• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚୋରି କରିବା ପୂର୍ବରୁ ନିଜକୁ ଫିଟ ରଖିବା ପାଇଁ ଚୋରର ଯୋଗାଭ୍ୟାସ । ଏପରି ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଚୋରଟିଏ ଚୋରି କରିବା ଆଗରୁ ଯୋଗ ଅଭ୍ୟାସ କରିଛି । ଅଷ୍ଟ୍ରେଲିଆରେ ଜଣେ ମହିଳା ଚୋରି କରିବା ପୂର୍ବରୁ ଏକ ବେକେରୀ ଦୋକାନର ପାର୍କିଂରେ ଯୋଗ କରିଥିଲେ ।

ଏନେଇ ଉକ୍ତ ବେକେରୀ ଦୋକାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓଟି ସେୟାର କରିଛି । ଏହା ସହ ମହିଳା ଜଣକ କେକ୍ ସହ ଅନ୍ୟାନ୍ୟ ଖାଦ୍ୟ ଜିନିଷ ମଧ୍ୟ ଚୋରି କରିଥିବା ଲେଖିଛି । ଚୋରି ପୂର୍ବରୁ ଏପରି ଯୋଗାଭ୍ୟାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ଭିଡିଓଟି ସିସିଟିଭିରେ କଏଦ ହୋଇଛି । ଗତ ମାର୍ଚ୍ଚ ୩ ରେ ଏହି ଘଟଣା ଘଟିଥିବା ପ୍ରକାଶ ।

ଭିଡିଓରେ ଥିବା ମହିଳା ଜଣକ କଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳୁଛି । ବିଭିନ୍ନ ପ୍ରକାର ଯୋଗ ପୋଜ ସହ ସେ ସିସିଟିଭି କ୍ୟାମେରାରେ କଏଦ ହୋଇଛନ୍ତି । ନିଜର ବେଆଇନ କାମ ପାଇଁ ସେ ପ୍ରସ୍ତୁତ ହେଉଥିବା ଜଣା ପଡ଼ୁଛି । ପ୍ରଥମ ଥର ଏପରି ଘଟଣା ଦେଖିବାକୁ ମିଳୁଛି । ଏା ବହୁତ ଆଶ୍ଚର୍ଯ୍ୟକର । ଚୋରି ପୂର୍ବରୁ ଯୋଗ ନିହାତି ଆବଶ୍ୟକ ପରି ମନେ ହୁଏ ବୋଲି ବେକେରୀ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛି ।

ଏନେଇ ୟୁଜର୍ସମାନେ ବିଭିନ୍ନ ପ୍ରକାର ମତ ଦେଇଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି, ମହିଳା ଜଣକ ଜାଣିଶୁଣି ସିସିଟିଭି କ୍ୟାମେରା ଆଗରେ ଯୋଗାଭ୍ୟାସ କରିଛନ୍ତି । ଅତିରିକ୍ତ ଡ୍ରାମା ଓ ମସଲା ପାଇଁ କଳା ପୋଷାକ ପିନ୍ଧିଛନ୍ତି । ଯାହା ହାସ୍ୟାସ୍ପଦ ଏବଂ ଆଶ୍ଚର୍ଯ୍ୟଜନକ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, କ୍ରୋଏସାଣ୍ଟଗୁଡିକ ଚୋରି କରିବା ପୂର୍ବରୁ ଏହା କ୍ୟାଲୋରୀ କମେଇବାର ସରଳ ଉପାୟ ।

ମହିଳାଙ୍କ ଉପରେ ଚୋରି କରିବା ନେଇ ଏଫଆଇଆ ଲଗାଯାଇଛି । ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା ବେଳେ ଆସନ୍ତା ମେ ୨୨ ରେ ମେଲବୋର୍ଣ୍ଣ ମାଜିଷ୍ଟ୍ରେଟ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।