Advertisment

୧୦ ବର୍ଷରେ ପ୍ରାୟ ୪ ହଜାର ଲିଟର ରକ୍ତ ପିଇସାରିଲେଣି ଏହି ମହିଳା

କାଲିଫର୍ଣ୍ଣିଆ ଲାନକାଷ୍ଟରର ୨୯ ବର୍ଷୀୟା ମହିଳା ମିଚେଲ୍‌। ସେ କିଶୋର ଥିବା ସମୟରୁ ଘୁଷୁରୀ ରକ୍ତ ପିଉଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Blood

Blood

ସବୁ ବାପା, ମା’ ଚାହାନ୍ତି କି ତାଙ୍କ ପିଲା ସବୁବେଳେ ସୁସ୍ଥ ରହୁ । ଏଥିପାଇଁ ଛୋଟ ସମୟରୁ ପିଲାଙ୍କୁ କ୍ଷୀର ସହ ବିଭିନ୍ନ ପ୍ରୋଟିନ୍‌ ଦେଇଥାନ୍ତି। କାରଣ ଏହା ଶରୀର ଗଠନରେ ସହାୟକ ହୋଇଥାଏ । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ କ୍ଷୀର କିମ୍ବା ପାଣି ପାଇବା ପରିବର୍ତ୍ତେ ସବୁବେଳେ ରକ୍ତ ପିଅନ୍ତି । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ କଥାଟା ପୂରା ସତ୍ୟ ।

Advertisment

ବିଭିନ୍ନ ଲୋକଙ୍କର ଥାଏ ଭିନ୍ନ ଭିନ୍ନ ଅଭ୍ୟାସ । ମଣିଷଙ୍କର ଅଭ୍ୟାସ ଭିନ୍ନ ଭିନ୍ନ ରହିବା ଏକ ସାଧାରଣ କଥା । ଆମେରିକାର ଏକ ଚ୍ୟାନେଲ TLCରେ ପ୍ରସାରିତ ‘My Strange Addiction’ରେ ଭିନ୍ନ ଭିନ୍ନ ଲୋକଙ୍କ ଅସାଧାରଣ ଅଭ୍ୟାସକୁ ଉନ୍ମୋଚନ କରିଥାଏ । ଏହି ଶୋ’ରେ ଏମିତି ଜଣେ ମହିଳା ଆସିଥିଲେ ଯାହାଙ୍କ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାହିଁକି ନା ସେ ପ୍ରତିଦିନ ରକ୍ତ ପିଅନ୍ତି ବୋଲି ଶୋ’ରେ କହିଥିଲେ।

କାଲିଫର୍ଣ୍ଣିଆ ଲାନକାଷ୍ଟରର ୨୯ ବର୍ଷୀୟା ମହିଳା ମିଚେଲ୍‌ । ସେ କିଶୋର ଥିବା ସମୟରୁ ଘୁଷୁରୀ ରକ୍ତ ପିଉଛନ୍ତି । ତେବେ ନିକଟରେ ସେ କହିଛନ୍ତି କି ‘ରକ୍ତ ପିଇବା ମୋ ଅଭ୍ୟାସରେ ପରିଣତ ହୋଇଗଲାଣି, ଏହାକୁ ନ ପିଇଲେ ମୋତେ ସନ୍ତୁଷ୍ଟି ଲାଗେ ନାହିଁ। ସେ ଆହୁରି କହିଛନ୍ତି, ‘ରକ୍ତ ପିଇବା ଦ୍ୱାରା ମୋତେ ଶକ୍ତି ମିଳିଥାଏ। ବେଳେବଳେ ଏହାକୁ ସିଧା ଗ୍ଲାସରୁ ପିଇଥାଏ କିମ୍ବା ଖାଦ୍ୟରେ ମିଶାଇ ଖାଇଥାଏ ବୋଲି ମିଚେଲ୍‌ କହିଛନ୍ତି।

Advertisment

ସେ ଏହି ଶୋ’ରେ ଆହୁରି କହିଛନ୍ତି, ‘ମୋ ପାଇଁ ପାଣି ଯେତିକି ଗୁରୁତ୍ୱପୂର୍ଣ୍ଣ ରକ୍ତ ମଧ୍ୟ ସେତିକି। ମୁଁ ପଢ଼ିବା, ଆରାମ କରିବା, ଟିଭି ଦେଖିବା କିମ୍ବା ଚିତ୍ର ଆଙ୍କିବା ବେଳେ ରକ୍ତ ପିଇବାକୁ ପସନ୍ଦ କରେ’। ପ୍ରତିଦିନ ସକାଳେ ସେ ନିଜ କଫି ସହିତ ରକ୍ତ ମିଶ୍ରଣ କରି ପିଇଥାନ୍ତି। ସବୁ ରକ୍ତ ସମାନ ନୁହେଁ। ତାଙ୍କୁ ଘୁଷୁରୀର ରକ୍ତ ଭଲ ଲାଗିଥାଏ । କିଶୋର ସମୟରୁ ହିଁ ରକ୍ତ ପିଇବା ଆରମ୍ଭ କରିଥିଲେ ମିସେଲ୍‌। ରକ୍ତ ପିଇବା ମଦ ଉପଭୋଗ କରିବା ପରି ବୋଲି ସେ କହିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ବିଗତ ୧୦ ବର୍ଷ ମଧ୍ୟରେ ସେ ୩ ହଜାର ୭୮୫ ଲିଟର ରକ୍ତ ପିଇସାରିଲେଣି।

Woman Pig
Advertisment
Advertisment