• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଛଟେଇର ମାସ ମାର୍ଚ୍ଚ ମାସ । ଚଳିତ ମାର୍ଚ୍ଚ ମାସରେ ବଡ଼ ବଡ଼ କମ୍ପାନୀ ମାନେ କରିଛନ୍ତି ଛଟେଇ । ଫଳରେ ବିଶ୍ୱ ବଜାର ଉପରେ ପଡ଼ିଛି ଏକ ବଡ଼ ପ୍ରଭାବ । ଅନେକ ପ୍ରତିକୂଳ ପରିସ୍ଥିତି ଯୋଗୁଁ ବଡ଼ ବଡ଼ ଟେକ୍ନୋଲୋଜି ଇଣ୍ଡଷ୍ଟ୍ରୀମାନେ ଛଟେଇ କରିବାକୁ ବାଧ୍ୟ ହୋଇଛନ୍ତି । ସେମାନେ ସାମ୍ପ୍ରତିକ ବଜାର ପରିସ୍ଥିତିକୁ ଚ୍ୟାଲେଞ୍ଜ ଦେବାରେ ଅସଫଳ ହେବାରୁ ଏହି ଛଟେଇ କରିଥିବା କୁହାଯାଉଛି ।

ଏରିକ୍ସନ୍‌, ଡେଲ୍‌, ଆପଲ୍‌ ଭଳି କମ୍ପାନୀ କରିଛନ୍ତି ବଡ଼ ଛଟେଇ । ସ୍ୱିଡେନ୍‌ରେ ଏରିକ୍ସନ ୧୨୦୦ ଚାକିରି ଛଟେଇ କରିଛି । 5G ଇକ୍ୟୁପ୍‌ମେଣ୍ଟର ଡିମାଣ୍ଡ କମିବାରୁ ଏହି ଛଟେଇ କରିଛି କମ୍ପାନୀ । ମୋବାଇଲ ନେଟ୍‌ୱାର୍କ ମାର୍କେଟ୍‌କୁ ଚ୍ୟାଲେଞ୍ଜ କରିବାରେ ବିଫଳ ହେବାରୁ କଷ୍ଟ କଟିଂ ଉଦେଶ୍ୟ ରଖି ସଂସ୍ଥା ଏଭଳି ଛଟେଇ କରିଛି । ଗତ ବର୍ଷକ ମଧ୍ୟରେ ୮୫୦୦ ଜଣଙ୍କୁ ଚାକିରିରୁ ବିଦା କରିଛି ଏହି ସଂସ୍ଥା । ଅର୍ଥାତ୍‌ ପ୍ରାୟ ୮ ପ୍ରତିଶତ କର୍ମଚାରୀଙ୍କୁ ସଂସ୍ଥା କାଢ଼ି ଦେଇଛି ।

ସେହିଭଳି ଡେଲ୍‌ ପକ୍ଷରୁ ମଧ୍ୟ କଷ୍ଟ କଟିଂ ଉଦେଶ୍ୟରେ ଛଟେଇ କରାଯାଇଛି । ଗତ ୨୦୨୩ ବର୍ଷ ତୁଳନାରେ ଏଥର ଡେଲ୍‌ କମ୍ପ୍ୟୁଟରର ଡିମାଣ୍ଡ କମିଥିବାରୁ କଷ୍ଟ କଟିଂ ଉଦେଶ୍ୟ ରଖି ଏହି ଛଟେଇ କରାଯାଇଛି । ପୂର୍ବରୁ ୨୦୨୩ରେ ଡେଲ୍‌ରେ ମୁଣ୍ଡ ଗଣତି ଥିଲା ୧,୨୬,୦୦୦ । କିନ୍ତୁ ଗତ ଫେବୃଆରୀରେ ଏହା ହ୍ରାସ ପାଇ ୧,୨୦,୦୦୦ରେ ପହଞ୍ଚିଛି । କୁହାଯାଉଛି ବଜାରରେ ଡେଲ୍‌ର ଚାହିଦା କମିବାରୁ ସଂସ୍ଥାର ପ୍ରାୟ ୧୧ ପ୍ରତିଶତ ରେଭେନ୍ୟୁ ହ୍ରାସ ପାଇଛି ।

ସେହିଭଳି ଆପଲ ମଧ୍ୟ ଛଟେଇ କରିଛି । ଆପଲ ଲକ୍ଷ୍ୟ ରଖିଛି ଯେ, ଆଗାମୀ ଦିନରେ ସେ ଛୋଟ LED ଡିସ୍‌ପ୍ଲେ ପ୍ରସ୍ତୁତ କରିବ । ଆଉ ବଜାରକୁ ନୂଆ ମଡେଲ୍‌ ଘଣ୍ଟା ଛାଡ଼ିବ । ସେଥିପାଇଁ ପୂରା ଇଞ୍ଜିନିୟରିଂ ଟିମ୍‌କୁ ପୁଣି ଥରେ ନୂଆ କରିବାକୁ ଚାହୁଁଛି ସଂସ୍ଥା । ତେଣୁ ପୂରା ୟୁଏସ୍‌ ଏବଂ ଏସିଆରେ ଥିବା କର୍ମଚାରୀଙ୍କୁ ଛଟେଇ କରିଛି ।

IBM ମଧ୍ୟ ଛଟେଇ କରିଛି । ମାର୍କେଟିଂ ଓ କମ୍ୟୁନିକେସନ୍‌ ବିଭାଗରେ ବଡ଼ ଧରଣର ଛଟେଇ କରିଛି ଏହି ସଂସ୍ଥା । ତେବେ କେତେ ପରିମାଣର କର୍ମଚାରୀଙ୍କର ଛଟେଇ କରିଛି, ସେନେଇ ସଂସ୍ଥା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ମାତ୍ର ୭ ମିନିଟ୍‌ର ଏକ ମିଟିଂରେ କମ୍ୟୁନିକେସନ୍ ବିଭାଗର ମୁଖ୍ୟ ଏହି ଘୋଷଣା କରିଥିଲେ ।