• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆମେରିକା ବାଲଟିମୋରରେ ଦୁର୍ଘଟଣାଗସ୍ତ କାର୍ଗୋ ଜାହାଜରେ ଥିବା ଭାରତୀୟ କ୍ରୁ‘ଙ୍କ ପାଇଁ ବଡ଼ ବିପଦ ଟଳି ଯାଇଛି । ଦୁର୍ଘଟଣା ପୂର୍ବରୁ ଠିକ ସମୟରେ ପ୍ରଶାସନକୁ ସୂଚନା ଦେବା ଯୋଗୁଁ ଫ୍ରାନସିସ୍ ସ୍କଟ୍ ବ୍ରିଜ୍ ଉପରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଫଳରେ ବଡ଼ କ୍ଷତିରୁ ଆମେ ବର୍ତ୍ତି ଯାଇଛୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ଏଥିସହ ଭାରତୀୟ କ୍ରୁ’ଙ୍କୁ ପ୍ରଶଂସା କରିଛନ୍ତି ଜୋ ବାଇଡେନ । ଭାରତୀୟ କ୍ରୁ’ଙ୍କ ଠାରୁ ଜାହାଜକୁ ନେଇ ମେସେଜ ପାଇବା ପରେ ଆଲର୍ଟ ହୋଇଯାଇଥିଲା ମେରିଲାଣ୍ଡ ପରିବହନ ବିଭାଗ । ସ୍ଥାନୀୟ ପ୍ରଶାସନ ସହ ମିଶି ତୁରନ୍ତ ବ୍ରିଜକୁ ଖାଲି କରାଯିବା ସହ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଏହାର କିଛି ସେକେଣ୍ଡ ପରେ ବ୍ରିଜ ସହିତ ଜାହାଜର ଧକ୍କା ହୋଇ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା ବ୍ରିଜ ।

ଦୁର୍ଘଟଣାରେ ନିଖୋଜ ଥିବା ୬ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଦୁର୍ଘଟଣାଗ୍ରସ୍ତ କାର୍ଗୋ ଜାହାଜର ସମସ୍ତ କର୍ମଚାରୀ ଭାରତୀୟ । ସମସ୍ତେ ସୁରକ୍ଷିତ ଥିବା ଜାହାଜ କମ୍ପାନୀ ପକ୍ଷରୁ କୁହାଯାଇଛି । ଜାହାଜରେ ମୋଟ ୨୨ ଜଣ କର୍ମଚାରୀ ଥିଲେ । ଆମେରିକାର ମେରିଲାଣ୍ଡ ବାଲଟିମୋରରେ ଏହି ଜାହାଜ ଫ୍ରାନସିସ୍ ସ୍କଟ୍ ବ୍ରିଜ୍ ର ଏକ ପିଲର୍ କୁ ଧକ୍କା ଦେଇଥିଲା ।

ଏହା ପରେ ନଦୀ ଭିତରକୁ ଭୁଶୁଡ଼ି ପଡ଼ିଥିଲା ବ୍ରିଜ । ଉଦ୍ଧାରକାରୀ ଟିମ୍ ଜାହାଜର ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଉଦ୍ଧାର କାର୍ଯ୍ୟ ସରିବା ପର୍ଯ୍ୟନ୍ତ ବାଲଟିମୋର ପୋର୍ଟରେ ସମସ୍ତ ଜାହାଜ ଚଳାଚଳକୁ ବନ୍ଦ ରଖାଯାଇଛି । ସୂଚନା ଅନୁସାରେ ଏହି ଜାହାଜରେ ସିଙ୍ଗାପୁରର ପତାକା ଲାଗିଥିଲା ।

ବନ୍ଦର ଛାଡ଼ିବାର ମାତ୍ର ୩୦ ମିନିଟ ଭିତରେ ଦୁର୍ଘଟଣା ହୋଇଥିଲା । ପ୍ରାୟ ୩୦୦ ମିଟର ଲମ୍ବର ଏହି କାର୍ଗୋ ସିପ୍ ଶ୍ରୀଲଙ୍କାର କଲମ୍ବୋ ଆସୁଥିଲା ।