଯାଇଥିଲା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Russia Attack

Russia Attack

ଶୁକ୍ରବାର ରାତିରେ ଋଷ ରାଜଧାନୀ ମସ୍କୋରେ ଭୟଙ୍କର ବିସ୍ଫୋରଣ ହୋଇଛି। ଆତତାୟୀ ଭିଡ଼ ମଧ୍ୟରେ ବିସ୍ଫୋରଣ କରିବା ସହ ଆଖି ବୁଜା ଗୁଳିମାଡ଼ କରିଥିଲେ। ଏହି ବଡ଼ ଧରଣର ଆକ୍ରମଣରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଋଷ ଅନୁସନ୍ଧାନ କମିଟିର ସଦ୍ୟତମ ରିପୋର୍ଟ ଅନୁସାରେ ମୃତକଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଛି। ସେହିପରି ଏବେ ୧୨୧ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଅଧିକ ହୋଇପାରେ ବୋଲି କୁହାଯାଉଛି। ସେପଟେ ଏହି ଘଟଣାରେ ଋଷ ପୋଲିସ୍‌ ୪ ଜଣ ବନ୍ଧୁକଧାରୀଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି।

Advertisment

ମସ୍କୋର ଉତ୍ତର-ପଶ୍ଚିମ କ୍ରସନଗୋରସ୍କ ସହରରେ ଥିବା କ୍ରୋକସ୍‌ ସିଟି ହଲରେ ଏହି ବିସ୍ଫୋରଣ ଘଟିଛି। ଏହି ବଡ଼ ଧରଣର ବିସ୍ଫୋରଣ ଫଳରେ କନସର୍ଟ ହଲରେ ନିଆଁ ଲାଗିଯାଇଥିଲା । ଋଷର ଫେଡେରାଲ ସିକ୍ୟୁରିଟି ସର୍ଭିସର ସୂଚନା ଅନୁସାରେ, ଋଷର ପ୍ରମୁଖ ରକ୍ ବ୍ୟାଣ୍ଡ ପିକନିକ୍ ପକ୍ଷରୁ ସେଠାରେ କାର୍ଯ୍ୟକ୍ରମ ଚାଲିଥିଲା । ସେଠାରେ ୬ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ । ଏହି ସମୟରେ ୪ ଜଣ ଆତତାୟୀ ସେନା ପୋଷାକରେ ସେଠାରେ ପହଞ୍ଚି ଏଭଳି କାଣ୍ଡ ଭିଆଇଛନ୍ତି ।

ତେବେ ବିସ୍ଫୋରଣ ଫଳରେ ହଲରେ ଲାଗିଯାଇଥିଲା। ଏହି ନିଆଁକୁ ହେଲିକପ୍ଟର ମାଧ୍ୟମରେ ଆୟତ୍ତ କରାଯାଥିଲା। ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ଅନୁମାନ କରାଯାଉଥିବା ବେଳେ ଆତଙ୍କବାଦୀ ସଂଗଠନ ଆଇଏସ୍ ଏହି ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିଛି ।

Advertisment

ସେପଟେ ଏହି ଘଟଣା ପରେ ମସ୍କୋ ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ କେଉଁ କାରଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଏପରି କାର୍ଯ୍ୟ କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ । ଏହି ଆକ୍ରମଣକୁ ନେଇ ପୂରା ଋଷବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଏହି ଆକ୍ରମଣକୁ ଭୟଙ୍କର ବୋଲି କହିଛନ୍ତି । ତେବେ ୟୁକ୍ରେନ ଯୁଦ୍ଧ ସହ ଏହି ଆକ୍ରମଣର କୌଣସି ଲିଙ୍କ୍‌ ଅଛି କି ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Bomb Blast Russia Terrorist Attack
Advertisment
Advertisment