• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପରକୀୟା ପ୍ରୀତି ପାଇଁ ମିଳିବ ସର୍ବସାଧାରଣରେ ମାଡ଼ । କେବଳ ମାଡ଼ ନୁହେଁ ସର୍ବସାଧାରଣରେ ପଥରରେ ଛେଚି ହତ୍ୟା କରାଯିବ । ଏପରି ଅତି ଅମାନୁଷିକ ଓ ବର୍ବରୋଚିତ ଘୋଷଣା କରିଛି ତାଲିବାନ । ଆଫଗାନିସ୍ତାନରେ ତାଲିବାନର ଶାସନ ଚାଲିଛି । ଚରମପନ୍ଥୀ ଓ ବର୍ବରତା ପାଇଁ ତାଲିବାନର ପୂରା ବିଶ୍ୱରେ ଅପକୀର୍ତ୍ତି ରହିଛି । ଖାସ କରି ମହିଳାଙ୍କ ପାଇଁ ଏହି ଗୋଷ୍ଠୀର ନିୟମ ସବୁ ଅତ୍ୟନ୍ତ ଅମାନବୀୟ ବୋଲି ମନେ ହୁଏ ।

ତା’ଉପରେ ତାଲିବାନର ଏପରି ଘୋଷଣା ଆଫଗାନିସ୍ତାନକୁ ପୁଣି ସେଇ ଅନ୍ଧକାର ଯୁଗକୁ ଫେରାଇ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ତାଲିବାନ ସୁପ୍ରିମୋ ମୁଲ୍ଲା ହିବତୁଲ୍ଲା ଅଖଣ୍ଡଜଦା ଏନେଇ ଦେଶର ଏକ ଟେଲିଭିଜନରେ ଘୋଷଣା କରିଛନ୍ତି । ଏହା ସହ ପାଶ୍ଚାତ୍ୟ ଗଣତନ୍ତ୍ର ବିରୋଧରେ ଲଢ଼େଇ ପୂର୍ବ ପରି ଜାରି ରହିବ ବୋଲି ଦି ଟେଲିଗ୍ରାଫ୍ ରିପୋର୍ଟ ପ୍ରକାଶ କରିଛି ।

ପାଶ୍ଚାତ୍ୟ ଦେଶମାନେ ସାରିଆ ଆଇନକୁ ବିରୋଧ କରୁଛନ୍ତି । ମହିଳାମାନେ ଯଦି ପାଶ୍ଚାତ୍ୟ ଦେଶମାନଙ୍କର ଅଧିକାର ଚାହୁଁଛନ୍ତି ତେବେ ସେମାନଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିବ । ଅଫଗାନିସ୍ତାନରେ ସାରିଆକୁ ଯେମିତି ହେଲେ ବି ଲାଗୁ କରାଯିବ ବୋଲି କହିଛନ୍ତି ତାଲିବାନ ସୁପ୍ରିମୋ ।

ଏହା ମହିଳାଙ୍କ ଅଧିକାରର ଉଲ୍ଲଂଘନ ନୁହେଁ । ବ୍ୟଭିଚାରର ଦଣ୍ଡ ନିହାତି ଆବଶ୍ୟକ । ଏହା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ । ସର୍ବସାଧାରଣରେ ପଥର ମରାଯାଇ ସେମାନଙ୍କର ହତ୍ୟା କରାଯିବ ବୋଲି କହିଛନ୍ତି ସୁପ୍ରିମୋ । ସୂଚନାଯୋଗ୍ୟଯେ, ଗତ ୨୦୦୧ ରେ ଆମେରିକା ଅଫଗାନିସ୍ତାନରୁ ତାଲିବାନ ଶାସନ ହଟାଇ ଦେଇଥିଲା ।

ପରେ ଦୀର୍ଘ ୨୦ ବର୍ଷ ପରେ ତାଲିବାନ ଶାସନକୁ ଫେରିଛି । ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ତାଲିବାନ ଶାସନ ସମୟରେ ଦେଶରେ ସାରିଆ ଆଇନ ଲାଗୁ ହୋଇଥିଲା । ସେତେବେଳେ ମହିଳାମାନଙ୍କୁ ସ୍କୁଲ ଯିବା କିମ୍ବା ଘର ବାହାରେ କାମ କରିବାକୁ ବାରଣ କରାଯାଇଥିଲା । ମହିଳାମାନଙ୍କୁ ବୁର୍ଖା ପିନ୍ଧିବାକୁ ପଡୁଥିଲା । ବାହାରକୁ ଗଲେ ପୁରୁଷଙ୍କ ସହ ଯିବା ବାଧ୍ୟତାମୂଳକ ଥିଲା ।

ତେବେ ତାଲିବାନ ସୁପ୍ରିମୋଙ୍କ ଏପରି ମନ୍ତବ୍ୟ ପରେ ଦେଶରେ ଝଡ଼ ସୃଷ୍ଟି ହୋଇଛି । ତାଲିବାନ ଶାସିତ ଅଫଗାନିସ୍ତାନ ମହିଳାଙ୍କ ପାଇଁ କାରାଗାର ପାଲଟିଛି ବୋଲି ସେଠାକାର ମହିଳାମାନେ ମତବ୍ୟକ୍ତ କରିଛନ୍ତି । ଅନ୍ୟପଟେ ମିଳିତ ଜାତିସଂଘ ମଧ୍ୟ ଏହି ନିୟମକୁ ବିରୋଧ କରିଛି ।