ଭାଙ୍ଗି ପଡିଛି ଛାତ, ଦେଖାଯାଉଛି ରଡ୍.. ବିପର୍ଯ୍ୟସ୍ଥ ଅବସ୍ଥାରେ ଚାଲିଛି ରୋଗୀ ସେବା.. ରୋଗୀ ଟିଏ ସୁସ୍ଥ ହେବା ପାଇଁ ତିଆରି ହୋଇଥିଲା ଏହି ସ୍ୱାସ୍ଥ୍ୟକେନ୍ଦ୍ର କିନ୍ତୁ ଆଜି ଏହାର ପରିବେଶ ଦେଖିଲେ ଲାଗେ ଯେମିତି ଭଲ ମଣିଷ ବି ଏଠାକୁ ଆସିଲେ ସଂକ୍ରମଣର ଶିକାର ହୋଇ ଫେରିବ.. ଏକଥା ଆମେ କହୁନୁ..ଏ ଦୃଶ୍ୟ ହି କଥା କହୁଛି..ଦେଖନ୍ତୁ କିଭଳି ମୋବାଇଲ ଫୋନ ଟର୍ଚ୍ଚରେ ଚାଲିଛି ରୋଗୀଙ୍କ ଡ୍ରେସିଂ..କ୍ଷତ ବିଶୋଧନ ରୁମରେ ନାହିଁ ଅଲୋକ..ଏପଟେ ଶୌଚାଳୟର ଅବସ୍ଥା ନ କହିବା ଭଲ.. ଲଟି ମାଡି କବାଟରେ ବସା ବାନ୍ଧିଛନ୍ତି ବିରୁଡି.. ରୋଗୀ ଟିଏ ଆସିଲେ ଶୌଚ ହେବାପାଇଁ ଘୁରିଯାଏ ମୁଣ୍ଡ.. ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଜଣେ ବରିଷ୍ଠ ଡାକ୍ତର କାରରେ ଆସି ଡାକ୍ତରଖାନା ପରିସରରେ ସର୍ବସାଧାରଣରେ ପରିସ୍ରା କରୁଥିବା ଭିଡିଓ ବି ସାମ୍ନାକୁ ଆସିଛି.. ଦର୍ଶକ ବନ୍ଧୁ ଏ ହେଉଛି ଅଳଗୁମ ସ୍ଥିତି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା..
Published By: Santosh Kumar Sahoo
Last updated: 12 January 2024, 12:12 PM IST
ସର୍ଭାଇକାଲ୍ ସ୍ପଣ୍ଡିଲାଇଟିସ୍ ସମସ୍ୟାକୁ ଆୟୁର୍ବେଦର ପଞ୍ଚକର୍ମ ପ୍ରଣାଳୀ ମାଧ୍ୟମରେ ଅତି ସହଜରେ ଚିକିତ୍ସା ସମ୍ଭବ। ଆୟୁର୍ବେଦରେ ଗ୍ରୀବା ଅସ୍ଥି ଥେରାପୀ, କପିଙ୍ଗ୍ ଥେରାପି ଏବଂ ପୁଟୁଳି ଥେରାପି ଦ୍ୱାରା ସର୍ଭାଇକାଲ୍ ସମସ୍ୟାର ସମାଧାନ ହୋଇପାରିବ। ଆସନ୍ତୁ ଜାଣିବା।