• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟ୍ରକ ଧକ୍କା ଫଳରେ ଭାରତୀୟ ଯୁବତୀଙ୍କ ମୃତ୍ୟୁ । ଗତ ସପ୍ତାହରେ ସେଣ୍ଟ୍ରାଲ ଲଣ୍ତନରେ ଏହି ଘଟଣାଟି ଘଟିଥିଲା । ସାଇକେଲ ଚଳାଇ ସେ ନିଜ ଘରକୁ ଫେରୁଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଯୁବତୀ ଜଣଙ୍କ ନାଁ କୈଷ୍ଟା କୋଚାର୍ । ସେ ଲଣ୍ତନରେ ରହି ପାଠ ପଢ଼ିଥିଲେ । ୩୩ ବର୍ଷୀୟ କୈଷ୍ଟା ପୂର୍ବରୁ ନୀତି ଆୟୋଗରେ ମଧ୍ୟ କାମ କରିଛନ୍ତି ।

ବର୍ତ୍ତମାନ ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ପିଏଚଡି କରୁଥିଲେ । ସେ ସେଲ୍ୟୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (COAI) ର ମହାନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ଡକ୍ଟର ଏସ.ପି. କୋଚରଙ୍କ ଝିଅ ଥିଲେ । ଏନେଇ ତାଙ୍କର ବାପା ଏକ ସୋସିଆଲ ମିଡିଆରେ ଭାବପ୍ରବଣ ଭରା ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ଲଣ୍ତନରୁ ଝିଅର ସ୍ମୃତି ସଂଗ୍ରହ କରିବାକୁ ଚେଷ୍ଟା କରୁଛି ।

ଗତ ମାର୍ଚ୍ଚ ୧୯ ରେ ଏହି ଦୁର୍ଘଟଣାଟି ଘଟିଥିଲା । ସେ LSE ରୁ ସାଇକେଲ ଯୋଗେ ଘରକୁ ଫେରୁଥିଲା ।  ପରେ ତା’କୁ ଟ୍ରକ ଧକ୍କା ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଝିଅର ମୃତ୍ୟୁ ପୂରା ପରିବାରକୁ ନିଶବ୍ଦ କରି ଦେଇଛି । ଯଦି ତା ସହ କିଛି ସ୍ମୃତି ରହିଛି, ତେବେ ନିମ୍ନଲିଖିତ ଲିଙ୍କରେ ସେୟାର କରିପାରିବେ ବୋଲି ସେ ଲେଖିଛନ୍ତି । ଏହା କୌଣସି ପ୍ରଶଂସାପତ୍ର, ଫଟୋ, ଭିଡିଓ କିମ୍ବା କାହାଣୀ ହୋଇପାରେ ବୋଲି ସେ ଲେଖିଛନ୍ତି ।

ସ୍ଥାନୀୟ ସମୟ ଅନୁଯାୟୀ, ମାର୍ଚ୍ଚ ୧୯ ରେ ରାତି ପ୍ରାୟ ୮.୩୦ ସମୟରେ ଏହି ଘଟଣା ଘଟିଥିଲା । ଗୁରୁତର ଆହତ ଥିବା କୈଷ୍ଟାଙ୍କୁ ନିକଟସ୍ଥ ମେଡିକାଲକୁ ନିଆ ଯାଇଥିଲା । ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତେବେ ମାମଲାରେ ଏନେଇ କାହାକୁ ଗିରଫ କରାଯାଇନାହିଁ ।

ଅନ୍ୟପଟେ କୈଷ୍ଟାଙ୍କ ମୃତ୍ୟୁ ପରେ ତାଙ୍କୁ ସମବେଦନା ଜଣାଇଛନ୍ତି NITI ଆୟୋଗର ପୂର୍ବତନ ସିଇଓ ଅମିତାଭ କାଣ୍ଟ । ନିଜ ସୋସିଆଲ ମିଡିଆ ଆକାଉଣ୍ଟ X ରେ ସେ ଏନେଇ ପୋଷ୍ଟ କରିଛନ୍ତି ।