Advertisment

ଋଷ ଉପରେ ହମ୍‌ଲା କରିଛି ଆତଙ୍କୀ ସଂଗଠନ ଇସଲାମିକ୍ ଷ୍ଟେଟ୍ !

୧୪୩ ଜଣଙ୍କର ମୃତ୍ୟୁ, ଶହେରୁ ଅଧିକ ଗୁରୁତର । ୪ ବନ୍ଧୁକଧାରୀଙ୍କ ସମେତ ୧୧ ଅଭିଯୁକ୍ତ ଅଟକ ।

author-image
Satyendu Shekher Mishra
Moscow Attack

Moscow Attack

ରୁଷ୍ ରାଜଧାନୀ ମସ୍କୋରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ୧୪୩ ଜଣଙ୍କର ମୃତ୍ୟୁ ହୋଇଛି। ଶହେରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଏହି ଘଟଣାରେ ୪ ଜଣ ସଂଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ। ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କୀ ସଂଗଠନ ଆଇଏସ୍। ମସ୍କୋରେ ଆତଙ୍କୀ ହମଲାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ନିନ୍ଦା କରିଛନ୍ତି।

Advertisment

ଇଂଲଣ୍ଡ ଓ ଜାପାନ ସରକାର ମଧ୍ୟ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ପୀଡ଼ିତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଋଷ ସିଟି ମଲରେ ଭିଡ ଉପରେ ଅନ୍ଧାଧୁନ ଗୁଳି ଚଳାଇବା ସହ ବିସ୍ଫୋରଣ କରିଥିଲେ ଆତତାୟୀ। ବିସ୍ଫୋରଣରେ କନସର୍ଟ ହଲରେ ନିଆଁ ଲାଗିଯିବା ଯୋଗୁଁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୬ ହଜାରରୁ ଅଧିକ ଦର୍ଶକ ଫସି ରହିଥିଲେ। ପରେ ହେଲିକପ୍ଟର ସହାୟତାରେ ନିଆଁ ଆୟତ୍ତ କରାଯାଇଥିଲା।

ଅନ୍ୟପଟେ ଓଡ଼ିଶାରେ ବାଲୁକା କଳାରେ ମସ୍କୋ ଆତଙ୍କୀ ହମଲାର ସହିଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି। ମୃତକ ମାନଙ୍କୁ ବାଲୁକାକଳା ଜରିଆରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଘଟଣାକୁ ନିନ୍ଦା କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏହି ବାଲୁକାକଳାରେ ପ୍ରାୟ ୪ ଟନ୍ ବାଲି ଲାଗିଛି। ଏହାକୁ ସମ୍ପୂର୍ଣ୍ଣ କରିବାକୁ ପ୍ରାୟ ୫ ଘଣ୍ଟା ସମୟ ଲାଗିଥିଲା। ସୁଦର୍ଶନ ଏଥିରେ ମୃତକଙ୍କ ପ୍ରତିକୃତିକୁ ସ୍ଥାନ ଦେବା ସହିତ ସେଥିରେ STOP TERRORISM ର ବାର୍ତ୍ତା ଦେଇଛନ୍ତି ।

Advertisment
Advertisment
Advertisment